ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୦୧/୦୫ : ଦିଲ୍ଲୀ ଏବଂ ନୋଏଡାର ୫୦ରୁ ଉର୍ଦ୍ଧ୍ଵ ସ୍କୁଲକୁ ହଠାତ୍ ଆସିଲା ଧମକପୂର୍ଣ୍ଣ ଇମେଲ୍। ଏହି ସ୍କୁଲ ଗୁଡ଼ିକରେ ବମ୍ ଖଞ୍ଜା ଯାଇଥିବା ନେଇ ଆସିଛି ମେସେଜ୍। ଏହାପରେ ଚାରିଆଡ଼ ଚାଞ୍ଚଲ୍ୟ ଖେଳିଯାଇଛି। ତୁରନ୍ତ ସ୍କୁଲ ପରିସରରୁ ପିଲାମାନଙ୍କୁ ବାହାର କରାଯାଇଛି। ବମ୍ ସ୍କ୍ଵାର୍ଡ ପହଞ୍ଚି ସର୍ଚ୍ଚ ଅପରେସନ ଚଳାଇଛନ୍ତି। ତେବେ ଏଯାବତ୍ କୌଣସି ସନ୍ଦିଗ୍ଧ ବସ୍ତୁ ଚିହ୍ନଟ ହୋଇନାହିଁ। ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲ୍‌ ଏହି ଘଟଣାକୁ ନେଇ ତନାଘନା ଚଳାଇଛି।  

ସୂଚନାନୁଯାୟୀ, ଦ୍ଵାରକାର ଡିପିଏସ୍, ମୟୂର ବିହାରର ମଦର ମେରି, ଏବଂ ନୂଆଦିଲ୍ଲୀର ସଂସ୍କୃତ ସ୍କୁଲ ଏବଂ ନୋଏଡାର ଡିପିଏସ୍ ଭଳି ବହୁ ହାଇପ୍ରୋଫାଇଲ୍ ସ୍କୁଲ ଗୁଡ଼ିକୁ ଏଭଳି ଧମକପୂର୍ଣ୍ଣ ମେସେଜ୍ ଆସିଛି। ଏହାପରେ ଗୃହ ମନ୍ତ୍ରାଳୟ ପକ୍ଷରୁ କଡ଼ାକଡ଼ି ନଜର ରଖାଯାଇଛି। ଯେଉଁ ଆଇପି ଆଡ୍ରେସରୁ ଏହି ମେସେଜ୍ ଆସିଛି ତାହାକୁ ସାଇବର୍ ଟିମ୍ ଖୋଜୁଛନ୍ତି। ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲ୍‌ ଏହି ଘଟଣାକୁ ନେଇ ତନାଘନା ଚଳାଇଛି। ଦିଲ୍ଲୀର ଉପରାଜ୍ୟପାଳ ବିକେ ସକସେନା ଏନେଇ ପୋଲିସ କମିଶନରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏହା ସହ ସ୍କୁଲ ପରିସରରେ ସମ୍ପୂର୍ଣ୍ଣ ଯାଞ୍ଚ୍ କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଏନେଇ କହିଛନ୍ତି ଯେ, ପୋଲିସ ସ୍କୁଲ ଗୁଡ଼ିକ ସହ ଯୋଗାଯୋଗରେ ଅଛି। ତଦନ୍ତ ଚାଲିଛି। ଅଭିଭାବକମାନେ ଭୟଭୀତ ହୁଅନ୍ତୁ ନାହିଁ। ପୋଲିସକୁ ଏଯାବତ୍ କିଛି ମିଳିନାହିଁ। 











  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.