ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସେନାରେ ସାମିଲ ହେବୁ, ପ୍ରତିଶୋଧ ନେବୁ’: ମସ୍କୋ କନସର୍ଟ ହଲ୍‌ ଆକ୍ରମଣ ପରେ ବଢ଼ୁଛି ଋଷୀୟ ସୈନିକଙ୍କ ସଂଖ୍ୟା

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷୀୟ ସେନାରେ ସୈନିକଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ବହୁ ସଂଖ୍ୟକ ନାଗରିକ ଏବେ ସେନାରେ ସାମିଲ ହେବାକୁ ଚୁକ୍ତି ସ୍ବାକ୍ଷର କରୁଥିବା ନେଇ ରୟଟର୍ସର ଏକ ରିପୋର୍ଟରୁ ଜଣାପଡ଼ିଛି । ଗତ ମାସରେ ମସ୍କୋ କନସର୍ଟ ହଲ ଆକ୍ରମଣ ପରେ ଋଷୀୟ ସୈନିକଙ୍କ ସଂଖ୍ୟା ବଢ଼ୁଛି । ଏହି ଆକ୍ରମଣେ ୧୪୪ ଲୋକଙ୍କ ମୃତ୍ୟୁ ହୋଇଥିଲା । ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୪ ଆରମ୍ଭରୁ ଏକ ଲକ୍ଷ ଲୋକ ସେନାରେ ସାମିଲ ହେବାକୁ ଚୁକ୍ତି କରିଛନ୍ତି । ହେଲେ ଗତ ୧୦ ଦିନ ଭିତରେ ୧୬୦୦୦ ନାଗରିକ ସେନାରେ ସାମିଲ ହେବାକୁ କଣ୍ଟ୍ରାକ୍ଟରେ ସାଇନ୍‌ କରିସାରିଛନ୍ତି । 

 ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଶାୟୀ କ୍ରୋକସ୍‌ ସିଟି ହଲ୍‌ ଆକ୍ରମଣର ପ୍ରତିଶୋଧ ନେବାକୁ ସେନାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୨୨ ମାର୍ଚ୍ଚ ୨୦୨୪ରେ କନସର୍ଟ ହଲରେ ଆକ୍ରମଣ କରିଥିବା ତତ୍ତ୍ବଙ୍କୁ ଜବାବ ଦେବାକୁ ଋଷୀୟ ନାଗରିକ ଚାହୁଁଥିବା ନେଇ ଋଷର ବିଭିନ୍ନ ସହରରେ ଆୟୋଜିତ ସେନା ନିଯୁକ୍ତି କାର୍ଯ୍ୟକ୍ରମରେ କହିଛନ୍ତି ଆଶାୟୀ ପ୍ରାର୍ଥୀ । ତେବେ ୨୦୦୪ ପରେ ମସ୍କୋରେ ହୋଇଥିବା ସବୁଠୁ ବଡ଼ ଆକ୍ରମଣରେ ୧୪୪ ଜଣ ପ୍ରାଣ ହରାଇଥିଲେ । କନସର୍ଟ ହଲ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ । ସେପଟେ ଏଭଳି ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ୟୁକ୍ରେନ୍‌କୁ ଦାୟୀ କରିଆସିଛି ଋଷିଆ । 

ଅନ୍ୟପଟେ ଏଫଏସବିର ନିର୍ଦ୍ଦେଶକ ଆଲେକଜାଣ୍ଡର ବୋର୍ତ୍ତନିକୋଭ ଏବଂ ଋଷିଆର ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାତ୍ରୁସେଭ ମସ୍କୋ କନସର୍ଟ ହଲ ଆକ୍ରମଣ ପାଇଁ ୟୁକ୍ରେନ୍‌ ଏବଂ ଏହାର ସହଯୋଗୀ ଦେଶ ବ୍ରିଟେନ ଓ ଆମେରିକାକୁ ଦାୟୀ କରିଥିଲେ । ଆଇଏସ ଆତଙ୍କୀ ସଂଗଠନ ଆକ୍ରମଣ କରିଥିବା ବେଳେ ସେମାନଙ୍କୁ ଓ୍ବେଷ୍ଟର୍ଣ୍ଣ ସ୍ପେଶାଲ ସର୍ଭିସର ସମର୍ଥନ ମିଳିଥିଲା ବୋଲି ଦାବି କରିଥିଲେ ବୋର୍ତ୍ତନିକୋଭ ।

 

  • Russia
  • Russia Military
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.