ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦଶହରାରେ ଆସୁଛି ୫ ନୂଆ ଓଡ଼ିଆ ସିନେମା: ମୁକ୍ତିଲାଭକୁ ନେଇ ଦ୍ୱନ୍ଦ୍ୱ, ହଲ୍ ପାଇଁ ମୁଣ୍ଡ ବିନ୍ଧୁଛି, ଭାଗ ଛିଣ୍ଡୁନି...

Published By : Prameya | September 26, 2024 10:54 AM

ଭୁବନେଶ୍ୱର,୨୬/୦୯ (ମନୋରଞ୍ଜନ ମହାନ୍ତି):  ଆସୁଛି ଦଶହରା । ଏହାକୁ ନଜରରେ ରଖି  ଏକାବେଳେ ପ୍ରେକ୍ଷାଳୟକୁ ଆସୁଛି ୫ଟି ନୂଆ ଓଡ଼ିଆ ସିନେମା । କିନ୍ତୁ ଏହାର ମୁକ୍ତିଲାଭକୁ  ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କାରଣ ଭାଗ ଛିଣ୍ଡୁନି ।  ମୁକ୍ତିଲାଭ ତାରିଖ ଓ ହଲ୍‌ ସଂଖ୍ୟାକୁ ନେଇ  ପରସ୍ପର ଭିତରେ ଶୀତଳ ଯୁଦ୍ଧ ଚାଲିଛି । ବଲିଉଡ୍‌,  ଟଲିଉଡ୍‌ରେ ଜଣେ ଷ୍ଟାର୍‌ଙ୍କ ସିନେମା ଆସିଲେ  ଅନ୍ୟ ଷ୍ଟାର୍‌ମାନେ ସମ୍ମାନ ଦୃଷ୍ଟିରୁ ନିଜ ସିନେମାକୁ  ଘୁଞ୍ଚାଇ ବଡ଼ପଣ ଦେଖାନ୍ତି । ଏଠି କିନ୍ତୁ ଓଲଟା ।  ସେଥିପାଇଁ ପୂଜାରେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା  କରିଥିବା ପ୍ରଯୋଜକଙ୍କ ମୁଣ୍ଡ ବିନ୍ଧା ହେଲାଣି ।  

ଏଥିରେ ଧନ୍ଦି ହୋଇ ଜଣେ ଦି’ ଜଣ  କହିଲେଣି, ଯଦି ଏମିତି ଚାଲେ ତେବେ  ସିନେମା, ସିନେମା ଘରକୁ ଆସିବା ପୂର୍ବରୁ ଆମେ  ଡିପ୍ରେସନ୍‌କୁ ଚାଲି ଯାଇଥିବୁ । ଏଠି ସିନେମା ନିର୍ମାଣ  ଲାଗି ଯେତିକି ଟେନ୍‌ସନ୍‌ ନାହିଁ, ରିଲିଜ୍‌ ତା’ଠୁ ବଳି  ଯାଉଛି । ବାପରେ...ବାପ...ଏତେ ସମସ୍ୟା, ଏତେ  ଅଳିଆ । ସତର୍କ ନ ରହିଲେ ଅଣନିଃଶ୍ୱାସୀ କରି  ମାରିଦେବେ । ଦୂର ପାହାଡ଼ ସୁନ୍ଦର ପରି ବାହାରକୁ  ଚିକିମିକି ଦିଶୁଥିବା ରଙ୍ଗିନ ଦୁନିଆର ୟେ ହେଉଛି  ଭିତିରି କଥା ଯାହାକୁ କେହି ବାହାରେ କହିବାକୁ  ଚାହୁଁନାହାନ୍ତି, କାରଣ ଆଗକୁ ଫିଲ୍ମ ଆସୁଛି... ।  ପାର୍ବଣ ଋତୁର ସବୁଠୁ ବଡ଼ ପର୍ବ  ଦଶହରା । 

