ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

‘କ୍ରୁ’ର ପ୍ରଥମ ଗୀତର ଟିଜର୍‌ ରିଲିଜ୍‌, କ୍ରିତିଙ୍କ କିଲର୍‌ ଲୁକ୍‌ରେ ଫ୍ୟାନ୍ସ ହେଲେ ଫିଦା

ନୂଆଦିଲ୍ଲୀ ୦୩/୦୩: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘କ୍ରୁ’ । ବଲିଉଡ୍‌ର ୩ ଶୀର୍ଷ ନାୟିକା କରୀନା କପୁର, ତବୁ ଓ କ୍ରିତି ସାନନ୍‌ଙ୍କ ଦମ୍‌ଦାର ଅଭିନୟ ସହିତ ଭରପୂର ଗ୍ଲାମର୍‌ ତଡ଼କା ପରଦାରେ ଦେଖିବାକୁ ପାଇବେ ସିନେପ୍ରେମୀ । ନିକଟରେ ରିଲିଜ୍‌ ହୋଇଥିବା ଏହାର ଟିଜର୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ନିର୍ମାତା ଫିଲ୍ମର ପ୍ରଥମ ଗୀତ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଗତ ଶନିବାର ଫିଲ୍ମର ପ୍ରଥମ ଗୀତର ଟିଜର୍‌ ଜାରି ହୋଇଛି, ଯାହାର ଟାଇଟଲ ‘ନୈନା’ । 




ଗୀତର ଟିଜର୍‌ରେ କ୍ରିତି ନଜର ଆସିଛନ୍ତି । ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ସେ ଗୀତର ଟିଜର୍‌ ଶେୟାର କରିଛନ୍ତି । ଧଳା ପୋଷାକରେ ସେ ଖୁବ୍‌ ବୋଲ୍ଡ ଦିଶୁଛନ୍ତି । ଆସନ୍ତା ୪ ତାରିଖରେ ନୈନା ଗୀତ ରିଲିଜ୍‌ ହେବ ବୋଲି ସେ ସୂଚନା ଦେଇଛନ୍ତି । ଗୀତଟିକୁ ଗାଇଛନ୍ତି ଦିଲଜିତ ଦୋସାଂଝ । ବାଦ୍‌ଶାହଙ୍କ ର‌୍ୟାପ୍‌ ବି ଏଥିରେ ରହିଛି । ଫିଲ୍ମରେ ୩ ନାୟିକାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଦିଲଜିତ ଦୋସାଂଝ । କପିଲ ଶର୍ମାଙ୍କର ମଧ୍ୟ ଛୋଟ ଭୂମିକା ରହିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ କ୍ରିଷ୍ଣନ୍‌ । ଆସନ୍ତା ୨୯ ତାରିଖରେ ଏହା ସିନେମାଘରକୁ ଆସିବ । ଏକତା କପୁର ଓ ରିୟା କପୁର ମିଳିତ ଭାବେ ଫିଲ୍ମ ପ୍ରଯୋଜନା କରିଛନ୍ତି । ଏହା ପୂର୍ବରୁ ଉଭୟ ‘ବୀରେ ଦି ୱେଡିଂ’ ଏକାଠି ପ୍ରସ୍ତୁତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.