ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା କୁଲବିନ୍ଦର କୌରଙ୍କ ସପକ୍ଷରେ ବାହାରିଲେ କୃଷକ , କହିଲେ ...

ଚଣ୍ଡିଗଡ଼ –ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଚାପୁଡା ମାରିବା ଘଟଣା। ବହିଷ୍କୃତ ହୋଇଥିବା ମହିଳା ସିଆଇଏସଏଫ୍‌ କନଷ୍ଟେବଲ କୁଲବିନ୍ଦର କୌରଙ୍କ ସମର୍ଥନରେ କୃଷକ ସଙ୍ଗଠନ ମୋହାଲିରେ ନ୍ୟାୟର ରାଲି କରିଛି। ଏଥିରେ ବହୁ ସଂଖ୍ୟାରେ କୃଷକ ସାମିଲ ହୋଇଛନ୍ତି। ବିକ୍ଷୋଭ ପ୍ରଦର୍ଶନରେ ଭାରତୀୟ କୃଷକ ୟୁଥ୍‌ ୟୁନିୟନ , ସଂଯୁକ୍ତ କୃଷକ ମୋର୍ଚ୍ଚା ( ଅଣ ରାଜନୈତିକ) ଓ କୃଷକ ଶ୍ରମିକ ସଂଘର୍ଷ ସମିତି ଆଦି ସଙ୍ଗଠନ ସାମିଲ ଅଛି। ସକାଳ ୧୦ଟାରେ ମୋହାଲିର ଫେଜ୍‌ ୮ରେ ଅମ୍ୱ ସାହେବ ଗୁରୁଦ୍ୱାରାରୁ ଆରମ୍ଭ ହୋଇ ଏହି ମାର୍ଚ୍ଚ ସେକ୍ଟର ୭୬ ସ୍ଥିତ ଏସଏସପି କାର୍ଯ୍ୟାଳୟ ଆଡ଼କୁ ବଢିଛି। ପ୍ରଦର୍ଶନକୁ ଦେଖି ସୁରକ୍ଷା –ବ୍ୟବସ୍ଥା କଡ଼ାକଡ଼ି କରିଦିଆ ଯାଇଛି।

କୃଷକ ଦାବି କରୁଛନ୍ତି କି, ମହିଳା ଯବାନଙ୍କ ବିରୋଧରେ ରୁଜୁ କେସ୍‌ ଫେରେଇ ନିଆଯାଉ ଏବଂ ପୁଣି ତାଙ୍କୁ ଚାକିରି ଦିଆଯାଉ । ଏହାସହ ସେ କଙ୍ଗନାଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଦାବି କରୁଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତା ସରୱନ ସିଂହ ପନ୍ଧେର କହିଛନ୍ତି କି କଙ୍ଗନା ରଣାୱତଙ୍କ ବିରୋଧରେ , କୃଷକ ଆନ୍ଦୋଳନରେ ଧାରଣାରେ ବସିଥିବା ମହିଳା କୃଷକଙ୍କୁ ୧୦୦-୧୦୦ ଟଙ୍କା ଦେଇ ଭିଡ଼ ଜମେଇବା ନେଇ ତାଙ୍କର ବିବାଦୀୟ ବୟାନ , କୃଷକଙ୍କୁ ଆତଙ୍କୀ ଓ ଉଗ୍ରବାଦୀଙ୍କ ସହ ଯୋଡ଼ିବାକୁ ନେଇ ଅଭିଯୋଗ ଦେଇ, କେସ୍‌ ରୁଜୁ କରାଇବାର ଦାବି କରାଯାଇଛି।

ପନ୍ଧେର କହିଛନ୍ତି କୁଲବିନ୍ଦର କୌରଙ୍କ ଉପରେ ମିଛ କେସ୍‌ ରୁଜୁ କରି ତାଙ୍କୁ ଫସାଇ ଦିଆ ଯାଇଛି ,ଯାହାକୁ ଏବେସୁଦ୍ଧା ଯେଉଁ ଚାପୁଡା ମାରିବାର ଅଭିଯୋଗ ଲଗାଯାଉଛି , ଏହାକୁ ନେଇ କୌଣସି ପ୍ରମାଣ ବା ଭିଡ଼ିଓ ସାମନାକୁ ଆସିନାହିଁ। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.