ପର୍ବକୁ ଟିକେ ରଙ୍ଗିନ ଏବଂ ଅଧିକ  ମନୋରଞ୍ଜନଧର୍ମୀ କରିବାକୁ ପୂରା ଓଲିଉଡ୍‌ ପ୍ରସ୍ତୁତ  ଥାଏ । ଏହି ଖୁସିରେ ସାମିଲ ହେବାକୁ ପୂରା ଓଡ଼ିଶା ବି ଚାହିଁ ବସିଥାଏ । ସେଥିଲାଗି ସବୁ ବର୍ଷ  କିଛି ନା’ କିଛି ସିନେମା ମୁକ୍ତିଲାଭ କରେ । ଚଳିତ  ବର୍ଷ ବି ସବୁ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ। ଏ ବର୍ଷ ଦଶହରା ବଜାରରେ ୫ଟି ସିନେମା  ମୁକ୍ତିଲାଭ କରୁଛି । ଲୋକପ୍ରିୟ ଷ୍ଟାର୍‌ ଅନୁଭବଙ୍କ  ଅଭିନୀତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ  ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ  ‘କର୍ମ’, ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ବଡ଼ ବଜେଟ୍‌ର  ସିନେମା ‘ଭିଲେନ୍‌’ । ଏହା ସହ କିମ୍ବଦନ୍ତୀ  ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତକୁ ନେଇ ସ୍ୱରାଜଙ୍କ  ଅଭିନୀତ ‘ଖୋକା ଭାଇ ତମ ପାଇଁ’ । ଏହି ୩ଟି  ସିନେମା ରିଲିଜ୍‌ ପ୍ରାୟତଃ ନିଶ୍ଚିତ ଥିବାବେଳେ  ବାକି ପ୍ରଯୋଜକ ପ୍ରତୀମ୍‌ଙ୍କ ‘ଦୁର୍ଗା’ ଏବଂ ବିନି  ପଟ୍ଟନାୟକଙ୍କ ପ୍ରଯୋଜିତ "ସନମ୍‌ ତୁ ସୁହାନା’  ପାଇପ୍‌ ଲାଇନ୍‌ରେ ରହିଛି ।  

ବଡ଼ କଥା ହେଲା³ ସମସ୍ତେ ଅକ୍ଟୋବର  ୯ ତାରିଖକୁ ରିଲିଜ୍‌ ପାଇଁ ସ୍ଥିର କରିଛନ୍ତି ।  ସେଥିପାଇଁ ପ୍ରଚାର, ପ୍ରସାର ଜୋର୍‌ସୋର୍‌ରେ  କରୁଥିଲା ବେଳେ କିଏ କେତେ ହଲ୍‌ ପାଇବେ  ତାକୁ ନେଇ ଅଙ୍କକଷା ଚାଲିଛି । କାରଣ ରାଜ୍ୟରେ  ୫୦/୬୦ ହଲ୍‌ରୁ ଜଣକା ଭାଗରେ ୧୦ ଲେଖାଏଁ  ପଡ଼ିବ କି ନାହିଁ ସନ୍ଦେହ । ପୁଣି ସେହି ସମୟରେ  ଯଦି ଅନ୍ୟ ଭାଷାଭାଷୀ ବା ସୁପର୍‌ଷ୍ଟାର୍‌ମାନଙ୍କ ବଡ଼ ବଜେଟ୍‌ର ସିନେମା ଆସେ ତେବେ ଓଡ଼ିଆ  ଉଠିଲା । ଏଥର ଆସିବାର ବି ଅଛି ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ  ‘ଭେଟ୍ଟାୟାନ୍‌’ । ତେଣୁ କିଏ ରହିବ, କିଏ ଉଠିବ ଏବେଠୁ ଗୁଳା ପକାଇ  ସମସ୍ତେ ନିଜ ଭାଗ୍ୟ ସ୍ଥିର କରିବାରେ ଲାଗିପଡ଼ିଛନ୍ତି ।  

