ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଚାକିରୀ ଦେବା ନାଁରେ ଟଙ୍କା ଆଦାୟ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ଦେଲା ଫିରିଙ୍ଗିଆ କୁଇ ସମାଜ ସେବା ସମିତି

 ଫିରିଙ୍ଗିଆ,୨।୪ : ଚାକିରୀ ଦେବା ନାମରେ କନ୍ଧମାଳ ଜିଲ୍ଲାର ଆଦିବାସୀ ଯୁବକ ଯୁବତୀ ମାନଙ୍କ ଠାରୁ ମୋଟା ଆଙ୍କର ଅର୍ଥ ଆଦାୟ କରାଯାଇଥିବା  ଅଭିଯୋଗ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କୁଇ ସମାଜ ସେବା ସମତି ପକ୍ଷରୁ ଦାବିପତ୍ର ଦିଆଯାଇଛି। ସେବା  ସମିତି ର ଯୁବ ସଭାପତି ଭୋଦେବ କହଁରଙ୍କ ନେତୃତ୍ୱ ରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସେବା ସମିତିର ଉପଶାଖା ସଭାପତି ମାଧବ କହଁର,ସମ୍ପାଦକ ବିନୋଦ କହଁର, ଶାଖା ସମ୍ପାଦକ ଏସିଆ କହଁର,କୋଷାଧକ୍ଷ ଦୁଃଶାସନ କହଁର,କାଶିନୀପଦର ଉପଶାଖା ସଭାପତି ଲଣ୍ଡା କହଁର ଙ୍କ ସହ ସୁବାସ ଚନ୍ଦ୍ର କହଁର, ହେମନ୍ତ କହଁର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I 

ଏକ ଏଜେନ୍ସି  ପକ୍ଷରୁ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ବୁଲି ଚାକିରୀ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ଚାକିରି କରିଦେଵା ନାରେ ସତୁରି ହଜାର ରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଛି I ତେଣୁ ଏହି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ସରଳ ନିରୀହ   ଆସିବାସୀ ଯୁବକ ଯୁବତୀ ମାନଙ୍କ ଠାରୁ ମୋଟାଅଙ୍କର ଅର୍ଥ ଆଦାୟ କରିଥିବା ଏଜେନ୍ସି ନାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ସମ୍ପୃକ୍ତ ଏଜେନ୍ସି ର ଟେଣ୍ଡର ବାତିଲ କରିଵା ପାଇଁ କୁଇ ସମାଜ ଦାବି କରିଛି I ଅନ୍ୟପଟେ ରାଜ୍ୟପାଳ ଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିଶନର ଙ୍କୁ ମଧ୍ୟ୍ୟ ଏହି ଦାବିପତ୍ର ପ୍ରଦାନ କରାଯାଇଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.