ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରାଥମିକ ସ୍କୁଲରେ ପୁଅର ହୋଇପାରିଲାନି ନାମଲେଖା, କାର୍-ଫ୍ଲାଟ୍ ବିକି ଦେଶ ଭ୍ରମଣରେ ଗଲେ ଦମ୍ପତି

ନୂଆଦିଲ୍ଲୀ ୨୮/୦୩: ବାପାମା’ମାନେ ପିଲାକୁ ପାଠପଢ଼ିବା ଲାଗି ବାଧ୍ୟ କରୁଥିବାର ବହୁ ଘଟଣା ଆପଣମାନେ ଶୁଣିଥିବେ । ପରୀକ୍ଷା ପାଖେଇ ଆସିଲେ ଏହି କଟକଣା ବଢ଼ିଯାଏ । ଏଭଳି କ୍ଷେତ୍ରରେ କେନ୍ଦ୍ରୀୟ ଚୀନ୍‌ର ହେନାନ୍‌ ପ୍ରଦେଶର ଜଣେ ଦମ୍ପତି ଏକ ନିଆରା କାମ କରିଛନ୍ତି । ପ୍ରାଥମିକ ସ୍କୁଲରେ ପୁଅର ନାମଲେଖାରେ ସମସ୍ୟା ହେବାରୁ ସେମାନେ ନିଜର ଫ୍ଲାଟ୍‌ ଓ କାର୍‌ ବିକି ତାକୁ ଦେଶ ଭ୍ରମଣରେ ନେଇ ଯାଇଛନ୍ତି । ଏହି ପରିବାର ଅତି କମ୍‌ରେ ୧୦ଟି ପ୍ରଦେଶ ବୁଲି ସାରିଥିବାବେଳେ ସେମାନଙ୍କ ଗସ୍ତ ଜାରି ରହିଛି । ସେଥିଯୋଗୁ ସେମାନଙ୍କୁ ବହୁତ ଆନନ୍ଦ ମିଳୁଛି । ଦେଶ ଭ୍ରମଣ ଦ୍ୱାରା ପୁଅ ବହୁତ କିଛି ଶିଖିପାରିବ ବୋଲି ସେମାନେ କହିଛନ୍ତି ।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଦେଶରେ ସରକାରୀ ପ୍ରାଥମିକ ସ୍କୁଲରେ ପିଲାଙ୍କର ନାମ ଲେଖା ବୟସ ୬ ବର୍ଷ ରହିଛି । ୨୦୨୩ ଶିକ୍ଷାବର୍ଷ ଲାଗି ୟାଙ୍ଗ୍‌ କିଆଙ୍ଗ୍‌ ଓ ତାଙ୍କ ପତ୍ନୀ ହେନାନ୍‌ ପ୍ରଦେଶର ଏକ ସରକାରୀ ସ୍କୁଲରେ ପୁଅର ନାମ ଲେଖାଇବାକୁ ଇଚ୍ଛୁକ ଥିଲେ । କିନ୍ତୁ ତାଙ୍କ ପୁଅର ବୟସ ୬ ବର୍ଷକୁ ମାତ୍ର ୯ ଦିନ କମ୍‌ ଥିଲା । ଏହାପରେ ସେମାନେ ଘରୋଇ ସ୍କୁଲରେ ପିଲାର ନାମ ନ ଲେଖାଇ ତାକୁ ବର୍ଷକ ଲାଗି ଏକ ଶୈକ୍ଷିକ ଟୁର୍‌ରେ ଦେଶସାରା ବୁଲାଇବାକୁ ଚିନ୍ତା କଲେ । ତେଣୁ ନିଜର ଫ୍ଲାଟ୍‌ ଓ କାର୍‌ ବିକ୍ରି କରିଦେଲେ । 

ଏହି ଗସ୍ତ ସମୟରେ ସେମାନେ ବିଭିନ୍ନ ପ୍ରଦେଶ ବୁଲିବା ସହିତ ପିଲାଟିକୁ ସେଠାକାର ଚଳଣି, ପରମ୍ପରା ସଂପର୍କରେ ଅନେକ ନୂଆ କଥା ଶିଖାଇଛନ୍ତି । ୟାଙ୍ଗ୍‌ କହିଛନ୍ତି, ଯଦି ବାପା ମା’ ଭଲ ହେବେ ତେବେ ପିଲାମାନେ ନିଶ୍ଚିତ ଭାବେ ଭଲ ହେବେ । ପୁସ୍ତକ ଜ୍ଞାନ ବଦଳରେ ଆମ ପୁଅ ବାସ୍ତବ ଜ୍ଞାନ ହାସଲ କରୁଛି । ଯେତେବେଳେ ଆପଣ ଅଧିକ ସ୍ଥାନ ଦେଖିବେ, ନିଶ୍ଚିତ ଭାବେ ଆପଣଙ୍କ ଦୂରଦୃଷ୍ଟି ବ୍ୟାପକ ହେବ । ତେଣୁ ଏହି ଅଭିଜ୍ଞତା ଭବିଷ୍ୟତରେ ତା’ ପାଇଁ ବହୁ ସହାୟକ ହେବ ବୋଲି ଆମେ ମନେ କରୁଛୁ । ଏହି ପରିବାରର ନିଆରା କାହାଣୀ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.