ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୧୭ ବର୍ଷ ବୟସରେ ହେଲା ପ୍ରେମ, ରତନ ଟାଟାଙ୍କର ଥିଲେ ପ୍ରେମିକା, ହେଲେ ଏବେବି ସିଙ୍ଗଲ୍ ଏହି ଅଭିନେତ୍ରୀ...

ନୂଆଦିଲ୍ଲୀ, ୦୫/୦୮ : ୧୭ ବର୍ଷ ବୟସରେ ହେଲା ପ୍ରେମ। ଜଣେ ମହାରାଜାଙ୍କୁ ଦେଇ ବସିଲେ ହୃଦୟ। ଦିନେ ରତନ ଟାଟାଙ୍କର ଥିଲେ ପ୍ରେମିକା। ବଲିଉଡରେ ତାଙ୍କୁ କୁହନ୍ତି ଷ୍ଟାଇଲ୍ କ୍ଵିନ୍। ସବୁବେଳେ ଲାଇମଲାଇଟ୍‌ରେ ରୁହେ ତାଙ୍କ ଲଭଷ୍ଟୋରୀ। ତଥାପି ବି ନିସଙ୍ଗ ଜୀବନ କାଟୁଛନ୍ତି ଏହି ଅଭିନେତ୍ରୀ। କଣ ଜାଣିପାରିଲେନି କି... ଏହି ଗ୍ଲାମରସ୍ ଆକ୍ଟ୍ରେସ୍ ଜଣଙ୍କ ହେଉଛନ୍ତି ଦ ଲେଡି ଇନ ହ୍ଵାଇଟ୍। 

ବଡ଼ ପରଦାର ଜଣେ ଫେମସ୍ ହିରୋଇନ୍ ସିମି ଗରେୱାଲ। ୧୭ ବର୍ଷ ବୟସରେ ତାଙ୍କୁ ଛୁଇଁଥିଲା ପ୍ରେମର ପହିଲି ଫଗୁଣ। ଜାମନଗର ମହାରାଜଙ୍କୁ ଦେଇ ବସିଥିଲେ ହୃଦୟ। ସେତେବେଳେ ଜାମନଗର ମହାରାଜା ଥିଲେ ତାଙ୍କ ପଡୋଶୀ। ଦୁହେଁ ଦୁହିଁଙ୍କ ପ୍ରେମରେ ହୋଇଯାଇଥିଲେ ପାଗଳ। ୩ ବର୍ଷ ଯାଏଁ ସବୁକିଛି ଠିକ୍ ଚାଲିଥିଲା। ହେଲେ ବେଶୀ ଦିନ ରହିଲାନି ଏ ସମ୍ପର୍କ। ଏକ ସାକ୍ଷାତକାରରେ ନିଜେ ଏହାର ଖୁଲାସା କରିଥିଲେ ସିମି। ଏବେବି ସେହି ଦିନ ଗୁଡ଼ିକୁ ମନେ ପକାଇ ଖୁବ୍ ଖୁସି ହୁଅନ୍ତି ସିମି। 

ଏହି ରୟାଲ ରିଲେସନ୍ ପରେ ରତନ ଟାଟାଙ୍କ ସହ ସିମି ଗରେୱାଲଙ୍କ ଗଢି ଉଠିଥିଲା ପ୍ରେମ। ଦୁହେଁ ବିଦେଶରେ କ୍ଵାଲିଟି ଟାଇମ୍ ବିତେଇଛନ୍ତି। ସିମି ଗରେୱାଲ ଏବଂ ରତନ ଟାଟା ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ହେଲେ କୌଣସି କାରଣବଶତଃ ଦୁହିଁଙ୍କର ହୋଇଗଲା ବ୍ରେକ୍‌ଅପ୍। ଏହାପରେ ସିମିଙ୍କ ଜୀବନରେ ଦିଲ୍ଲୀର ଜଣେ ବିଜନେସ୍ ମ୍ୟାନ୍ ଆସିଥିଲେ। ସେ ରବି ମୋହନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଏହି ସମ୍ପର୍କ ମଧ୍ୟ ବେଶି ଦିନ ତିଷ୍ଠି ନଥିଲା। ବିବାହର ୧୦ ବର୍ଷ ପରେ ଦୁହେଁ ହୋଇଗଲେ ଅଲଗା। 

ସିମି ଗରେୱାଲ ରତନ ଟାଟାଙ୍କୁ ସବୁଠୁ ଅଧିକ ପସନ୍ଦ କରୁଥିଲେ। ଏବେବି ବିଭିନ୍ନ ସାକ୍ଷାତକାରରେ ସେ ରତନ ଟାଟାଙ୍କ ସହ ଥିବା ଅଫେୟାରକୁ ନେଇ ଖୋଲାଖୋଲି ରିଆକ୍ସନ ଦିଅନ୍ତି। ରତନ ଟାଟାଙ୍କୁ ପ୍ରଶଂସା ବି କରନ୍ତି। ତାଙ୍କ ସହ ବିତେଇଥିବା ସମୟକୁ ମନେ ପକାନ୍ତି। ରତନ ଟାଟା କେବେ ବିବାହ କରିନଥିବା ବେଳେ ସିମି ଗରେୱାଲ୍‌ ବି ବହୁ ବର୍ଷ ହେଲା ସିଙ୍ଗଲ୍ ଅଛନ୍ତି। ଜୀବନରେ ତାଙ୍କୁ ସଫଳତା ମିଳିଲା ସତ। ହେଲେ ଜଣେ ସାଥୀ ଖୋଜିବାରେ ବିଫଳ ହୋଇଗଲେ ସିମି ଗରେଓ୍ୱାଲ୍। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.