ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଉଦ୍ୟାନ ବିଭାଗରେ ଦୁର୍ନୀତି, ବିହନ ଅଦା ପ୍ରଦାନରେ ଅନିୟମିତତା, କାର୍ଯ୍ୟାନୁଷ୍ଠାନ ଦାବି…

ଦାରିଙ୍ଗବାଡି,୨୩/୬ : ସରକାର ଚାଷୀଙ୍କୁ ସଶକ୍ତ ତଥା ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । କେତେବେଳେ ଚାଷୀଙ୍କୁ ଦେୟମୁକ୍ତ ବିହନ ପ୍ରଦାନ କରାଯାଉଛି ତ ଆଉ କେତେବେଳେ ଆର୍ଥିକ ସହାୟତା, ଚାରା, ଉପକରଣ ଆଦି ପ୍ରଦାନ କରୁଛନ୍ତି। ହେଲେ ବିହନ ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଦେୟମୁକ୍ତ ଭାବେ ବିହନ ପ୍ରଦାନ  କରାଯିବା ବଦଳରେ ଚାଷୀଙ୍କ ଠାରୁ ହଜାର ହଜାର ଟଙ୍କା ନିଆଯାଉଛି । ଏଭଳି କିଛି ଅଭିଯୋଗ ଆସିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରୁ । ଦାରିଙ୍ଗବାଡି ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ବିହନ ଅଦା ପ୍ରଦାନ କରାଯାଇଥିଲା। ଉକ୍ତ ବିହନ ଚାଷୀଙ୍କୁ ଦେୟମୁକ୍ତ ଭାବେ ପ୍ରଦାନ କରାଯିବା ନେଇ ସରକାରଙ୍କ ନିୟମ ରହିଥିବା ବେଳେ ଚାଷୀଙ୍କୁ ବିହନ ପ୍ରଦାନ ବେଳେ ହଜାର ହଜାର ଟଙ୍କା ଲାଞ୍ଚ ନେଇଛନ୍ତି ଅଦା ପ୍ରଦାନ ଦାଇତ୍ୱରେ ଥିବା କର୍ମଚାରୀ । ବସ୍ତା ପ୍ରତି ୫୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଇଛନ୍ତି କର୍ମଚାରୀ। ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସଲାବାଡ଼ି ଗ୍ରାମର ଚାଷୀ ସୁକାନ୍ତ ପ୍ରଧାନଙ୍କ ଠାରୁ ୫୦୦ ଟଙ୍କା, ପ୍ରସନ୍ନ ପ୍ରଧାନଙ୍କ ଠାରୁ ୫୦୦ ଟଙ୍କା, ଉମାକାନ୍ତ ଦିଗାଲଙ୍କ ଠାରୁ ୧୦୦୦ ଟଙ୍କା, ପ୍ରଶାନ୍ତ ଦିଗାଲଙ୍କ ଠାରୁ ୧୦୦୦ ଟଙ୍କା, କାରିପାଙ୍ଗା ଗ୍ରାମର ଅମରେନ୍ଦ୍ର ପ୍ରଧାନଙ୍କ ଠାରୁ ୧୦୦୦ ଟଙ୍କା ଦାୟୀତ୍ୱରେ ଥିବା କର୍ମଚାରୀ ଲାଞ୍ଚ ନେଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏଭଳି ଭାବେ ବ୍ଲକ ଅଞ୍ଚଳର ଅନେକ ଚାଷୀଙ୍କ ଠାରୁ ଲାଞ୍ଚ ନେଇଛନ୍ତି କର୍ମଚାରୀ । ଏଭଳିକି ଚାଷୀଙ୍କ ପାଇଁ ଆସିଥିବା ବିହନ ଅଦା ବଜାରରେ ମଧ୍ୟ ବିକ୍ରି କରାଯାଇଥିବା ଦେଖିବାକୁ ମିଳିଛି । ବିହନ ଅଦା ଚାଷ ଜମିରେ ଲଗା ନଯାଇ ବଜାରର ଦୋକାନରେ ବିକ୍ରି ହେଉଛି। ଏସବୁ ଅନିୟମିତତା ଉଦ୍ୟାନ ବିଭାଗ ଅଧିକାରୀ ଜାଣତରେ ହେଉଛି ନା ଅଜାଣତରେ ତାହା ଏବେ ସନ୍ଧେହ ଘେରରେ।   ଚାଷୀଙ୍କ ପାଇଁ ଆସିଥିବା ବିହନ ବାଟମାରଣା ଯୋଗୁଁ ଚାଷୀ ଆଜି ହତାଶ । ଉଦ୍ୟାନ ବିଭାଗ ଖାଲି ଏହି ଗୋଟିଏ ଯୋଜନା ନୁହଁ  ଅନେକ ଯୋଜନା ବାଟମାରଣା ହେଉଛି । ଫଳରେ ଚାଷୀ ସରକାରୀ ଯୋଜନା ପାଇବାରେ ବିଫଳ ହେଉଛନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି । ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଦେବପ୍ରସାଦ ରାଉତରାୟ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିହନ ଅଦା ଦେୟମୁକ୍ତ ଭାବେ ପ୍ରଦାନ କରାଯିବାର ନିୟମ ରହିଛି, ଯଦି କୌଣସି କର୍ମଚାରୀ ବିହନ ଅଦା ପ୍ରଦାନରେ ଲାଞ୍ଚ ନେଇଛି ତାହାଲେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.