ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇତିହାସ ରଚିଲେ ରାମଚରଣ, ୱେଲସ ବିଶ୍ୱବିଦ୍ୟାଳୟରୁ ମିଳିଲା ଡକ୍ଟରେଟ୍‌ ଉପାଧି

ନୂଆଦିଲ୍ଲୀ ୧୫/୦୪: ଦକ୍ଷିଣ ଭାରତୀୟ ସିନେମା ଜଗତର ସୁପରଷ୍ଟାର ରାମଚରଣଙ୍କୁ ଚେନ୍ନାଇର ୱେଲସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧିରେ ସମ୍ମାନିତ କରାଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅତୁଳନୀୟ ଯୋଗଦାନ ଓ ସମାଜସେବା ଲାଗି ପ୍ରତିବଦ୍ଧତା ଲାଗି ତାଙ୍କୁ ଏହି ସମ୍ମାନ ମିଳିଛି । ଶନିବାର ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି ରାମଚରଣ ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି, ୱେଲସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧି ପାଇ ବହୁତ ଖୁସି ଲାଗୁଛି । ଚେନ୍ନାଇର ଜନତା ଓ ଯେଉଁମାନେ ମୋର ଏହି ଯାତ୍ରାର ଅଂଶବିଶେଷ ରହିଛନ୍ତି ସମସ୍ତଙ୍କ ନିକଟରେ ଋଣୀ । ଅନେକ ସ୍ୱପ୍ନ ପୂରଣ ଓ ସଫଳତା ହାସଲ କରିବା ବାକି ରହିଛି । 




ଚେନ୍ନାଇସ୍ଥିତ ପଲାଭରମ୍‌ କ୍ୟାମ୍ପସରେ ନିକଟରେ ୱେଲସ ବିଶ୍ୱବିଦ୍ୟାଳୟର ୧୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା । ସେହି ଉତ୍ସବରେ ରାମଚରଣ ମୁଖ୍ୟ ଅତିଥି ଥିଲେ । ସେଠାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାମଚରଣଙ୍କ ସହିତ ପତ୍ନୀ ଉପାସନା କାମିନେନି ମଧ୍ୟ ଉପସ୍ଥିତ ରହିଥିଲେ । ସେ ଏହି କାର୍ଯ୍ୟକ୍ରମର ଅନେକ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କ୍ୟାପସନ୍‌ରେ ସ୍ୱାମୀଙ୍କୁ ଡକ୍ଟର ରାମଚରଣ ବୋଲି ସମ୍ବୋଧନ ମଧ୍ୟ କରିଛନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ରାମଚରଣଙ୍କୁ ଆଗକୁ ‘ଗେମ୍‌ ଚେଞ୍ଜର’ରେ ଦେଖିବାକୁ ମିଳିବ । ୧୭୦ କୋଟି ଟଙ୍କା ବଜେଟ୍‌ରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମକୁ ଶଙ୍କର ନିର୍ଦ୍ଦେଶନା ଦେବେ । ସେଥିରେ ତାଙ୍କ ସହିତ କିଆରା ଆଡଭାନି, ଅଞ୍ଜଳି, ଏସ୍‌ଜେ ସୂର୍ଯ୍ୟାଙ୍କ ଭଳି କଳାକାର ନଜର ଆସିବେ । ସେହିପରି ରାମଚରଣଙ୍କୁ ଜାହ୍ନବୀ କପୁରଙ୍କ ସହିତ ‘ଆରସି୧୬’ରେ ଦେଖିବାକୁ ମିଳିବ । ସେହି ଫିଲ୍ମକୁ ବୁଚି ବାବୁ ସାନା ନିର୍ଦ୍ଦେଶନା ଦେବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.