ପ୍ରମୂଖ ଖବର

ବାଲିଚାଲାଣକୁ ନେଇ ଉତ୍ତେଜନା, ପୋଲିସ ଜନତା ମୁହାଁମୁହିଁ

ଆସ୍କା, ୧୭/୪ :  ଗାଁ ଘାଟରୁ ବାଲିଚାଲାଣକୁ ନେଇ ଆସିକା ଥାନା ସମ୍ମୁଖରେ ପାକିଡି ଗାଁର ଶତାଧିକ ଲୋକଙ୍କ ହୋହାଲ୍ଲା । ପୋଲିସ ଜନତା ମୁହାଁମୁହିଁ ପରିସ୍ଥିତି । ଗାଁରେ ବାଲି ଉଠାଣକୁ ନେଇ ଗାଁ ଲୋକେ ପ୍ରତିବାଦ କରିବାରୁ ପୋଲିସ ଗାଁ ଲୋକଙ୍କ ନାଁରେ କେସ କରିବାକୁ ନେଇ ତାତିଲେ ଲୋକେ । 

ଗାଁ ଲୋକଙ୍କୁ ପୋଲିସ କାହିଁକି ଅଟକ ରଖିଛି ବୋଲି ଗାଁର ଲୋକେ ଦୁଇଟି ଗାଡ଼ି କରି ଆସିକା ଥାନାକୁ ଆସିଥିବା ବେଳେ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖାଦେଇଛି । ଗାଁର ଅନେକ ଲୋକଙ୍କୁ ପୋଲିସ ଅଟକ ରଖି ଥିବାବେଳେ ଥାନା ସମ୍ମୁଖରେ ଗାଁ ଲୋକଙ୍କ ଉତ୍ତେଜନା ଜାରି । ପରିସ୍ଥିତିକୁ ସୁଧାରିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.