ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ମିଳିଲାନି ବେଲ୍, କୋର୍ଟ ରୁମ୍‌ରେ ବେହୋସ ହୋଇ ପଡିଗଲେ

ନୂଆଦିଲ୍ଲୀ,୧୬।୪:  ଅଷ୍ଟେ୍ରଲିଆର ପୂର୍ବତନ କ୍ରିକେଟର ଓ କମେଣ୍ଟେଟର ମାଇକେଲ୍ ସ୍ଲେଟରଙ୍କ ଅଡୁଆ କମ୍ ହେବାର ନାଁ ଧରୁନି। ତାଙ୍କୁ ମଙ୍ଗଳବାର କୋର୍ଟରୁ ମିଳିଲାନି ଆଶ୍ବସ୍ତି। ଘରୋଇ ହିଂସା ସହିତ ୧୯ ଅଭିଯୋଗ ଥିବା ସ୍ଲେଟରଙ୍କୁ କ୍ବିନ୍ସଲାଣ୍ଡର ଏକ କୋର୍ଟ ବେଲ୍ ଦେବାକୁ ମନା କରିଦେଇଥିଲେ। ୫୪ ବର୍ଷୀୟ ସ୍ଲେଟରଙ୍କ ଯେତେବେଳେ ଜାମିନ୍‌ ଆବେଦନ ଖାରଜ ହୋଇଥିଲା ସେ କୋର୍ଟ ରୁମ୍ ଭିତରେ ବେହୋସ୍ ହୋଇଯାଇଥିଲେ। ତାଙ୍କର ବେଲ୍‌ ରଦ୍ଦ ହେବାପରେ ନିଜର ମୁଣ୍ଡ ତଳକୁ କରିଥିଲେ ଓ ଜେଲ୍‌କୁ ନେଇଯିବା ସମୟରେ ପଡିଯାଇଥିଲେ। ତାଙ୍କୁ ନିଜ ଗୋଡରେ ଠିଆ ହେବାକୁ ମଧ୍ୟ ସାହାଯ୍ୟ ଦରକାର ପଡିଥିଲା।

ଅଷ୍ଟେ୍ରଲିଆର ପୂର୍ବତନ ଡାହାଣହାତୀ ଓପନର ବ୍ୟାଟର ସ୍ଲେଟରଙ୍କ ନାଁରେ ରହିଛି ଏକାଧିକ ଅପରାଧି ଅଭିଯୋଗ। ଯାହା ଭିତରେ ବେଆଇନ ଭାବରେ ପିଛା କରିବା, ଡରାଇବା, ମାରପିଟ୍, ରାତିରେ କୌଣସି ଉଦେଶ୍ୟରେ କାହା ଘରେ ପଶିବା, ଶାରିରୀକ କ୍ଷତି ପହଁଞ୍ଚାଇବା ଓ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗ ରହିଛି। ଗତ ବର୍ଷ ୫ ଡିସେମ୍ବରରୁ ୧୨ ଏପ୍ରିଲ ଭିତରେ ବିଭିନ୍ନ ତାରିଖରେ ସନସାଇନ୍ ତଟରେ କଥିତ ଅପରାଧର ମୋଟ ୧୯ଟି ମାମଲାର ସାମନା କରୁଛନ୍ତି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.