ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓ୍ବାଇନାଡରୁ ନାମାଙ୍କନ ପତ୍ର ଭରିଲେ ରାହୁଲ ଗାନ୍ଧୀ, ରୋଡ ଶୋ’ରେ କଲେ ଶକ୍ତି ପ୍ରଦର୍ଶନ: କହିଲେ-ଏଠାରେ ପାଇଛି ସ୍ନେହ ଓ ସମ୍ମାନ...

ଓ୍ବାଇନାଡ,୩।୪: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ଓ୍ବାଇନାଡରୁ ବୁଧବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ସେ ଏକ ରୋଡ୍ ଶୋ’ ମଧ୍ୟ ବାହାର କରିଥିଲେ, ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ହଜାର ହଜାର କଂଗ୍ରେସ ସମର୍ଥନ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରଥମେ ରାହୁଲ ଓ୍ବାଇନାଡର ଲୋକଙ୍କୁ ସମ୍ବୋଧିତ କରିଥିଲେ। ରାହୁଲ କହିଥିଲେ, ମୁଁ ୫ ବର୍ଷ ପୂର୍ବରୁ ଓ୍ବାଇନାଡ ଆସିଛି, ଯେତେବେଳେ ଆପଣ ମୋତେ ସାଂସଦ ଭାବରେ ଚୟନ କଲେ, ସେତେବେଳେ ମୋତେ ନିଜ ପରିବାରର ସଦସ୍ୟ କରିଦେଲେ। ଓ୍ବାଇନାଡ୍‌ର ପ୍ରତ୍ୟେକ ବ୍ୟକ୍ତି ମୋତେ ସ୍ନେହ, ଭଲ ପାଇବା ଓ ସମ୍ମାନ ଦେଇଛନ୍ତି ଓ ମୋତେ ନିଜର ଭାବିଛନ୍ତି।’

ରାହୁଲ କହିଛନ୍ତି, ଯେତେବେଳେ ମୁଁ ଏଠାକୁ ପ୍ରଥମ ଇର ଆସିଲି ପ୍ରବଳ ବନ୍ୟା ଆସିଥିଲା। ଧନ-ଜୀବନର ବହୁତ କ୍ଷୟକ୍ଷତି ହୋଇଥିଲା ଓ ମୁଁ ସ୍ତବ୍ଧ ହୋଇଯାଇଥିଲା, କାରଣ ସେତେବେଳେ ମୁଁ ଶତାଧିକ ପୀଡିତଙ୍କୁ ଭେଟିଥିଲି। ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ଏତେ ବଡ ବିପର୍ଯ୍ୟୟ ବେଳେ ମଧ୍ୟ ଓ୍ବାଇନାଡର ଜଣେ ବି ବ୍ୟକ୍ତି ରାଗି ନଥିଲେ କିମ୍ବା କାହା ଉପରେ ଦୋଷାରୋପ କରିନଥିଲେ। ଆପଣମାନଙ୍କର ସାଂସଦ ହୋଇଥିବାରୁ ମୋ ପାଇଁ ସମ୍ମାନର କଥା। ମୁଁ ଆପଣଙ୍କ ସହ ଜଣେ ମତଦାତା ଭଳି ବ୍ୟବହାର କରେନି ନା କେବେ ସେଭଳି ଭାବେ। ମୁଁ ଯେଉଁ ଭଳି ନିଜର ସାନ ଭଉଣୀ ପ୍ରିୟଙ୍କାକୁ ଭାବେ ସେଭଳି ଆପଣଙ୍କୁ ଭାବିଥାଏ। ଓ୍ବାଇନାଡର ମୋ ଭଉଣୀ, ମା, ବାପା ଓ ଭାଇମାନେ ଆପଣଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି। 

ରୋଡ ଶୋ’ ବେଳେ କଂଗେୟସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜର ଭାଇ ରାହୁଲଙ୍କ ସହିତ ଥିଲେ। ପ୍ରିୟଙ୍କା କହିଛନ୍ତି, ଆଜି ଭାଇ ରାହୁଲ  ନାମାଙ୍କନ ପତ୍ର ଦାଖଲ କରିବାକୁ  ଆସିଛନ୍ତି ଆଉ ମୁଁ ମଧ୍ୟ ତାଙ୍କ ସହିତ ଆସିଛି।  କିଛି ମାସ ପୂର୍ବରୁ ବିଜେପି ସରକାର ରାହୁଲଙ୍କୁ ସାଂସଦ ପଦରୁ ନିଲମ୍ବିତ କରି ଜନତାଙ୍କ ସ୍ବରକୁ ଚପାଇବାକୁ ଚେଷ୍ଟା କରିଥିଲା। ଏହା ବିରୋଧରେ ବିଗୁଲ ଫୁଙ୍କିବାର ଆରମ୍ଭ ଓ୍ବାଇନାଡରୁ ଆରମ୍ଭ ହେଉଛି। ଓ୍ବାଇନାଡ ସହିତ ପୁରା ଦେଶର ଜନତାଙ୍କ ସ୍ନେହ ଓ ସମର୍ଥନ ପାଇ  ଆମେ ଏହି ଯୁଦ୍ଧ ଜିତିବୁ।’

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.