ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସାଇବର୍ ଠକଙ୍କ ଜାଲରେ ଗ୍ରାହକ ସେବା କେନ୍ଦ୍ର ମାଲିକ, ଲିଙ୍କ୍ କ୍ଲିକ୍ କରିବାରୁ ଖାଲି ହୋଇଗଲା ଟଙ୍କା

ସୋର, ୦୭/୦୨ : ଗୋଟିଏ କ୍ଲିକ୍‌ରେ ଖାଲି ହୋଇଯାଉଛି ଆକାଉଣ୍ଟ। ପ୍ରତିଦିନ ନୂଆ ଉପାୟରେ ଠକେଇ କରୁଛନ୍ତି ସାଇବର୍ ଠକ। ପୁଣି ସାଇବର ଠକେଇର ଶିକାର ହେଲେ ଗ୍ରାହକ ସେବା କେନ୍ଦ୍ର ମାଲିକ। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀର ଏକ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କ ଠାରୁ ଲୁଟ୍ ହୋଇଛି। ମାଲିକ ବିକାଶ କୁମାର ସାହୁ ଖଇରା ଥାନାର ଦ୍ଵାରସ୍ଥ ହୋଇଛନ୍ତି। 

ସୂଚନାନୁଯାୟୀ, ବିକାଶ ଓ ତାଙ୍କ ସହଯୋଗୀଙ୍କ ହ୍ବାଟ୍ସଅପ ଗ୍ରୁପକୁ ଏକ ଲିଙ୍କ୍ ଆସିଥିଲା। ବିକାଶ ଡାଉନଲୋଡ କରିବା ମାତ୍ରେ ତାଙ୍କର ସବୁ ତଥ୍ୟ ହ୍ୟାକ୍ ହୋଇ ଯାଇଥିଲା । ଏହାପରେ ଘନଘନ ଓଟିପି ଆସିଥିଲା । ଗୋଟିଏ ଶାଖା ଖାତାରେ ଥିବା ୬ଶହ ଟଙ୍କା ଉଠିଯାଇଥିବା ସୂଚନା ପାଇବା ମାତ୍ରେ ସେ ତତ୍‌କ୍ଷଣାତ୍ ତାଙ୍କର ଅନ୍ୟ ଆକାଉଣ୍ଟରେ ଥିବା ୧ ଲକ୍ଷ ଟଙ୍କାକୁ ନିଜେ ଉଠାଇ ଆଣିଥିଲେ। ପରେ ହ୍ୟାକର ସେହି ୧ ଲକ୍ଷ ଉଠାଇବା ବେଳେ ଫେଲ ମାରିଥିଲା। ମାତ୍ର ଗୋଟିଏ ସେକେଣ୍ଡରେ ସେ ଏକ ବଡ଼ ଧରଣର ଠକାମୀରୁ ବର୍ତ୍ତି ଯାଇଥିଲେ। ଏବେ ବିକାଶଙ୍କ ମୋବାଇଲ ହ୍ୟାକ ହୋଇଯାଇଥିବା ବେଳେ ତାଙ୍କ ମୋବାଇଲ ନମ୍ବରରୁ ତାଙ୍କ ସହଯୋଗୀ ପାଖକୁ ମେସେଜ ଯାଇଛି। ସେ ମଧ୍ୟ ଠକେଇର ଶିକାର ହୋଇଛନ୍ତି। ବିକାଶ ଏନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.