ବଣାଇ,୨୬/୦୯: ଗୋଠ ଛଡା ଦନ୍ତାହାତୀର ଉତ୍ପାତ । ସନ୍ଧ୍ୟା ହେଲେ ପାଖ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛି ହାତୀ । କେଉଁଠି ଘର ଭାଙ୍ଗୁଛି ତ କେଉଁଠି ଫସଲ ନଷ୍ଟ କରୁଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବଣାଇ ରେଞ୍ଜ ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତାହାତୀ ଚାରିପାଞ୍ଚଟି ପଞ୍ଚାୟତ ଲୋକଙ୍କ ନିଦ ହଜାଇ ଦେଇଛି । ହାତୀଟି ସନ୍ଧ୍ୟ ହେଲେ ଗାଁ ପାଖ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛି । ଗାଁରେ ପଶି କେଉଁଠି ଲୋକଙ୍କ ଘର ଭାଙ୍ଗୁଛି ତ ଆଉ କେଉଁଠି ଫସଲ ନଷ୍ଟ କରୁଛି । ଏହା ସହ କିଛି ସ୍ଥାନରେ ନଳକୂଅ ମଧ୍ୟ ଭାଙ୍ଗି ଦେଇଛି ଏହି ଦନ୍ତା ହାତୀ । ହାତୀ ଆସିଲା ମାନେ ଗାଁ ଲୋକ ଘର ଛାଡି ପଳାଉଛନ୍ତି । ଏହି ହାତୀଟି କାହାକୁ ଆକ୍ରମଣ କରୁ ନଥିବା ବେଳେ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଉଛି । ଏହି କାରଣରୁ ଘରେ ଶୋଇ ଥିବାବେଳେ ହାତୀ ଆସିବା ମାତ୍ରେ ଘର ଛାଡିବାକୁ ବାଧ୍ୟ୍ୟ ହେଉଛନ୍ତି ଘରଲୋକ । ବନ ବିଭାଗ ହାତୀକୁ ଘଞ୍ଚ ଜଙ୍ଗଲକୁ ଛାଡିବାକୁ ପ୍ରୟାସ ଜାରି ରଖିଥିବାବେଳେ ହାତୀଟି ରାତି ସାରା ଏକାଧିକ ଗାଁ ବୁଲିବୁଲି ସକାଳୁ ପୁଣି ଧରଣୀଧର ପାଲି ସେକ୍ସନ ନିକଟ ଜଙ୍ଗଲକୁ ପଳାଇ ଯାଉଛି ।