ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗରମରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ କ୍ଷତିକାରକ, ଦେଇଥାଏ ଏହି ସବୁ ରୋଗକୁ ନିମନ୍ତ୍ରଣ

ଭୁବନେଶ୍ୱର ୦୭/୦୬: ଗରମ ଦିନେ ପ୍ରାୟ ଲୋକ ଅଫିସ୍‌ ହେଉ ଅବା ଘରେ ବାହାରୁ ଆସିବା ପରେ ହଠାତ୍‌ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏପରି କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍‌ ନୁହେଁ । ଶରୀରର ତାପମାତ୍ରା ଅଧିକ ଥିବା ବେଳେ ହଠାତ୍‌ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ । ହଠାତ୍‌ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏପରିକି ଅଚାନକ ଗରମରୁ ଥଣ୍ଡାକୁ ଆସିବା ଦ୍ୱାରା ହୃଦୟ ଗତିରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥାଏ । ଏହି ଅଭ୍ୟାସ ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ ଦେଇଥାଏ । ଯେପରିକି... 

ପାଚନତନ୍ତ୍ର ସମସ୍ୟା :

ଗରମରେ ବରଫ ମିଶା ପାଣି ବା ଫ୍ରିଜ୍‌ ପାଣି ପିଇବା ଦ୍ୱାରା ପେଟର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଫଳରେ ପାଚନ କ୍ରିୟା କ୍ରମଶଃ ଧୀମା ହୋଇଚାଲେ । ପରେ ପେଟରେ ଯନ୍ତ୍ରଣା, ବଦ୍‌ହଜମୀ, ବାନ୍ତି ଓ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ ।


ଗଳା ଯନ୍ତ୍ରଣା :

ଗରମଦିନେ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବସିବା ଓ ଯନ୍ତ୍ରଣା ଆଦି ଦେଖା ଦେଇଥାଏ । 

ଥଣ୍ଡା-କାଶ :

ଖରାରୁ ଆସିବା ସମୟରେ ଶରୀରର ତାପମାତ୍ରା ଅଧିକ ରହିଥାଏ । ଏହି ସମୟରେ ଥଣ୍ଡା ପାଣି ପିଇବା ଦ୍ୱାରା ତାପମାତ୍ରା ହଠାତ୍‌ କମିଯାଇଥାଏ, ଯାହାଦ୍ୱାରା କିଛି ଲୋକଙ୍କଠାରେ ଥଣ୍ଡାକାଶ ପରି ସମସ୍ୟା ଉପୁଜିଥାଏ । ଅଧିକ ସମ୍ବେଦନଶୀଳ ଲୋକମାନେ ଥଣ୍ଡା ପାଣି ପିଇବା ଦ୍ୱାରା ଜ୍ୱର ମଧ୍ୟ ହୋଇଯାଇଥାଏ । 

ହୃଦୟ ପାଇଁ କ୍ଷତିକାରକ :

ଅଚାନକ୍‌ ଥଣ୍ଡା ପାଣି ପିଇବା ଦ୍ୱାରା ହୃଦ୍‌ସ୍ପନ୍ଦନରେ ମଧ୍ୟ ଅନିୟମିତା ଦେଖିବାକୁ ମିଳିପାରେ । କାରଣ ହଠାତ୍‌ ତାପମାତ୍ରା ପରିବର୍ତ୍ତନକୁ ହୃଦୟ ଗ୍ରହଣ କରିପାରି ନଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.