ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହିମାଚଳର ଏହି ଗାଁରେ କେବଳ ମାତ୍ର ଜଣେ ଭୋଟର, ନିର୍ବାଚନ କମିଶନ୍ ଉଠାଇଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୭।୩: ଅରୁଣାଚଳ ପ୍ରଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ଏକ ଟିମ୍  ଅନଞ୍ଜା ଜିଲ୍ଲାର ମାଲେଗମ୍ ଗାଁକୁ  ଯିବ। ଉଲ୍ଲେଖନୀୟ ଯେ, ଏହି ଗାଁରେ ୪୪ ବର୍ଷୀୟ ସାକେଲା ତାୟାଙ୍ଗ ଏକମାତ୍ର ମତଦାତା। ତାଙ୍କୁ ନିଜର ମତାଧିକାର ଦେବା ପାଇଁ ମତଦାନ ଅଧିକାରୀଙ୍କ ଟିମ୍‌ ଏଠାରେ ପହଁଞ୍ଚିବା ପାଇଁ ୩୯ କିଲୋମିଟର ଯାତ୍ରା କରିବେ।

ତାୟାଙ୍ଗଙ୍କ ପାଇଁ ଚୀନ୍‌ର ସୀମା ନିକଟରେ ଥିବା ଏକ ଗାଁରେ ଅସ୍ଥାୟୀ ମତଦାନ କେନ୍ଦ୍ର ତିଆରି କରାଯିବ। ନିର୍ବାଚନ ଅଧିକାରୀଙ୍କ କହିବା ଅନୁସା‌ରେ, ମାଲେଗମ୍‌ରେ ବହୁତ କମ୍ ପରିବାର ରୁହନ୍ତି। ତାୟାଙ୍ଗଙ୍କୁ ଛାଡି ଅନ୍ୟ ମତଦାତା ଅନ୍ୟ କେନ୍ଦ୍ରରେ ପଞ୍ଜିକୃତ ମତଦାତା ହୋଇପାରିଛନ୍ତି, କିନ୍ତୁ ସେ କୌଣସି ଅନ୍ୟ ମତଦାନ କେନ୍ଦ୍ରକୁ ସ୍ଥାନାନ୍ତରିତ ହେବାକୁ ପ୍ରସ୍ତୁତ ନାହାନ୍ତି।

ତାୟାଙ୍ଗ ହୁଲିୟାଙ୍ଗ ବିଧାନସଭା ଆସନ ଓ ପୂର୍ବ ଅରୁଣଚଳ ଲୋକସଭା ଆସନରୁ ମତଦାତା ଅଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଲିକେନ୍ କୋୟୁ କହିଛନ୍ତି ଯେ ହୁଲିଆଙ୍ଗରୁ ମାଲଗମ୍ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପୁରା ଗୋଟିଏ ଦିନ ଲାଗେ। ସମସ୍ତଙ୍କର ଭୋଟ୍ ଦେବାର ଅଧିକାର ଅଛି। ସ୍ଥାନଟି ଯେତେ ଦୂର ହେଉନା କାହିଁକି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୋଟ୍ ଦିନ ନିର୍ବାଚନୀ ଟିମ୍‌ଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୁଥରେ ରହିବାକୁ ପଡିପାରେ, କାରଣ ତାଇଙ୍ଗ କେବେ ଭୋଟ୍ ଦେବାକୁ ଆସିବେ ତାହା ଆମେ ଜାଣିନାହୁଁ।

ତାୟାଙ୍ଗଙ୍କ ପିଲାମାନେ ଅନ୍ୟତ୍ର ପାଠ ପଢନ୍ତି।  ତାୟାଙ୍ଗ କହିଛନ୍ତି, "ମୁଁ କ୍ୱଚିତ୍ ମୋ ଗାଁରେ ରହେ। ମୁଁ କିଛି କାମ ପାଇଁ କିମ୍ବା ନିର୍ବାଚନ ସମୟରେ ଏଠାକୁ ଆସିଥାଏ। ମୁଁ ଲୋହିତ ଜିଲ୍ଲାର ୱାକ୍ରୋରେ ରହେ, ମୋର ସେଠାରେ ଏକ ଚାଷ ଜମି ଅଛି।" ଗତ ଲୋକସଭା ନିର୍ବାଚନ ସମୟରେ ମାଲୋଗାମର ଦୁଇଜଣ ଭୋଟର ଥିବାବେଳେ ଅନ୍ୟ ଭୋଟର ତାୟାଙ୍ଗ ସ୍ୱାମୀ ଜେନାଲାମ ତାୟାଙ୍ଗ ଥିଲେ। ତେବେ ପରେ ଜେନେଲାମ ତାଙ୍କ ନାଁ ଅନ୍ୟ ଏକ ଭୋଟର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସାକେଲା ତାୟାଙ୍ଗ କହିଛନ୍ତି, ଆମେ ୧୫ ବର୍ଷ ହେବ ଅଲଗା ରହୁଛୁ। ମୋତେ ଜଣା ନାହିଁ, ବର୍ତ୍ତମାନ ସେ କେଉଁଠି ରୁହନ୍ତି। ସେ କହିଛନ୍ତି, ୧୮ ଏପ୍ରିଲ ସନ୍ଧ୍ୟାରେ ଭୋଟ ଦେବାକୁ ସେ ନିଜ ଗାଁରେ ପହଁଞ୍ଚିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.