ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରୁ ଆମେରିକା, ରାଫା ଉପରେ ଆକ୍ରମଣ ପରେ ୟୁରୋପୀୟ ସଂଘର ଚେତାବନୀ...

ନୂଆଦିଲ୍ଲୀ: ରାଫା ସହର ଉପରେ ଆକ୍ରମଣ ପରେ ଇସ୍ରାଏଲ ଉପରେ ଏବେ ସାରା ବିଶ୍ବରୁ ଚାପ ସୃଷ୍ଟି ହୋଇଛି । ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲ ଦାବି କରିଛନ୍ତି ଯେ, ଇସ୍ରାଏଲର ସହଯୋଗୀ ବିଶେଷ କରି ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଆବଶ୍ୟକ । ବୋରେଲ କହିଛନ୍ତି ଯେ, ଗାଜାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି । ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ, ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଚରମ ସୀମାରେ ପହଞ୍ଚିଛି । ବାଇଡେନଙ୍କ ବିବୃତ୍ତିକୁ ଦର୍ଶାଇ ବୋରେଲ କହିଛନ୍ତି ଯେ, ଯଦି ଆପଣ ଭାବୁଛନ୍ତି ଯେ ଲୋକଙ୍କୁ ହତ୍ୟା କରାଯାଉଛି ତେବେ ଆପଣ ଅଳ୍ପ ପରିମାଣରେ ଅସ୍ତ୍ର ଦେବା ଉଚିତ ଯାହା ଦ୍ବାରା ଅନେକ ଲୋକ ମୃତ୍ୟୁରୁ ରକ୍ଷା ପାଇପାରିବେ । 

ବ୍ରୁସେଲ୍ସରେ ଗଣମାଧ୍ୟମକୁ ସୂଚନା ଦେଇ ବୋରେଲ କହିଛନ୍ତି ଯେ, ଯୁଦ୍ଧ ପାଇଁ ଚିନ୍ତା ପ୍ରକଟ କରିବା ଏବଂ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ଯୁକ୍ତିଯୁକ୍ତ ନୁହେଁ। ପ୍ରମୁଖ ଦେଶର ନେତା ତଥା ବୈଦେଶିକ ମନ୍ତ୍ରୀମାନେ କେତେଥର ଲୋକଙ୍କ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଯଦି ଅନ୍ତର୍ଜାତୀୟ ସମ୍ପ୍ରଦାୟ ଅନୁଭବ କରେ ଯେ ନରସଂହାର ଘଟୁଛି ଏବଂ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି ତେବେ ବୋଧହୁଏ ଆମକୁ ଅସ୍ତ୍ରଶସ୍ତ୍ର ବିଷୟରେ ଚିନ୍ତା କରିବା ଆବଶ୍ୟକ । ଇସ୍ରାଏଲ ଗାଜାର ରାଫାଠାରେ ଆକ୍ରମଣ ଆରମ୍ଭ କରିଛି । ଗାଜା ଉପରେ ଆକ୍ରମଣ ପରେ ବହୁ ସଂଖ୍ୟକ ଲୋକ ରାଫାରେ ପହଞ୍ଚି ସେଠାରେ ଆଶ୍ରୟ ନେଇଥିଲେ । ବର୍ତ୍ତମାନ, ରାଫାରେ ଇସ୍ରାଏଲର ଆକ୍ରମଣ ପରେ ଶରଣାର୍ଥୀଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.