ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

କମିସନରେଟ୍‌ ପୁଲିସରେ ବଦଳିଲେ ୧୨ ପୁଲିସ୍‌ ଅଧିକାରୀ, କଟକ ଗଲେ ସହିଦନଗର ଥାନା ଆଇଆଇସି

Published By : Prameya | February 4, 2024 8:19 AM

ଭୁବନେଶ୍ୱର,୦୪/୦୨: ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍‌ ପାଇଁ କମିସନରେଟ୍‌ ପୁଲିସରେ ଶେଷ ଅଦଳ ବଦଳ ହୋଇଛି । ଦୁଇ ଜଣ ଏସିପି, ୩ ଜଣ ଇନ୍ସପେକ୍ଟର ଓ ୭ ଜଣ ସବ୍‌  ଇନ୍ସପେକ୍ଟରଙ୍କ ବଦଳି କରାଯାଇଛି । ସହିଦନଗର ଥାନା ଭାରପ୍ରାପ୍ତ  ଅଧିକାରୀ ତଥା ଏସିପି ମନୋଜ କୁମାର ଶତପଥି ଓ ଭୁବନେଶ୍ୱର ୟୁପିଡିର ଆଇୟୁସିଏଡବ୍ଲୁରେ କାର୍ଯ୍ୟରତ ଏସିପି ଅଶୋକ କୁମାର  ଗିରିଙ୍କୁ କଟକ ଆଇୟୁସିଏଡବ୍ଲୁକୁ  ବଦଳି କରାଯାଇଛି ।  

ଇନ୍ସପେକ୍ଟର ପ୍ରମୋଦ ଲେଙ୍କାଙ୍କୁ କଟକ ଡିସିପିଙ୍କ  ଅଫିସରେ ଅବସ୍ଥାପିତ କରାଯାଇଛି । ବାଦାମବାଡ଼ି  ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କୁ  ଭୁବନେଶ୍ୱରକୁ ବଦଳି କରାଯାଇଛି । କମିଶନରେଟ୍‌  ପୁଲିସ୍‌ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଗଣେଶ ଚନ୍ଦ୍ର  ସ୍ୱାଇଁ ଓ ଭିଆର୍‌ ସେଲର ଏସ୍‌ଆଇ ସୁଧାଂଶୁ ଶେଖର  ପରିଡ଼ାଙ୍କୁ ଭୁବନେଶ୍ୱର ଟିଟିଆଇକୁ  ବଦଳି ହୋଇଛି । 

କମିଶନରେଟ୍‌ ପୁଲିସ୍‌  ମୁଖ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ  ଥିବା ଏସ୍‌ଆଇ ମିନିପ୍ରଭା ସାହୁ,  କ୍ରାଇମ୍‌ ସେକ୍ସନର ଏସ୍‌ଆଇ ପଦ୍ମନାଭ ବଳିଆରସିଂହ, ଦେବେନ୍ଦ୍ର ସାହୁ,  ଆର୍‌ଏସ୍‌ଆଇ ଟ୍ରାଫିକ ସୁଶ୍ରୀ ଶର୍ମିଷ୍ଠା  ସୁନା ଓ ଆର୍‌ଏସ୍‌ଆଇ (ଆରଓ)  ବସନ୍ତ କୁମାର ଲେଙ୍କାଙ୍କୁ କଟକ ଡିସିପି  ଅଫିସକୁ ବଦଳି କରାଯାଇଛି । ସେହିପରି କଟକ  ଡିସିପି ଅଫିସ୍‌ରେ କାର୍ଯ୍ୟରତ ନରେନ୍ଦ୍ର କୁମାର  ପରିଡ଼ାଙ୍କର ଭୁବନେଶ୍ୱର ୟୁପିଡିକୁ ବଦଳି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.