ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରସିଦ୍ଧ ଟିଭି ଅଭିନେତା ଋତୁରାଜ ସିଂଙ୍କ ପରଲୋକ

ମୁମ୍ଵାଇ, ୨୦/୦୨ : ମନୋରଞ୍ଜନ ଦୁନିଆ ପାଇଁ ଦୁଃଖଦ ଖବର। ପ୍ରସିଦ୍ଧ ଟିଭି ଅଭିନେତା ଋତୁରାଜ ସିଂଙ୍କ ପରଲୋକ। ୫୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କିଛି ଦିନ ହେଲା ସେ ଅଗ୍ନାଶୟ ସମ୍ଵନ୍ଧିତ ରୋଗରେ ପୀଡ଼ିତ ଥିଲେ। ଏହାରି ଭିତରେ ଅଭିନେତାଙ୍କର ହଠାତ୍ ହୃଦ୍‌ଘାତ ହୋଇଥିଲା । ବିଭିନ୍ନ ଟିଭି ଶୋ, ୱେବ୍ ସିରିଜ୍‌ ଏବଂ ଫିଲ୍ମରେ ସେ ତାଙ୍କ ଦମଦାର୍‌ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟରେ ଗଭୀର ଛାପ ସୃଷ୍ଟି କରିଛନ୍ତି। ତାଙ୍କ ଦେହାନ୍ତ ଖବର ଶୁଣି ପ୍ରଶଂସକଙ୍କୁ ଝଟ୍‌କା ଲାଗିଛି। 

ସେ ୧୯୯୩ରେ ଟିଭିରେ ପ୍ରସାରିତ ହୋଗି ଆପ୍ନି ବାତ୍, ଜ୍ୟୋତି, ହିଟଲର ଦିଦି, ଶପଥ, ଆହାଟ୍‌ ଔର ଅଦାଲତ, ଦିୟା ଅର ବାତି ହମ୍ ଭଳି ଅନେକ ଧାରାବାହିକାରେ ଅଭିନୟ କରିଥିଲେ। ଋତୁରାଜ ସିଂ ୟାରିୟାଁ ୨, ସତ୍ୟମେବ ଜୟତେ ୨, ଦ ମାଷ୍ଟରପିସ୍, ବଦ୍ରିନାଥ କି ଦୁହ୍ଲନିୟା ଭଳି ଫିଲ୍ମରେ ନଜର ଆସିଛନ୍ତି। ସେ ତାଙ୍କର କ୍ୟାରିଅରରେ ଇଣ୍ଡିଆନ ପୋଲିସ ଫୋର୍ସୱ ମେଡ ଇନ୍ ହେଭେନ୍, କ୍ରିମିନାଲ ଜଷ୍ଟିସ୍ ସମେତ ବହୁ ୱେବ୍ ସିରିଜ୍‌ରେ ଦମଦାର୍ ଆକ୍ଟିଂ କରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.