ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ରଙ୍ଗରେ ହେବ ରଙ୍ଗୀନ: ଇଫ୍‌ତାର ପାର୍ଟିରୁ ହୋଲି ମିଳନ, ଗାଁ ମୁହାଁ ନେତା, ଉତ୍ସାହିତ କର୍ମୀ

ଭୁବନେଶ୍ୱର,୨୪/୦୪: ଭାତଟେ ହେବ, ମଟନ କଷାଟେ ହେବ । ତା’ ସାଙ୍ଗକୁ  ଚାଖଣା ଓ ପାଣିର ବ୍ୟବସ୍ଥା । ରଙ୍ଗୀନ ହେବ ହୋଲି । ପାର୍ଟି ରେଡି, ମାଟି ରେଡି । ଡିଜେ ବାଜିବ, ନାଚ ଜମିବ । ପୂରା ଶହେ ଶହେରେ ଖେଳ ହେବ । ହୋଲି ମିଳନରୁ ଅସଲି ପର୍ବ ଆରମ୍ଭ ହେବ । ନିର୍ବାଚନୀ ରଙ୍ଗରେ ପୂରା ରଙ୍ଗୀନ ହେବ । ଉଠିବ ପଡ଼ିବ ଗାଁରୁ ସହର । ତା’ ସାଙ୍ଗକୁ ଇଫ୍‌ତାର ପାର୍ଟି । ନେତା ତାକୁ ବି ନଜରରେ ରଖିଛନ୍ତି । ଏସବୁ ପାଇଁ ହୋଲି ଏକ ବଡ଼ ସୁଯୋଗ ଆଣିଛି । ସେହି ଅବସରରେ ନେତାଏ ସମସ୍ତଙ୍କୁ ଭାଇଚାରର ରଙ୍ଗବୋଳି ନିର୍ବାଚନ ବୈତରଣୀ ପାର୍‌ ହେବାର ଉପାୟ ପାଞ୍ଚିଛନ୍ତି ।

ନିର୍ବାଚନୀ ବିଗୁଲ୍‌ ବାଜି ସାରିଛି । କ୍ଷେତ୍ର ପ୍ରସ୍ତୁତ କରି ସାରିଛନ୍ତି ରାଜନେତା ଆଉ ରାଜନୈତିକ ଦଳ । ରାଜ୍ୟରେ ‘ଏକାକୀ ଲଢ଼ିବ, ସରକାର ଗଢ଼ିବୁ’ର ନାରା ଦେଇ ସବୁକିଛି ସ୍ପଷ୍ଟ କରି ଦେଇଛନ୍ତି ବିଜେଡି-ବିଜେପି । କଂଗ୍ରେସ ବି ୯ରୁ ୯୦ ଟାର୍ଗେଟ୍‌ ନେଇ ଆରମ୍ଭରୁ ପାଗ ଭିଡ଼ି ବସିଛି । ଯେଉଁ ମେଣ୍ଟ ଦ୍ୱନ୍ଦ୍ୱ ନେଇ ସମସ୍ତେ ଅନିଶ୍ଚିତତାରେ ଥିଲେ । ହେଲେ ‘ଆକାଶ ପୂରା ସଫା ହେଇ ଆସିଲାଣି’ । ବୋଧହୁଏ ନିକଟରେ ନେତାଙ୍କ ହାତ ମୁଠାରେ ପହଞ୍ଚିବ ଦଳୀୟ ଟିକଟ୍‌ । 