ରାଜ୍ୟର ୪୦ ସହରରେ ୩୯ଟି ସିଙ୍ଗଲ୍‌ ସ୍କ୍ରିନ୍‌ ଓ ୨୯ଟି ମଲ୍ଟିପ୍ଲେକ୍ସକୁ  ମିଶାଇ ୬୮ଟି ପ୍ରେକ୍ଷାଳୟରେ ୧୩୦ଟି ସ୍କ୍ରିନ୍‌ ରହିଛି । ହେଲେ ସବୁ ସମୟରେ ସବୁଠି ଓଡ଼ିଆ ସିନେମାକୁ ହଲ୍‌ ମିଳୁନି । ଖାସ୍‌ କରି ରଜ,  ଦଶହରା ପର୍ବ ଆସିଲେ ଭାରି ସମସ୍ୟା । ଜଣେ ଖ୍ୟାତନାମା ତଥା ବର୍ତ୍ତମାନର ଚର୍ଚ୍ଚିତ ପ୍ରଯୋଜକ ଓଲିଉଡ୍‌ର ସବୁଠୁ ବଡ଼ ହିରୋଙ୍କୁ ନେଇ  ସିନେମା କରିଛନ୍ତି । ହଲ୍‌ରେ ହୋର୍ଡିଂ, କଟ୍‌ଆଉଟ୍‌ ଲଗାଇ ପୂରା ମାତିଛନ୍ତି । ହଲ୍‌, ମଲ୍‌, କଲେଜ୍‌ ବୁଲୁଛନ୍ତି । ବଡ଼ ବିତରକ ସଂସ୍ଥାକୁ ବି ଧରିଛନ୍ତି,  କିନ୍ତୁ ରିଲିଜ୍‌ ଲାଗି ହଲ୍‌ ମିଳୁନି । ନିକଟରେ ଉତ୍ତର ଓଡ଼ିଶା ଯାଇ ବିଭିନ୍ନ  ହଲ୍‌ ମାଲିକଙ୍କ ସହ ଯୋଗାଯୋଗ କରି ସାନ୍ତ୍ୱନା ପାଇ ଆସିଛନ୍ତି । ଆଶା,  କିଛି ହଲ୍‌ରେ ସୋ’ ପାଇବେ । ସେ କହିଛନ୍ତି, ପ୍ରଥମେ ୧୦/୧୫ ହଲ୍‌ରେ  ରିଲିଜ୍‌ କରିବୁ । ତା’ ପରେ ଯେତେବେଳେ ସିନେମା ଆଗେଇବ କିଏ  ରୋକିବ? କିନ୍ତୁ ତା’ ପୂର୍ବରୁ ଯେତିକି କସରତ କଲୁଣି ପରସ୍ତେ ଚୋପା  ଉଠିଗଲାଣି ।  

ଅନ୍ୟ ଜଣେ ପ୍ରଯୋଜକ କହିଛନ୍ତି, ଆମକୁ ଯିଏ ବାହାରୁ ଦେଖୁଛି,  ସେଲ୍ଫି ନେଉଛି । କିନ୍ତୁ ଭିତରେ ଦୁଃଖରେ ଜଳିଗଲୁଣି । ସକାଳ ହେଲେ ହଲ୍‌ ବୁଲା ଆରମ୍ଭ ହୋଇଯାଉଛି । ଦୌଡ଼ି ଦୌଡ଼ି ନାକେଦମ୍‌ । ଏଇ  ୧୫ ଦିନ ଭିତରେ ମାଲକାନଗିରିରୁ ମୟୂରଭଞ୍ଜ ସବୁଆଡ଼ୁ ଘେରାଏ ବୁଲି ଆସିଲୁଣି । ପ୍ରମୋସନ୍‌ ନାଁରେ ଯାଉଛୁ, କିନ୍ତୁ ଅସଲ ବେପାର  କେମିତି ହଲ୍‌ରେ ସିନେମା ରିଲିଜ୍‌ ହେବ । ଏଠି ତ ଜାତୀୟ ପୁରସ୍କାର ପାଇଥିବା ନିର୍ମାତା, ପ୍ରଯୋଜକ ତଥା ମେଗାଷ୍ଟାର୍‌ଙ୍କୁ ହଲ୍‌ଗୁଡିକ ଭରସାକୁ  ନେଉନାହାନ୍ତି । ଆମେ ତ ମାତ୍ର ୨/୩ଟା ସିନେମା କରିଛୁ । ଆମକୁ କିଏ  ପଚାରେ?  

