ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସିବିଆଇ କଷ୍ଟଡିରେ ଜାଣନ୍ତୁ କିଭଳି କଟିଲା ସନ୍ଦୀପ ଘୋଷଙ୍କ ପ୍ରଥମ ରାତି, ଶୋଇନପାରି ରାତି ସାରା...

କୋଲକାତା,୪।୯: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ କଥା ଉପରକୁ ଉଠୁଛି ପରଦା। ଆରଜି କର ମେଡିକାଲ କଲେଜରେ ହୋଇଥିବା ଦୁର୍ନୀତି ମାମଲାରେ ଆଠ ଦିନ ପାଇଁ ସିବିଆଇ କଷ୍ଟଡିକୁ ଯାଇଛନ୍ତି ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ତେବେ ଜେଲ୍‌ରେ ପ୍ରଥମ ରାତିରେ ସନ୍ଦୀପ ଖୁବ୍ କଷ୍ଟରେ ସମୟ ବିତାଇଥିଲେ। ମଙ୍ଗଳବାର ରାତିରେ ତାଙ୍କୁ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ଦିଆଯାଇଥିଲା, ଯାହାକି ସେ କୌଣସି  ପ୍ରକାରେ ବିନା ଇଚ୍ଛାରେ ଖାଇ ଶୋଇବାକୁ ଯାଇଥିଲେ। କିନ୍ତ ରାତିସାରା ଠିକ୍ ଶୋଇ ପାରିନଥିଲେ, ସାରା ରାତି କେବଳ ବିଚଳିତ ରହିଥିଲେ। ଅତ୍ୟଧିକ କ୍ଲାନ୍ତ ଏବଂ ହତାଶ ମଧ୍ୟ ହୋଇ ପଡିଥିବାର କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସନ୍ଦୀପ ଘୋଷ ସିବିଆଇର ଭ୍ରଷ୍ଟାଚାର ନିରୋଧି ଶାଖା କାର୍ଯ୍ୟାଳୟ ନିଜାମ ପ୍ୟାଲେସର ଦ୍ବିତୀୟ ଏମ୍‌ଏସ୍‌ଓ ବିଲ୍ଡିଂର ୧୪ ତମ ମହଲାର ଲକଅପ୍‌ରେ ଅଛନ୍ତି। ଭିତରେ ଓ ବାହାରେ ୪ ଜଣ ସଶସ୍ତ୍ର ସିଆରପିଏଫ୍ କର୍ମୀ ମୁତୟନ ଅଛନ୍ତି। ଡକ୍ଟର ଘୋଷଙ୍କୁ ଅତି କମ୍‌ରେ ୭ ଦିନ ଏହି ଲକଅପ୍‌ରେ ବିତାଇବାକୁ ହେବ। ଏହାପରେ ୧୦ ସେପ୍ଟେମ୍ବରରେ ପୁଣିଥରେ ଆଲିପୁର କୋର୍ଟରେ ହାଜର କରାଯିବ। ଏହାପରେ କୋର୍ଟ ତାଙ୍କ କଷ୍ଟଡି ନେଇ ବିଚାର କରିବେ। 

ସୋମବାର ରାତିରେ ତାଙ୍କୁ ଯେତେବେଳେ ଗିରଫ କରାଯାଇଥିଲା ସନ୍ଦୀପଙ୍କୁ ରାତିରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଦିଆଯାଇଥିଲା। କାରଣ ସେ ଦିନ ତାଙ୍କର କୌଣସି ପୂଜା ଥିଲା। ତେଣୁ ତାଙ୍କର ଅନୁରୋଧରେ ରାତିର ଖାଦ୍ୟ ଶୁଦ୍ଧ ଶାକାହାରୀ ଦିଆଯାଇଥିଲା। ମଙ୍ଗଳବାର କୋର୍ଟରୁ ଫେରିବା ପରେ ଡାକ୍ତର ଘୋଷ ପୁରା ଚୁପ୍ ଥିଲେ। ତଦନ୍ତକାରୀ ଏଜେନ୍ସି ତାଙ୍କୁ  ସନ୍ଧ୍ୟାରେ ଆରାମ କରିବାକୁ କିଛି ସମୟ ଦେଇଥିଲେ। ବୁଧବାର ସକାଳେ ତାଙ୍କୁ ଚା, ବିସ୍କୁଟ ଓ ଜଳଖିଆ ଦିଆଯାଇଥିଲା, ଯାହାକୁ ସେ ଠିକ୍ ଭାବରେ ଖାଇଥିଲେ। ତା ପରେ ତାଙ୍କୁ ଆରମ୍ଭ ହୋଇଥିଲା ପଚରା ଉଚରା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.