ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଭାରତ ବଜାରକୁ ଫେରିଲେ ଏଫ୍‌ପିଆଇ: ଜୁନରେ ନିବେଶ କଲେଣି ୧୨ ହଜାର କୋଟି, ବଜେଟରେ ଭଲ ପଦକ୍ଷେପ ଆଶା

ନୂଆଦିଲ୍ଲୀ ୨୪/୦୬: ସାଧାରଣ  ନିର୍ବାଚନ ପରେ ବିଦେଶୀ ପୋର୍ଟଫୋଲିଓ  ନିବେଶକ (ଏଫ୍‌ପିଆଇ) ଦେଶର ପୁଞ୍ଜି  ବଜାରକୁ ପୁଣି ଥରେ ଫେରିଛନ୍ତି । ଜୁନ ୨୧  ସୁଦ୍ଧା ଏହି ବର୍ଗର ନିବେଶକ ୧୨,୧୭୦ କୋଟି  ଟଙ୍କା ପୁଞ୍ଜି ବଜାରରେ ନିବେଶ କରିଛନ୍ତି ।  ନୀତିଗତ ପଦକ୍ଷେପ ଏବଂ ଉନ୍ନତ ଅଭିବୃଦ୍ଧି  ନିବେଶକଙ୍କୁ ପୁଞ୍ଜି ବଜାର ଆଡକୁ ଆକୃଷ୍ଟ  କରୁଛି । ନିର୍ବାଚନ ଫଳାଫଳରେ ଅନିଶ୍ଚିତତା  ଯୋଗୁ ବିଦେଶୀ ନିବେଶକ ମାନେ ପୁଞ୍ଜି  ବଜାରରୁ ନେଟ୍‌ ୨୫,୫୮୬ କୋଟି ଟଙ୍କା  ପ୍ରତ୍ୟାହାର କରି ନେଇଥିଲେ । 

ସେହିଭଳି ମରିସସ୍‌ ଏବଂ ଆମେରିକା  ମଧ୍ୟରେ ଚୁକ୍ତିରେ ପରିବର୍ତ୍ତନ ଏବଂ ଆମେରିକା  ବଣ୍ଡ ବଜାରରେ ପ୍ରତିକୂଳ ରିଟର୍ଣ୍ଣ ଭଳି ଦିଗ  ଗୁଡିକ ପାଇଁ ଏପ୍ରିଲରେ ଏହି ବର୍ଗର ନିବେଶକ  ପୁଞ୍ଜି ବଜାରରୁ ୮୭୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍  ପ୍ରତ୍ୟାହାର କରିଥିଲେ । ଡିପୋଜିଟୋରୀ ଡାଟା  ମୁତାବକ, ୨୦୨୪ରେ ଏଫ୍‌ପିଆଇ ଶେୟାର  କ୍ଷେତ୍ରରେ ୧୧,୧୯୪ କୋଟି ଟଙ୍କାର ପ୍ରତ୍ୟାହାର  କରିଥିଲେ । 

ମୋଜୋପିଏମ୍‌ଏସ୍‌ର ମୁଖ୍ୟ ନିବେଶ  ଅଧିକାରୀ ସୁନୀଲ ଦମାନିଆ କହିଛନ୍ତି,  ବର୍ତ୍ତମାନ ଭାରତୀୟ ପୁଞ୍ଜି ବଜାରରେ  ମୂଲ୍ୟାଙ୍କନ ଉଚ୍ଚରେ ରହିଛି । ଫଳରେ  ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଆଗମନ  କିଛିଟା ପ୍ରଭାବିତ ରହିଛି । ଫଡେଲଫୋଲିଓର  ସ୍ମଲକେସ ପ୍ରବନ୍ଧକ ତଥା ସଂସ୍ଥାପକ କିଶଳୟ  ଉପାଧ୍ୟାୟ କହିଛନ୍ତି,ନିର୍ବାଚନ ଫଳାଫଳ ଚକିତ  କରି ଦେଇଥିଲା । ତେବେ ପୁଣି ଥରେ ସ୍ଥିର  ସରକାର ଗଠନ ହେବ ବୋଲି ନିବେଶକ  ଭରଷା କରିବାରୁ ବଜାରକୁ ଏହାର ଲାଭ  ମିଳୁଛି ।  

ମର୍ଣ୍ଣିଂଷ୍ଟାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ  ଇଣ୍ଡିଆର ସହକାରୀ ନିର୍ଦ୍ଦେଶକ ହିମାଂଶୁ  ଶ୍ରୀବାସ୍ତବ କହିଛନ୍ତି, ବଜାରର ଅଭିବୃଦ୍ଧିକୁ  ତ୍ୱରାନ୍ୱିତ କରିବା ଲାଗି ବଜେଟରେ ପଦକ୍ଷେପ  ଆସିବ ବୋଲି ଆଶା ରହିଛି । ଏ ଦିଗରେ  ନିବେଶକଙ୍କ ଧାରଣା ଦୃଢ଼ ରହିଛି । ଆଲୋଚ୍ୟ  ଅବଧିରେ ନିବେଶ ବଣ୍ଡ ବଜାରରେ ୧୦,୫୭୫  କୋଟି ଟଙ୍କା ନିବେଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.