ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଲାହୋରରେ ପାକିସ୍ତାନୀଙ୍କୁ ପ୍ରଶଂସା କଲେ ଏହି କଂଗ୍ରେସ ନେତା, ଭାରତୀୟଙ୍କୁ କହିଲେ ଏମିତି କିଛି...

ନୂଆଦିଲ୍ଲୀ: ଲାହୋରରେ ପାକିସ୍ତାନକୁ ପ୍ରଶଂସା କଲେ କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କୂଟନୀତିଜ୍ଞ ମଣି ଶଙ୍କର ଆୟାର । ସେ କହିଛନ୍ତି ଯେ ଅନ୍ୟ ଦେଶ ଅପେକ୍ଷା ତାଙ୍କୁ ପାକିସ୍ତାନରେ ଅଧିକ ଖୋଲାଖୋଲି ଭାବେ ସ୍ୱାଗତ କରାଯାଇଛି । ଡନ୍ ଖବରକାଗଜ ଆୟରଙ୍କ ଉଦ୍ଧେଶ୍ୟରେ କହିଛି ଯେ,“ମୋର ଅଭିଜ୍ଞତା କହୁଛି ଯେ ପାକିସ୍ତାନୀ ମାନେ ବୋଧହୁଏ ଅନ୍ୟ ପାର୍ଶ୍ୱକୁ ନେଇ ଅତ୍ୟଧିକ ପ୍ରତିକ୍ରିୟା ଦେଇଥାନ୍ତି । ଯଦି ଆମେ ବନ୍ଧୁତ୍ୱପୂର୍ଣ୍ଣ ତେବେ ସେମାନଙ୍କର ଆଚରଣ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ହେବ ଏବଂ ଯଦି ଆମେ ଶତ୍ରୁ ହେବୁ ତେବେ ସେମାନଙ୍କର ଆଚରଣ ମଧ୍ୟ ଅତ୍ୟନ୍ତ ଶତ୍ରୁତାପୂର୍ଣ୍ଣ ହେବ । 

ଶନିବାର ଦିନ ଲାହୋରର ଆଲହମରାରେ ଫୈଜ ମହୋତ୍ସବର ଦ୍ୱିତୀୟ ଦିନରେ 'ହିଜର କି ରାଖ, ବିସାଲ କେ ଫୁଲ, ଭାରତ-ପାକିସ୍ଥାନ ମାମଲାର' ଶୀର୍ଷକ ଅଧିବେଶନରେ କଂଗ୍ରେସ ସାଂସଦ ଏହି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଆୟର୍ କହିଛନ୍ତି ଯେ, ପାକିସ୍ତାନରେ ତାଙ୍କୁ ଯେପରି ସ୍ୱାଗତ କରାଯାଇଛି, ଅନ୍ୟ କୌଣସି ଦେଶରେ ତାଙ୍କୁ ଏପରି ଖୋଲା ହୃଦୟରେ ସ୍ୱାଗତ କରାଯାଇ ନାହିଁ।

ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ କରାଚିରେ ମହାବାଣିଜ୍ୟ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା, ସମସ୍ତେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ଦେଖାଶୁଣା କରୁଥିଲେ । ସେ କହିଛନ୍ତି ଯେ, ତାଙ୍କ ପୁସ୍ତକ 'ମେମୋୟର୍ସ ଅଫ୍ ମେବରିକ୍'ରେ ସେ ଏପରି ଅନେକ ଘଟଣା ବିଷୟରେ ଲେଖିଛନ୍ତି, ଯାହା ପାକିସ୍ତାନକୁ ଭାରତୀୟଙ୍କ କଳ୍ପନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଶ ଭାବରେ ଦର୍ଶାଉଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.