ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିୱାଲଙ୍କ ବିରୋଧରେ EDକୁ ପ୍ରମାଣ ମାଗିଲେ ଦିଲ୍ଲୀ ହୋଇକୋର୍ଟ, ଦେଲେନି ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ, ୨୧/୦୩: ଦିଲ୍ଲୀ ହାଇକୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା । କେଜ୍ରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେନି ହାଇକୋର୍ଟ । ମାର୍ଚ୍ଚ ୨୧ ଗୁରୁବାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି, ଗିରଫ କରିବା ନେଇ କୌଣସି ଅନ୍ତରୀଣ ସୁରକ୍ଷା ଦିଆ ଯାଇ ପାରିବ ନାହିଁ ।

ଇଡିର ସମନ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡିକୁ ପ୍ରମାଣ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ପରେ ଇଡି ଅଧିକାରୀ ପ୍ରମାଣ ଓ ଦସ୍ତାବିଜ୍ ନେଇ ବିଚାରପତିଙ୍କ ଚ୍ୟାମ୍ପରକୁ ଯାଇଛନ୍ତି । ଫାଇଲ୍ ଦେଖିବା ପରେ ଗିରଫ ନ କରିବାକୁ କେଜ୍ରିୱାଲ୍ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଦିଲ୍ଲୀ ଅରବିନ୍ଦ କେଜ୍ରିୱାଲ, ଇଡି ସମନ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନୋଟିସକୁ ନେଇ କେଜ୍ରିୱାଲଙ୍କୁ ପଚରାଉଚରା ପୂର୍ବରୁ ଗିରଫ କରାଯିବ ନାହିଁ ବୋଲି ଗ୍ୟାରେଣ୍ଟି ମାଗିଥିଲେ ।

କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘବୀ କହିଥିଲେ, ଇଡିର ପଚରାଉଚରା ପାଇଁ କେଜ୍ରିୱାଲ୍ ଯିବେ । କିନ୍ତୁ କୋର୍ଟ, ଇଡିକୁ କୁହନ୍ତୁ କେଜ୍ରିୱାଲଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଶୁଣାଣି ବେଳେ ପ୍ରଶ୍ନ ଉଠିଥିଲା, ସମନ ଶୁଣାଣି ଯୋଗ୍ୟ କି ନୁହେଁ । ଯାହା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି,  ସମନ ଶୁଣାଣି ଯୋଗ୍ୟ କି ନୁହେଁ ତାହା ଉପରେ ଏପ୍ରିଲ୍ ୨୨ରେ ଶୁଣାଣି ହେବ ।

ଇଡି କହିଛି, ଅନ୍ତରୀଣ ଆଶ୍ୱସ୍ତିକୁ ନିୟମ ଭାବେ ପାଳନ କରାଯିବ ନାହିଁ । ସୁରକ୍ଷା ଦିଆଯିବା ପାଇଁ ଜାରି ଆଦେଶ କଥା କହି ଇଡି କହିଛି, ଅନ୍ତରୀଣ ଆଶ୍ୱସ୍ତି ଆଦେଶକୁ ନିୟମ ବୋଲି ବିବେଚନା କରାଯିବ ନାହିଁ । କୋର୍ଟ ଇଡିକୁ ପ୍ରଶ୍ନ କରିଥିଲେ, ସମନ ପରେ ସମନ ପଠା ଯାଉଛି । ଆପଣ କାହିଁକି ଗିରଫ କଲେନି ? ଯାହା ଉପରେ ଇଡିର ଓକିଲ ଏଏସଜି ଏସବି ରାଜୁ କହିଛନ୍ତି, ତାଙ୍କୁ ଜଣା ନାହିଁ କିଏ କହି ଦେଇଛି ଗିରଫ କରିବାକୁ ଡକା ଯାଉଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି, ଆମେ ତ ପଚରାଉଚରା କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କୁ ଡାକୁଛୁ । ସମନ ଜାରି କରିବା ଲାଗି ଆମ ପାଖରେ ଅଧିକାର ରହିଛି । ସମନ ପାଇବା ପରେ ଯାଞ୍ଚରେ ସହଯୋଗ କରିବା କଥା । ଆମ ପ୍ରଶ୍ନର ଉତ୍ତର ରଖିବା କଥା । ତେବେ କେଜ୍ରିୱାଲଙ୍କ ଆବେଦନ ଉପରେ ଉତ୍ତର ରଖିବାକୁ ଇଡି ସମୟ ମାଗିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.