ଜଣେ ସହ ପ୍ରଯୋଜକ କହିଛନ୍ତି, ଏକାବେଳେ ରିଲିଜ୍‌ ଦ୍ୱାରା ଲାଭ  ବଦଳରେ କ୍ଷତି ବେଶି । ପୂଜାରୁ ନିଶ୍ଚିତ ଥିବା ୩ଟି ସିନେମାରୁ ୨ଟି ଦେଢ଼ କୋଟିରୁ ଊଦ୍ଧ୍ୱର୍ ଖର୍ଚ୍ଚରେ ନିର୍ମାଣ ହୋଇଥିବା ବେଳେ ଗୋଟିଏରେ  ୮୦ ଲକ୍ଷ ଖର୍ଚ୍ଚ ହୋଇଛି । କିନ୍ତୁ କେତେ ବେପାର କରିବେ ଠିକଣା  ନାହିଁ । ପ୍ରିମିୟର ଖର୍ଚ୍ଚ ଉଠିବ କି ନାହିଁ ସନ୍ଦେହ । ତେଣେ ଦର୍ଶକ ବି  ସବୁ ସିନେମା ଦେଖିବାରୁ ବଞ୍ଚିତ ହେବେ । ଟିକଟ୍‌ ଦର ଯାହା, ଗୋଟିଏ  ପରିବାର ଗୋଟିଏ ସିନେମା ଦେଖିଲେ ଉଭୟ ଟିକଟ୍‌ ଦର ଓ ସମୟ  ଦୃଷ୍ଟିରୁ ଦ୍ୱିତୀୟ ସିନେମାଟି ଯାଇପାରିବନି । ବାକି କିଛି ପ୍ରିମିୟର ସୋ’ରେ  ମାଗଣା ଦେଖିବାକୁ ଅନାଇ ବସିବେ । ତେଣୁ ପୂଜାରେ ରିଲିଜ୍‌ କରିବା  ବୁଡ଼ିବା ସହ ସମାନ ।   

ଆଉ ଜଣେ ପ୍ରଯୋଜକ କହିଛନ୍ତି, ଚଳିତ ମାସ ଶେଷ ଆଡ଼କୁ  ଗୋଟିଏ ସିନେମା ମୁକ୍ତିଲାଭ ପାଇଁ ଚିନ୍ତା କରୁଛି ଯେ, ମୋର ମୁଣ୍ଡବୁଲା ରୋଗ ବାହାରିଗଲାଣି । ଓଡ଼ିଶାରେ ଯେତେ ମଲ୍ଟିପ୍ଲେକ୍ସ ଅଛି, ତା’  ଉପରେ କାହାରି ଲଗାମ ନାହିଁ । ନା ସରକାର, ନା ପ୍ରଯୋଜକ କିମ୍ବା ବିତରକ । ବାକି ସିଙ୍ଗଲ୍‌ ସ୍କ୍ରିନ୍‌ କୋଟେରୀ ଗ୍ରୁପ୍‌ (କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ) ଙ୍କ ହାତରେ । ସେସବୁ କଟକରୁ ପରିଚାଳନା ହୁଏ । ଦଶହରା,  ରଜ ଆସିଲେ ସେମାନଙ୍କ ରାଜ୍‌ ଚାଲେ । ସେମାନଙ୍କ ନିଷ୍ପତ୍ତିରେ ନ  ଗଲେ ତୁମ ସିନେମା ଖତ ହେବା ଥୟ । 

