ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୬ ଗୁରୁତର

Image Courtesy: aninews

ରାଇପୁର: ଛତିଶଗଡ଼ର ସବୁଠାରୁ ବଡ଼ ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଶନିବାର ସକାଳେ ଏହି ବିସ୍ଫୋରଣ ଘଟିଥିବା ବେଳେ ଚାହୁଁ ଚାହୁଁ ନିଆଁ ଏବଂ ଧୂଆଁ ଚତୁର୍ଦିଗକୁ ବ୍ୟାପିଥିବାର ଦେଖିବାକୁ ମିଳିଛି । ବେବେତରା ଜିଲ୍ଲାରୁ ୭୦ କିଲୋମିଟର ଦୂରରେ ଥିବା ବୋରସି ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । 

ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି । ହେଲେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ଏସଡିଆରଏଫ ଏବଂ ପୋଲିସ ଟିମ୍‌ ପହଞ୍ଚିଛି । 

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ବହୁ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଳା । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ଭୀଷର ଅଗ୍ନିକାଣ୍ଡ ଘଟିଛି । ଫଳରେ ଧୂଆଁ ବହୁ ଉଚ୍ଚକୁ ଉଠୁଥିବା ନେଇ ସାମ୍ନାକୁ ଆସିଥିବା ଭିଡିଓରୁ ଦେଖିବାକୁ ମିଳିଛି । ଏବେ ସୁଦ୍ଧା ବିସ୍ଫୋରଣରେ କ୍ଷୟକ୍ଷତି ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.