ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୂର୍ବତନ ବ୍ୟାଟର ଅମ୍ବାତି ରାୟୁଡୁଙ୍କ ବୟାନ, ଚେନ୍ନାଇରେ ପ୍ରତିଷ୍ଠା ହେବ ଧୋନି ମନ୍ଦିର

ନୂଆଦିଲ୍ଲୀ ୧୪/୦୫: ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତା ଢ଼େର ଅଧିକ । ଚେନ୍ନାଇବାସୀ ତାଙ୍କୁ ଭଗବାନ ସଦୃଶ ମାନିଥାନ୍ତି । ଭାରତରେ ଯେଉଁ ଭେନ୍ୟୁରେ ବି ଚେନ୍ନାଇ ସୁପରକିଙ୍ଗ୍‌ସର ମ୍ୟାଚ୍‌ ଖେଳାଯାଏ, ସେଠାରେ ପହଞ୍ଚି ସମର୍ଥନ କରିଥାନ୍ତି । ଧୋନିଙ୍କ ଲୋକପ୍ରିୟତା ଉପରେ ପୂର୍ବତନ ବ୍ୟାଟର ଅମ୍ବାତି ରାୟୁଡୁ ଏକ ବଡ଼ ବୟାନ ଦେଇଛନ୍ତି । ଚେନ୍ନାଇବାସୀ ଆଗାମୀ ସମୟରେ ଏକ ଧୋନି ମନ୍ଦିର ପ୍ରତିଷ୍ଠା କରିବେ ବୋଲି ରାୟୁଡୁ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି, ଧୋନି ହେଉଛନ୍ତି ଚେନ୍ନାଇର ଭଗବାନ । ମୁଁ ନିଶ୍ଚିତ ଯେ, ଆଗାମୀ ସମୟରେ ଚେନ୍ନାଇରେ ଧୋନି ମନ୍ଦିର ପ୍ରତିଷ୍ଠା ହେବ । ଚେନ୍ନାଇବାସୀ ତାଙ୍କୁ ଅତି ଆପଣାର ଭାବନ୍ତି ଏବଂ ତାଙ୍କୁ ସବୁବେଳେ ସମ୍ମାନ ଦିଅନ୍ତି । ଧୋନି ଭାରତକୁ ୨ଟି ବିଶ୍ୱକପ୍‌ ଟାଇଟଲ୍‌, ସୁପରକିଙ୍ଗ୍‌ସକୁ ୫ଥର ଆଇପିଏଲ୍‌ ଚାମ୍ପିଅନ୍‌ ଏବଂ ଚାମ୍ପିଅନ୍ସ ଲିଗ୍‌ ଟାଇଟଲ୍‌ ଭେଟି ଦେଇଛନ୍ତି । ସେ ଦେଶ ଏବଂ ସୁପରକିଙ୍ଗ୍‌ସ ଦଳ ପାଇଁ ବହୁ ସଫଳତା ଆଣି ଦେଇଛନ୍ତି ।’ 

ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ଗତ ରବିବାର ଶେଷ ଘରୋଇ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ପ୍ଲେ-ଅଫ୍‌ ଆଶା ଦୃଢ଼ କରିଥିଲା । ଏହି ମ୍ୟାଚ୍‌ ଦେଖିବା ପାଇଁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ହଳଦିଆ ଜର୍ସିରେ ପୂର୍ଣ୍ଣ ହୋଇଯାଇଥିଲା । ପ୍ରିୟ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ଦେଖିବାକୁ ଦର୍ଶକ ଭିଡ଼ ଜମାଇଥିଲେ । ଏହା ତାଙ୍କ କ୍ୟାରିୟରର ଶେଷ ଘରୋଇ ମ୍ୟାଚ୍‌ ବୋଲି ଅନୁମାନ କରାଯାଉଛି । ମ୍ୟାଚ୍‌ ଶେଷ ହେବା ପରେ ସେ ପଡ଼ିଆ ଚାରିପଟେ ବୁଲିବୁଲି ଦର୍ଶକଙ୍କୁ ସମର୍ଥନ ପାଇଁ ଧନ୍ୟବାନ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.