ଏ ଖବର ପରେ ଆଶାୟୀଙ୍କଠୁ ନେତାଙ୍କ ପର୍ଯ୍ୟନ୍ତ ସବୁ ଏବେ ପ୍ରସ୍ତୁତିରେ । କେଉଁଠି ବ୍ୟାନର, ପୋଷ୍ଟର, କାର୍ଡ ଓ ହୋର୍ଡିଂ ଛପା ହେବ । ପ୍ରଚାର ପାଇଁ କଳାକାର, ନେତା, ଗାଡ଼ି, ବୁକ୍‌ ହେବ । ଗୀତ ରେକର୍ଡିଂ ସହ ମ୍ୟୁଜିକ୍‌ ଭିଡିଓ ସୁଟିଂ ଓ ଫଟୋ ଉଠା । ଧଳା କୁର୍ତ୍ତା, ଜୋତା କିଣା ହେବ । କେଉଁଠି ସଭା ହେବ, କାହାକୁ ଧରି କେଉଁ କେଉଁ ଗାଁ ବୁଲା ହେବ । ପୁଣି କେଉଁଠୁ କ୍ଲବ୍‌ ପିଲେ, କେଉଁଠୁ ପଞ୍ଚାୟତ ନେତା ଆସିବେ ସବୁ ଅଙ୍କକଷା ଚାଲିଛି ।

ସେଥିଲାଗି ଏବେ ରାଜଧାନୀ ଛାଡ଼ି ଗାଁ ମୁହାଁ ନେତା । ତାଙ୍କୁ ଦେଖି କର୍ମୀ ପୂରା ଜୋସ୍‌ରେ । ନେତାଙ୍କୁ ବି ମଉକା । ଏକା ମାଡ଼କରେ ସବୁ ଖେଳ ସାରିଦେବେ । କର୍ମୀଙ୍କୁ ଉତ୍ସାହିତ କରିବାକୁ ହେବ । ଦୋଳରେ ଦୋଳଗୋବିନ୍ଦଙ୍କୁ ବସାଇ ବଜ୍ର ଶପଥ ନେବେ । ହୋଲି ମିଳନ, ଇଫ୍‌ତାର ପାର୍ଟି କରି ପାଣି, ପଣା ବାଣ୍ଟି ଭୋଟ୍‌ ପକ୍କା କରିବେ । ଏହାଠୁ ଆଉ ବଡ଼ ସୁଯୋଗ ନାହିଁ । ସେଥିପାଇଁ ତ ଫ୍ଲେକ୍ସ ଦୋକାନରେ ବ୍ୟାନର, ହୋର୍ଡିଂ ଛପା ଛାଲିଛି । ହାତ ଯୋଡ଼ା ସାଇଜ୍‌ ଫଟୋ ସାଙ୍ଗକୁ ସବୁଆଡ଼କୁ ବୁଝାଇଲା ଭଳି ‘ଭାଇଚାରାର ମିଳନ ପର୍ବ ହୋଲି’ ଲେଖି ଛପା ଚାଲିଛି । 

ସେପଟେ ଟେଣ୍ଟ ହାଉସ୍‌, ରୋଷେୟା, ମାଛ, ମାଂସ, ଡିଜେ, ରଙ୍ଗ ଦୋକାନୀ, ଜଳଖିଆ ଦୋକାନୀ ସମସ୍ତଙ୍କୁ ବଇନା ଦିଆସରିଛି । ଏମିତିକି ବାକି କଥା... ବି ବୁଝା ସରିଛି । କିଛି କିଛି ସ୍ଥାନରେ ଯାତ୍ରା, ମେଲୋଡି ସହ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ବି ଆଡଭାନ୍ସ ବୁକିଂ ଦିଆସରିଛି । ଦୋଳ ମହୋତ୍ସବ, ହୋଲି ଉତ୍ସବରେ କିଏ କିଏ ଷ୍ଟାର୍‌ ଆସିବେ ତା’ର ତାଲିକା ହୋଇସାରିଛି । ଆଉ ମାତ୍ର ଦିନଟିଏ । ଖାଲି ହୋଲିକୁ ଅପେକ୍ଷା । ତା’ ପରେ ଫଗୁ ଉଡ଼ିବ ଆଉ ରଙ୍ଗ ଜମିବ । ଏଇଠୁ ୨୪ ନିର୍ବାଚନ  ପ୍ରଚାରର ଶୁଭାରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.