ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁରରେ ନିର୍ବାଚନୀ ହିଂସା:ମତଦାନ କେନ୍ଦ୍ରରେ ଫୁଟିଲା ଗୁଳି, ୩ ଆହତ

ନୂଆଦିଲ୍ଲୀ,୧୯।୪: ସାରା ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। କେଉଁଠି ମତଦାନ ସୁରୁଖୁରୁରେ ଚାଲିଛି ତ ଆଉ କେଉଁଠି ହିଂସା।ପଶ୍ଚିମବଙ୍ଗରେ ପରେ ଏବେ ମଣିପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଥମ୍ପନପୋକି କେନ୍ଦ୍ରରେ ହୋଇଛି  ଗୁଳିମାଡ। ଯେଉଁଥିରେ ୩ ଜଣ  ଆହତ ହୋଇଛନ୍ତି।  ସେଭଳି ପୁର୍ବ ଇମ୍ଫାଲର ଥୋଙ୍ଗଜୁର ଏକ ବୁଥ୍‌ରେ ଇଭିଏମ୍ ମେସିନ୍ ଭଙ୍ଗାରୁଜା ହୋଇଥିବାର ଖବର ସାମନାକୁ ଆସିଛି।

ଗୁଳିମାଡ ହେଉଥିବାର ଭିଡିଓ ସାମନାକୁ ଆସିଛି। ଶୁକ୍ରବାର ସକାଳେ ନିର୍ବାଚନ ଆରମ୍ଭ ହେବାପରେ ମୋଇରାଙ୍ଗ ନିର୍ବାଚନୀ ମଣ୍ଡଳୀର ଥମ୍ପନପୋକି କେନ୍ଦ୍ରରେ କିଛି ଅଜଣା ଲୋକ ଗୁଳିମାଡ କରିଛନ୍ତି। ଏଥିରେ ୩ ଜଣ ଆହତ ହୋଇଛନ୍ତି।ଗୁଳିମାଡ ସମୟର ୨୫ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦୁଇଟି ଗୁଳି ମାଡ ହେଉଥିବାର ସାଉଣ୍ଡ ଶୁଣିବାକୁ ମିଳୁଛି।ଉଲ୍ଲେଖନୀୟ ଯେ, ଆଜି ରାଜ୍ୟର ଦୁଇଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। 

ପଶ୍ଚିମବଙ୍ଗର କୁଚବିହାରରେ ଭୋଟିଂ ବେଳେ ହିଂସା, କର୍ମୀଙ୍କ ଭିତରେ ସଂଘର୍ଷ ଓ ଟେକା-ପଥର ମାଡ଼

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.