ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଉଁ ଭାରତୀୟ ବୋଲରଙ୍କୁ ଭୟ କରୁଛନ୍ତି ଡେଭିଡ୍‌ ମିଲର ?

Image Courtesy: indiatvnews

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ପ୍ଲେ-ଅଫ୍‌ ଲାଗି ଲଢ଼େଇ ଜାରି ରହିଛି । ଆଇପିଏଲ ଶେଷ ହେବା ପୂର୍ବରୁ ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ ଉପରେ ସମସ୍ତଙ୍କ ନଜର ରହିଛି । ଆମେରିକା ଏବଂ ଓ୍ବେଷ୍ଟ ଇଣ୍ଡିଜରେ ଜୁନ୍ ୧ରୁ ଜୁନ ୨୯ ପର୍ଯ୍ୟନ୍ତ ବିଶ୍ବକପ ଲଢ଼େଇ ଜାରି ରହିବ । ଡେଭିଡ ମିଲର ମଧ୍ୟ ଏହି ମେଗା ଇଭେଣ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳବେ । 

ଏବେ ମିଲର ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ବେଳେ ବିଶ୍ବକପ୍‌ରେ ବହୁ ପ୍ରତିଭାବାନ ଖେଳାଳିଙ୍କୁ ସାମ୍ନା କରିବାକୁ ସେ ବେଶ ଉତ୍ସାହିତ ଅଛନ୍ତି । ସେ ଭାରତୀୟ ବୋଲର ଜସପ୍ରୀତ ବୁମରାଙ୍କୁ ବିଶ୍ବର ପ୍ରଭାବଶାଳୀ ବୋଲର ବୋଲି କହିଛନ୍ତି । ବୁମରା ଯେ କେବଳ ତାଙ୍କ ପାଇଁ ବିପଦ ତା ନୁହେଁ ବରଂ ଅନ୍ୟ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହେବେ ବୋଲି କହିଛନ୍ତି ଡେଭିଡ ମିଲର ।

ସେ କହିଛନ୍ତି ଯେ, ଭାରତୀୟ ଟିମ୍‌ରେ ଅନେକ ଭଲ ଖେଳାଳି ଅଛନ୍ତି । କିନ୍ତୁ ଜଣେ ବ୍ୟାଟର ଭାବରେ ବୁମରାଙ୍କୁ ସାମ୍ନା କରିବାକୁ ମୁସକିଲ୍‌ । ସେ ଦୀର୍ଘ ବର୍ଷ ଧରି ବିଶ୍ବସ୍ତରୀୟ ବୋଲର ରହିଆସିଛନ୍ତି । ସେ ମୋ ସହ ବିଶ୍ବକପରେ ଅନ୍ୟ ବ୍ୟାଟରଙ୍କ ପାଇଁ ବିପଦ ବୋଲି ମିଲର କହିଛନ୍ତି । ତେବେ ବିଶ୍ବକପରେ ବାଂଲାଦେଶ, ଶ୍ରୀଲଙ୍କା, ନେଦରଲାଣ୍ଡସ୍‌ ଏବଂ ନେପାଳ ସମେତ ଦକ୍ଷିଣ ଆଫିକ୍ରା ଗ୍ରୁପ ଡି ଟିମ୍ । ନ୍ୟୁୟର୍କରେ ଜୁନ୍‌ ୩ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଦକ୍ଷିଣ କୋରିଆ ।  

  • IPL 2024
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.