ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିନ୍ତାରେ ୟୁଜର ... ଫେସବୁକ୍‌ ଲିକ୍‌ କରିଦେଲା ସମସ୍ତଙ୍କ ପର୍ସନାଲ ମେସେଜ୍‌ !

ନୂଆଦିଲ୍ଲୀ : ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର , ସାରାବିଶ୍ୱରେ କୋଟି କୋଟି ୟୁଜର ଅଛନ୍ତି ଏବଂ ଏହା ଉପରେ ଅନେକ ଥର ଡାଟା ଲିକ୍‌ ହେବା ଭଳି ଅଭିଯୋଗ ମଧ୍ୟ ହୋଇଛି। ପୁଣି ଥରେ barter data exchange ସହ ଜଡ଼ିତ ମାମଲାରେ ହେଉ ଥିବା ଯାଞ୍ଚ ଓ କୋର୍ଟର ଶୁଣାଣିରେ ମିଳିଥିବା ସୂଚନା ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କୋର୍ଟ ଡକ୍ୟୁମେଣ୍ଟସରେ ସାମନାକୁ ଆସିଛି କି ଫେସବୁକ୍‌ ୟୁଜର୍ସଙ୍କ ପ୍ରାଇଭେଟ୍‌ ମେସେଜ୍‌କୁ ଥାର୍ଡ ପାର୍ଟି ଆପ୍‌ ସହ ସେୟାର କରିଛି।

ନିକଟରେ ସାମନାକୁ ଆସିଥିବା କୋର୍ଟ ଡକ୍ୟୁମେଣ୍ଟସ ଉପରେ ଭରସା କରାଯାଏ ତ ଡାଟା ଏକ୍ସଚେଞ୍ଜ କରିବା ପାଇଁ ଫେସବୁକ୍‌ ଲୋକପ୍ରିୟ ଭିଡ଼ିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ୟୁଜର୍ସଙ୍କ ପ୍ରାଇଭେଟ୍‌ ମେସେଜ୍‌ର ଆକ୍ସେସ୍‌ ଦେଇଛି। Gizmodoର ରିପୋର୍ଟରେ କୁହାଯାଇଛି କି , ଏହି ଖୁଲାସା ସେତେବେଳେ ହୋଇଛି, ଯେବେ ମେଟା ନିଜର ଷ୍ଟ୍ରିମିଂ ବିଜନେସ୍‌କୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଫେସବୁକ୍‌ ୱାଚ୍‌ରେ ରେଡ୍‌ ଟେବଲ ଟକ୍‌ ଭଳି ଓରିଜନାଲ ଶୋ’ ଅଫର କରାଯାଉ ଥିଲା। 

ମେଟା ବିରୋଧରେ ଫାଇଲ କରାଯାଇ ଥିବା ଲସୁଟ୍‌ରେ ଅଭିଯୋଗ ଲଗାଯାଇ ଥିଲା କି, ତାର ଷ୍ଟ୍ରିମିଂ ବିଜେନେସ୍‌ ବନ୍ଦ କରିବାର ନିଷ୍ପତ୍ତି ଆଡଭାର୍ଟାଇଜିଂ ପାର୍ଟନର ନେଟଫ୍ଲିକ୍ସର ପ୍ରଭାବରେ ଆସିବାରେ ନେଇ ଥିଲା। ଲସୁଟ୍‌ରେ ମେଟା ଉପରେ କମ୍ପିଟିସନକୁ ରୋକୁ ଥିବା ପ୍ରାକ୍ଟିସେସ୍‌ କରିବାର ଅଭିଯୋଗ ଲଗା ଯାଇଛି। ଏଥିରେ କୁହାଯାଇ ଥିଲା କି, ଏହିପରି ପ୍ରାକ୍ଟିସେସ୍‌ର ଭୁଲ୍‌ ପ୍ରଭାବ ସୋସିଆଲ ମିଡ଼ିଆରେ ପ୍ରତିଯୋଗୀତା ଓ ୟୁଜରଙ୍କ ଉପରେ ପଡ଼ୁଛି। 

କୋର୍ଟ ଡକ୍ୟୁମେଣ୍ଟସରେ କୁହାଯାଇଛି କି, ନେଟଫ୍ଲିକ୍ସ ଓ ଫେସବୁକ୍‌ ମଧ୍ୟରେ ଭଲ ସମ୍ୱନ୍ଧ ଥିଲା ଏବଂ ଏହା ଏଥିପାଇଁ ମଧ୍ୟ ଥିଲା , କାରଣ ନେଟଫ୍ଲିକ୍ସ ଫେସବୁକ ପ୍ଲାଟଫର୍ମରେ ଆଡଭାର୍ଟାଇଜମେଣ୍ଟ ପାଇଁ ବଡ଼ ରକମ ଖର୍ଚ୍ଚ କରୁ ଥିଲା। ଡକ୍ୟୁମେଣ୍ଟସରେ କୁହାଯାଇଛି କି, ୨୦୧୩ ଏବଂ ଏହାପରେ ହୋଇଥିବା ଏଗ୍ରିମେଣ୍ଟସ ସହ ଫେସବୁକ୍‌ ନେଟଫ୍ଲିକ୍ସକୁ ୟୁଜରଙ୍କ ପ୍ରାଇଭେଟ୍‌ ମେସେଜ୍‌ର ଆକ୍ସେସ୍‌ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.