କେବଳ ସେତିକି ନୁହେଁ, ସେମାନଙ୍କଠୁ ଅନୁମତି ନେଇ ଚୁକ୍ତି କରି ସେମାନଙ୍କ ମାଧ୍ୟମରେ  ସିନେମା ଚଲେଇବେ । ଏପରିକି ହଲ୍‌ରେ ହୋର୍ଡିଂ, ଫ୍ଲେକ୍ସ, କଟ୍‌ଆଉଟ୍‌ ପାଇଁ ବି ସେମାନଙ୍କ ମଞ୍ଜୁରି ଦରକାର । ଆପଣ ଯାହା କରନ୍ତୁ, ସିନେମା  ରିଲିଜ୍‌ ପୂର୍ବରୁ ଯେମିତି ହେଲେ ସେମାନଙ୍କ ଶରଣ ପଶିବାକୁ ପଡ଼ିବ ।  ସେମାନେ ସମ୍ପୂର୍ଣ୍ଣ ବିତରଣ ବ୍ୟବସ୍ଥାକୁ ବିଗାଡ଼ି ରଖିଛନ୍ତି । ଯଦିଓ  ଅନେକ ସିଙ୍ଗଲ୍‌ ସ୍କ୍ରିନ୍‌ ବିଭିନ୍ନ ମଲ୍ଟି ନାସ୍‌ନାଲ୍‌ କମ୍ପାନି ସହ ଯୋଡ଼ି ହୋଇ ରହିଛନ୍ତି, କୋଟେରୀ ଗ୍ରୁପ୍‌ ଫାଶରୁ ମୁକୁଳି ପାରିନାହାନ୍ତି ।  କୋଟେରୀ ଗ୍ରୁପ୍‌ କହିଲେ କମ୍ପାନି ବିତରଣ କଥା ବୁଝିବେ ଏବଂ ଫିଲ୍ମ ନେବେ ନହେଲେ ନାହିଁ । ହଲ୍‌ ସବୁ ବି ସେଇଆ ।    

ଜଣେ ଚର୍ଚ୍ଚିତ କଳାକାର କହିଛନ୍ତି, ବାରମ୍ବାର କହି ଏବେ ନିରବ  ରହିଛି । କିନ୍ତୁ କେହି ବୁଝିବାକୁ ନାରାଜ । ପ୍ରଥମେ ଓଡ଼ିଶା ସିନେମା ବିତରଣ ବ୍ୟବସ୍ଥାକୁ ସଜାଡ଼, ହଲ୍‌ ସଂଖ୍ୟା ବଢ଼ାଅ । ବିତରଣ, ପ୍ରଦର୍ଶନଠୁ  ନେଇ ସବୁ କଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ବୁଝୁ । କାରଣ ଏଠି ଟଙ୍କା ଦେଇ ବି ପ୍ରଯୋଜକ ପ୍ରାଇମ୍‌ ଟାଇମ୍‌ ପାଉନି । ଓଡ଼ିଆ  ବଦଳରେ ଅନ୍ୟ ଭାଷାକୁ ଗୁରୁତ୍ୱ ମିଳୁଥିବା ବେଳେ ବିତରକ ଏବଂ ବ୍ରୋକର୍‌ଙ୍କ ମନମାନି ବଢ଼ି ଚାଲିଛି । ବାକି ହଲ୍‌ଗୁଡିକ କଥା ନ କହିବା  ଭଲ । ଏମିତିରେ କ’ଣ ଇଣ୍ଡଷ୍ଟ୍ରି ଆଗେଇବ ବୋଲି ସେ ପ୍ରଶ୍ନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.