ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରହ୍ମୋସର ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ ଜେଲ୍ , ISI ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ

ନୂଆଦିଲ୍ଲୀ : ବ୍ରହ୍ମୋସ ଏୟରୋସ୍ପେସ୍‌ର ପୂର୍ବତନ ଇଞ୍ଜିନିୟରଙ୍କୁ ଆଜୀବନ ଜେଲ୍‌। ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏୟରୋସ୍ପେସ୍‌ର ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ଅଗ୍ରୱାଲଙ୍କ ଉପରେ ପାକସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁଇନ୍ଦାଗିରି କରିବାର ଅଭିଯୋଗ ରହିଛି। ନିଶାନ୍ତ ଅଗ୍ରୱାଲଙ୍କୁ ୨୦୧୮ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ବ୍ରହ୍ମୋସ ମିସାଇଲ ବିଷୟରେ ସୂଚନା ଲିକ୍‌ କରିବାର ଅଭିଯୋଗରେ ଗିରଫ କରାଯାଇ ଥିଲା। 

ନିଶାନ୍ତ ଅଗ୍ରୱାଲ ବ୍ରହ୍ମୋସ ଏୟରୋସ୍ପେସରେ ସିନିୟର ସିଷ୍ଟମ ଇଞ୍ଜିନିୟର ଥିଲେ ଏବଂ ମିସାଇଲ ପ୍ରକଳ୍ପରେ ସାମିଲ ଥିଲେ। ଆଇଏସଆଇକୁ ପ୍ରକଳ୍ପ ବିଷୟରେ ଗୋପନୀୟ ତଥ୍ୟ ଦେବା ଅଭିଯୋଗରେ ନିଶାନ୍ତ ଅଗ୍ରୱାଲଙ୍କୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଏଟିଏସ୍ ଓ ମିଲିଟାରୀ ଇଣ୍ଟେଲିଜେନ୍ସ ୨୦୧୮ରେ ନାଗପୁର ପାଖରୁ ଗିରଫ କରି ଥିଲେ। 

କହି ରଖୁଛୁ କି, ବ୍ରହ୍ମୋସ୍‌ ଏୟରୋସ୍ପେସ୍‌ ଡିଆରଡିଓ ଓ ରୁଷ୍‌ର ମିଲିଟାରୀ ଇଣ୍ଡଷ୍ଟ୍ରିଆଲ କନ୍ସୋର୍ଟିୟମ୍‌ (ଏନପିଓ ମସିନୋଷ୍ଟ୍ରୋୟେନିଆ)ର ଏକ ମିଳିତ ଉପକ୍ରମ , ଯିଏ ଭାରତରେ ସୁପରସୋନିକ କ୍ରୁଜ୍‌ ମିସାଇଲର ବିକାଶ ଓ ନିର୍ମାଣର କାମ କରିଥାଏ। ଏହି ସୁପରସୋନିକ ମିସାଇଲ ଗୁଡ଼ିକୁ ଭୂମି , ଆକାଶ , ସମୁଦ୍ର ଓ ଜଳର ନିମ୍ନଭାଗରୁ ମଧ୍ୟ ଲଞ୍ଚ କରାଯାଇ ପାରେ। 

୨୦୧୮ରେ ଯେବେ ଅଗ୍ରୱାଲଙ୍କର ଗିରଫଦାରୀ ହୋଇଥିଲା, ସେତେବେଳେ ଏହି ଖବର ହଲଚଲ କରି ଦେଇ ଥିଲା, କାରଣ ଏହା ବ୍ରହ୍ମୋସ୍‌ ଏୟରୋସ୍ପେସ୍‌ ସହ ଜଡ଼ିତ ଏହା ପ୍ରଥମ ଗୁଇନ୍ଦାଗିରି ମାମଲା ଥିଲା। ସେତେବେଳେ ଅଭିଯୋଗ ହୋଇଥିଲା କି, ଅଗ୍ରୱାଲ ଦୁଇଟି ଫେସବୁକ୍‌ ଆକାଉଣ୍ଟ-ନେହା ଶର୍ମା ଓ ପୂଜା ରଞ୍ଜନଙ୍କ ମାଧ୍ୟମରେ ସଦିଗ୍ଧ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସଂପର୍କରେ ଥିଲେ। ଇସଲାମାବାଦରୁ ପରିଚାଳିତ ଏହି ଆକାଉଣ୍ଟ ବିଷୟରେ ଜଣାଯାଏ କି ତାଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଚଲାଉ ଥିଲା। 

 

ନିଶାନ୍ତ ଅଗ୍ରୱାଲ ଥିଲେ ଜଣେ ମେଧାବୀ ଇଞ୍ଜିନିୟର। ତାଙ୍କୁ ଡିଆରଡିଓର ୟଙ୍ଗ ସାଇଣ୍ଟିଷ୍ଟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇ ଥିଲା। ସେ ଏନଆଇଟି କୁରୁକ୍ଷେତ୍ରର ଛାତ୍ର ଥିଲେ। ଚାର୍ଜସିଟ୍‌ ମୁତାବିକ ତାଙ୍କର ଲ୍ୟାପଟପ୍ରୁ ଅନେକ ଗୋପନୀୟ ଫାଇଲ୍‌ ମିଳିଥିଲା। ଏହା ବ୍ୟତୀତ ଏକ ସଫ୍ଟୱେୟାର ମଧ୍ୟ ମିଳିଥିଲା, ଯେଉଁଥିରେ ଲ୍ୟାପଟପ୍‌ରେ ଥିବା ସମ୍ୱେଦନଶୀଳ ଟେକ୍ନିକାଲ ତଥ୍ୟକୁ ବିଦେଶ ଓ ଅସାମାଜିକ ସଂସ୍ଥାକୁ ପଠାଇ ଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.