ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲନ୍‌ ମସ୍କଙ୍କ ବଡ଼ ଘୋଷଣା, ଏଣିକି ଟ୍ବିଟ୍‌ ଏବଂ ରିଟ୍ବିଟ୍‌ କଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର (ଏବେ ଏକ୍ସ)କୁ ଅଧିଗ୍ରହଣ କରିବା ପରଠୁ ଏଲନ ମସ୍କ ବହୁତ ବଡ଼ ପରିବର୍ତ୍ତନ କରୁଛନ୍ତି । ପ୍ରଥମେ ବ୍ଲୁ ଟିକ୍‌ ପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି ମସ୍କ ଘୋଷଣା କରି ୟୁଜର୍ସଙ୍କୁ ଚକିତ କରିଦେଇଥିଲେ । ଆଉ ଏବେ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଏଲନ ମସ୍କ । ପୁଣି ଥରେ ଏକ୍ସ ୟୁଜର୍ସଙ୍କ ପାଖରୁ ଚାର୍ଜ ଭିଡ଼ିବାକୁ ମସ୍କ ଯୋଜନା କରିଛନ୍ତି ।  ନୂଆ ୟୁଜର୍ସଙ୍କ ଲାଗି ନୂଆ ନିୟମ ଆସିଛି ।

ଏବେ ଏକ୍ସରେ ପୋଷ୍ଟ କଲେ କିମ୍ବା କୌଣସି ପୋଷ୍ଟରେ ଲାଇକ, କମେଣ୍ଟ ଏବଂ ବୁକମାର୍କ କଲେ ଚାର୍ଜ ଲାଗିବ ।  ଏକ୍ସର ଜଣେ ୟୁଜରଙ୍କୁ ଜବାବ ଦେଇ ଏହି ସୂଚନା ଦେଇଛନ୍ତି ଏଲନ ମସ୍କ । ଏବେ ଏବେ ଏକ୍ସ ବ୍ୟବହାର କରୁଥିବା ୟୁଜର ଏହି ଚାର୍ଜ ଦେବାକୁ ବାଧ୍ୟ ହେବେ । ଏହା ପୂର୍ବରୁ ୨୦୨୩ ଅକ୍ଟୋବର ମାସରେ ଫିଲିପାଇନ୍ସ ଏବଂ ନ୍ୟୁଜିଲାଣ୍ଡର ନୂଆ ୟୁଜର୍ସଙ୍କ ଲାଗି ବାର୍ଷିକ ଏକ ଡଲାର ଚାର୍ଜ ଦେବାକୁ ଘୋଷଣା କରିଥିଲେ ଏଲନ ମସ୍କ। 







ସେପଟେ ଏକ୍ସରେ ଥିବା ବହୁ ଫେକ୍‌ ଆକାଉଣ୍ଟଗୁଡ଼ିକୁ ହଟାଇ ଦିଆଯାଇଛି । ଚଳିତ ବର୍ଷ ୨୬ ଫେବୃଆରିରୁ ୨୫ ମାର୍ଚ୍ଚ ମଧ୍ୟରେ ୨ ଲକ୍ଷ ୧୩ ହଜାର ଆକାଉଣ୍ଟ ବ୍ୟାନ କରିଛି ଏକ୍ସ । ଏହି ସବୁ ଆକାଉଣ୍ଟ କମ୍ପାନି ପଲିସିର ଉଲ୍ଲଂଘନ କରୁଥିଲେ ।  ତେବେ ଏଣିକି ନୂଆ ୟୁଜରଙ୍କୁ ବାର୍ଷିକ ଚାର୍ଜ ଦେବାକୁ ପଡ଼ିବ । ହେଲେ ୩-୪ ମାସ ପରେ ସମ୍ପୃକ୍ତ ୟୁଜର ମାଗଣାରେ ପୋଷ୍ଟ, ଲାଇକ, କମେଣ୍ଟ କରିପାରିବେ ବୋଲି ମସ୍କ ଜଣାଇଛନ୍ତି । ତେବେ ବଟ୍‌କୁ ନିୟନ୍ତ୍ରଣ କରିବା ଲାଗି ଏଭଳି ନିୟମ ଆସିଥିବା ନେଇ ଏଲନ ମସ୍କ ସୂଚନା ଦେଇଛନ୍ତି ।

 

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.