ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରେମିକାର ଇଚ୍ଛା ପୁରଣ କଲେ ପ୍ରେମିକ, ବିଯୁକ୍ତ ୨୫ ଡିଗ୍ରୀ ତାପମାତ୍ରାରେ କଲେ ବିବାହ

ନୂଆଦିଲ୍ଲୀ ୨୮/୦୨: ବିବାହକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ତରିକା ଆପଣାଉଛନ୍ତି । ଏଭଳି ଏକ ନିଆରା ବିବାହର ଭିଡିଓ ହିମାଚଳ ପ୍ରଦେଶର ଲାହୋଲ ସ୍ପିତିରୁ ସାମ୍ନାକୁ ଆସିଛି । ଏଠାରେ ସମୁଦ୍ରପତ୍ତନଠୁ ୧୨ ହଜାର ଫୁଟ ଉଚ୍ଚରେ ଭୀଷଣ ବରଫପାତ ଓ ବିଯୁକ୍ତ ୨୫ ଡିଗ୍ରୀ ତାପମାତ୍ରାରେ ବିବାହ ସମ୍ପନ୍ନ ହୋଇଛି । ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ପ୍ରେମିକାଙ୍କ ଇଚ୍ଛା ଥିଲା, ଏଭଳି ଏକ ସ୍ଥାନରେ ବିବାହ ହେଉ ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଏହାକୁ ଧ୍ୟାନରେ ରଖି ସ୍ପିତିର ସୁନ୍ଦର ପ୍ରାକୃତିକ ପରିବେଶରେ ବିଯୁକ୍ତ ୨୫ ଡିଗ୍ରୀ ସେଲ୍‌ସିୟସ୍‌ରେ ବିବାହ ମଣ୍ଡପ ପ୍ରସ୍ତୁତ ହେଲା । ହିନ୍ଦୁ ପରମ୍ପରା ଅନୁସାରେ ବିବାହ ସମ୍ପନ୍ନ ହେଲା । ବର-କନ୍ୟାଙ୍କ ପରିଜନ ଭୀଷଣ ବରଫପାତରେ ବିବାହର ମଜା ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ବର କେରଳ ବାସିନ୍ଦା ରଞ୍ଜିତ ଶ୍ରୀନିବାସ ଓ କନ୍ୟା ଗୁଜରାଟ ବାସିନ୍ଦା ଆର୍ଯ୍ୟ ବୁରା । କାଜାଠାରୁ ପ୍ରାୟ ୨୦ କିମି ଦୂର ସ୍ପିତିର ମୋରଙ୍ଗ ଗାଁରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଲୋକେ ପ୍ରଥମେ ଏହାକୁ କୌଣସି ଫିଲ୍ମର ସିନ୍‌ ବୋଲି ଭାବୁଥିଲେ । କିନ୍ତୁ ପରେ ସତ ଜାଣିବାକୁ ପାଇଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.