ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇ ପାରିବ ନାହିଁ, ପିଏମ୍‌ ମୋଦିଙ୍କ ବିରୋଧରେ ଦାଖଲ ପିଟିସନକୁ ଖାରଜ କଲେ ଦିଲ୍ଲୀ HC

ନୂଆଦିଲ୍ଲୀ – ଦିଲ୍ଲୀ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦାଖଲ କରାଯାଇ ଥିବା ଏକ ପିଟିସନକୁ ଖାରଜ କରି ଦେଇଛନ୍ତି। ଏହି ପିଟିସନରେ ପିଏମ୍‌ ମୋଦିଙ୍କ ୬ ବର୍ଷ ଯାଏ ନିର୍ବାଚନ ଲଢିବାକୁ ରୋକ୍‌ ପାଇଁ ଦାବି କରିଥିଲେ। ହାଇକୋର୍ଟ ପିଟିସନ ଖାରଜ କରି କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କୁ ଏହି ଆଦେଶ ଦେଇ ପାରିବେ ନାହିଁ ସେ କେମିତି କାମ କରିବେ। ଆବେଦନକାରୀ ପିଏମ୍‌ ମୋଦିଙ୍କ ଉପରେ ଦେବୀ ଦେବତାଙ୍କ ନାମରେ ଭୋଟ୍‌ ମାଗିବାର ଅଭିଯୋଗ ଲଗାଇ ଥିଲେ। ଜଷ୍ଟିସ୍‌ ସଚିନ ଦତ୍ତା କହିଛନ୍ତି କି ପିଟିସନ ସଂପୂର୍ଣ୍ଣ ରୂପେ ଭୁଲ। ଆମେ ନିର୍ବାଚନ ଆୟୋଗକୁ ଏକ ବିଶେଷ ଉପାୟରେ କାମ କରିବାକୁ ନିର୍ଦ୍ଦେଶ ଦେଇ ପାରିବ ନାହିଁ । 

କୋର୍ଟ ନିର୍ବାଚନର ଏହି ଦଲିଲ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି , ଯେଉଁଥିରେ ଆବେଦନକାରୀଙ୍କର ଅପିଲ ଉପରେ ନିଷ୍ପତ୍ତି ନେବାର କଥା କୁହାଯାଇ ଥିଲା। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପସ୍ଥିତ ଓକିଲ ସିଦ୍ଧାନ୍ତ କୁମାର କହିଛନ୍ତି କି, ଏହିପରି ଆବେଦନ ନିର୍ବାଚନ ଆୟୋଗକୁ ପ୍ରତିଦିନ ମିଳୁଛି। ଏହା ଉପରେ ଆଇନ୍‌ ଅନୁସାରେ , କାର୍ଯ୍ୟାନୁଷ୍ଠାନ କରାଯିବ। 

କହି ରଖୁଛୁ କି , ଏହି ପିଟିସନ ପେଶାରେ ଓକିଲ ଆନନ୍ଦ ଏସ୍ ଜୋନ୍ଧେଲେଙ୍କ ପକ୍ଷରୁ ଦାଖଲ କରାଯାଇ ଥିଲା। ସେ କୋର୍ଟଙ୍କୁ ଦାବି କରିଥିଲେ କି, ସେ ଜନ ପ୍ରତିନିଧି ଅଧିନିୟମ ଅନୁସାରେ , ପିଏମ୍‌ ମୋଦିଙ୍କୁ ୬ ବର୍ଷ ଯାଏ ନିର୍ବାଚନ ଲଢିବାରେ ରୋକିବାକୁ ନିର୍ବାଚନ ଆୟୋଗକୁ ଆଦେଶ ଦିଅନ୍ତୁ। 

ପିଟିସନରେ ପିଏମ୍‌ ମୋଦିଙ୍କ ୯ ଅପ୍ରେଲରେ ପିଲିଭିତ ,ଉତ୍ତର ପ୍ରଦେଶରେ ଦିଆଯାଇ ଥିବା ଭାଷଣ କଥା ଦର୍ଶାଯାଇ ଥିଲା ଏବଂ କୁହାଯାଇ ଥିଲା କି, ସେ କେବଳ ହିନ୍ଦୁ ଓ ଶିଖ ଦେବୀ-ଦେବତା ଓ ତାଙ୍କର ପୂଜା ସ୍ଥଳର ନାମରେ ଭୋଟ ମାଗି ନଥିଲେ , ବିରୋଧି ପାର୍ଟିଙ୍କ ଉପରେ ମୁସଲମାନଙ୍କ ପକ୍ଷ ନେବାରେ ଅଭିଯୋଗ କରି ବୟାନ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.