ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ ବେଳେ ଶାମୀଙ୍କ ମାଆଙ୍କର ସ୍ୱାସ୍ଥ୍ୟ ଖରାପ , ହସ୍ପିଟାଲରେ ହେଲେ ଭର୍ତ୍ତି

ଅମରୋହା – ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା  କ୍ରିକେଟ୍‌ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ମଧ୍ୟରେ ଭାରତୀୟ ବୋଲର ମହମ୍ମଦ ଶାମୀଙ୍କୁ ନେଇ ଏକ ଖବର ସାମନାକୁ ଆସିଛି । ଶାମୀଙ୍କ ମାଆ ଅଞ୍ଜୁମ ଆରାଙ୍କ ହଠାତ୍‌ ସ୍ୱାସ୍ଥ ଖରାପ ହୋଇ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ  ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଏହାପେର ମଧ୍ୟ ତାଙ୍କର ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସି ନଥିଲା , ଏହାପରେ ପରିବାର ଲୋକେ ଶାମୀଙ୍କ ମାଆଙ୍କୁ ନେଇ ମୁରାଦାବାଦର ସୁପରଟେକ୍ ମଲଟିସ୍ପେଶାଲିଟି ହସ୍ପିଟାଲରେ ପହଞ୍ଚି ଥିଲେ , ସେଠାରେ ଡାକ୍ତରମାନେ ଶାମୀଙ୍କ ମାଆଙ୍କ ସ୍ଥିତିକୁ ଦେଖି ତାଙ୍କୁ ଭର୍ତ୍ତି କରାଇଛନ୍ତି। 

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଭାରତର ବିଜୟ ପାଇଁ ରଖିଲେ ବ୍ରତ , ପୂଜା ମଧ୍ୟ କଲେ

ସୂଚନା ଅନୁସାରେ ,ଶାମୀଙ୍କ ମାଆଙ୍କୁ ଜ୍ୱର ଓ ଚିନ୍ତା ଜନିତ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ହସ୍ପିଟାଲ ପ୍ରବନ୍ଧନ ଅନୁସାରେ କୁହାଯାଇଛି କି , ଖୁବ୍‌ ଶୀଘ୍ର ତାଙ୍କୁ ଡିସଚାର୍ଜ ମଧ୍ୟ କରି ଦିଆଯିବ।

ଗୋଟିଏ ଦିନ ପୂର୍ବରୁ ଶାମୀଙ୍କ ମାଆ ଭାରତର ବିଜୟ ପାଇଁ ପ୍ରାର୍ଥନା କରିଥିଲେ –

କ୍ରିକେଟର ମହମ୍ମଦ ଶାମୀଙ୍କର ମାଆ ଅଞ୍ଜୁମ ଆରା ମଧ୍ୟ ବିଶ୍ୱକପ୍‌ର ଫାଇନାଲ ମୁକାବିଲରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ବିଜୟ କାମନା କରିଥିଲେ। ଗତ ୫ଦିନରେ ସେ ନିଜର ଗାଁ ସହସପୁର ଅଲିନଗର ପୁସ୍ତୈନୀ ବିଲ୍ଡିଂରେ ରହୁଛନ୍ତି । ତାଙ୍କୁ ଶୁଭେଚ୍ଛା ଦେବାକୁ ଲୋକଙ୍କ ଭିଡ଼ ଲାଗିଛି। ଶନିବାର ସେ ଭାରତୀୟ ଟିମ୍‌ର ବିଜୟ ପାଇଁ ଶୁଭକାମନା ବି ଦେଇଛନ୍ତି । 

ଅନ୍ୟପଟେ ବିଶ୍ୱକପ୍‌ରେ ଭାରତ ଓ ଅଷ୍ଟ୍ରେଲିଆର ମ୍ୟାଚ୍‌କୁ ନେଇ ଲୋକଙ୍କ ସ୍ୱତନ୍ତ୍ର ଉତ୍ସାହ ରହିଛି । ରବିବାର ଆୟୋଜିତ ହୋଇଥିବା ମ୍ୟାଚକୁ ଦେଖିବା ପାଇଁ ପ୍ରସ୍ତୁତି କରାଯାଇଛି । ନଗରର ଆମ୍ୱେଦକର ପାର୍କରେ ବଡ଼ ଏଲଇଡି ଲଗାଯାଇଛି । ଏପଟେ ଭାରତର ବିଜୟ ନେଇ ସମସ୍ତେ ପ୍ରାର୍ଥନା କରୁଛନ୍ତି ।   

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.