ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଏଲ୍‌ପିଜି ଦାମଠୁ ଫାସଟ୍ୟାଗ୍‌ KYC ପର୍ଯ୍ୟନ୍ତ…ଏପ୍ରିଲ ୧ରୁ ଲାଗୁ ହେଲା ପରିବର୍ତ୍ତିତ ନିୟମ

Image Courtesy: aajtak

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଏହା ସହ ଆଜିଠାରୁ ଦେଶରେ ଅନେକ ପରିବର୍ତ୍ତନ ହୋଇଛି । ଏଲପିଜି ସିଲିଣ୍ଡର ଦାମ ପାଖରୁ କ୍ରେଡିଟ କାର୍ଡ ଏବଂ ଏନପିଏସ୍‌ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ପ୍ରତି ମାସ ପ୍ରଥମ ତାରିଖରେ ଅଏଲ ମାର୍କେଟିଂ କମ୍ପାନି ଏଲପିଜି ଦାମରେ ପରିବର୍ତ୍ତନ କରିଥାନ୍ତି । ଏଥିର ମଧ୍ୟ ଏଲପିଜି ଦାମ କମିଛି । କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ନୁହେଁ ବରଂ ୧୯ କିଲୋଗ୍ରାମର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ କମିଛି ।  ୧ ଏପ୍ରିଲ ୨୦୨୪ରେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୩୦.୫୦ ଟଙ୍କା ଶସ୍ତା ହୋଇ ୧୭୬୪.୫୦ ଟଙ୍କା ହୋଇଛି । 

ଇପିଏଫଓ ନିୟମରେ ପରିବର୍ତ୍ତନ

ଏପ୍ରିଲ ମାସର ପ୍ରଥମ ଦିନରୁ ଇପିଏଫଓକୁ ନେଇ ଏକ ନୂଆ ନିୟମ ଲାଗୁ ହେବ ବୋଲି ଘୋଷଣା ହୋଇଥିଲା । ଏହି ନୂଆ ନିୟମ ଆଜିଠୁ ଲାଗୁ ହୋଇଛି । ଏଣିକି ଜଣେ ଇପିଏଫ ଆକାଉଣ୍ଟ ହୋଲ୍ଡର ଚାକିରି ପରିବର୍ତ୍ତନ କଲେ ତାଙ୍କର ପୁରୁଣା ପିଏଫ ବାଲାନ୍ସ ନୂଆ ଖାତାକୁ ଟ୍ରାନ୍ସଫର ହୋଇଯିବ । ଏଥିପାଇଁ ଆକାଉଣ୍ଟ ହୋଲ୍ଡରଙ୍କୁ କିଛି କରିବାକୁ ପଡ଼ିବ ନାହିଁ ।

ଏନପିଏସ୍‌ ନିୟମ

ନ୍ୟାସନାଲ ପେନ୍ସନ ସ୍କିମ୍‌ (ଏନପିଏସ୍‌)କୁ ଆହୁରି ସୁରକ୍ଷିତ କରିବା ଲାଗି ପେନ୍ସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଆଧାର ବେସ୍‌ଡ ଟୁ ଷ୍ଟେପ୍‌ ଅଥେଣ୍ଟିକେସନ୍‌ ସିଷ୍ଟମ ଲାଗୁ କରିଛି । ଆଉ ଏହାକୁ ଏପ୍ରିଲ ୧ (ସୋମବାର) ପାଖରୁ ଲାଗୁ କରାଯାଇଛି । ଗତ ମାର୍ଚ୍ଚ ୧୫ରେ ଏନେଇ ବିଜ୍ଞପ୍ତି ଜାରି କରିଥିଲା ପିଏଫଆରଡିଏ । 

ଫାସଟ୍ୟାଗ୍‌ କେଓ୍ବାଇସି

୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଫାସଟ୍ୟାଗ୍‌ କେଓ୍ବାଇସି ଅପଡେଟ୍‌ କରିନଥିଲେ ଏପ୍ରିଲ ୧ ଅର୍ଥାତ ଆଜିଠୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏନଏଚଏଆଇ ପକ୍ଷରୁ ଫାସଟ୍ୟାଗ କେଓ୍ବାଇସିକୁ ବାଧ୍ୟତାମୂଳକ କରାଯାଇଛି । 

ଏସବିଆଇ କ୍ରେଡିଟ କାର୍ଡରେ ପରିବର୍ତ୍ତନ

ଏସବିଆଇ କାର୍ଡ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା ଯେ, ୧ ଏପ୍ରିଲ ୨୦୨୪ ପାଖରୁ କେତେକ କ୍ରେଡିଟ କାର୍ଡରେ ରିଓ୍ବାର୍ଡ ପଏଣ୍ଟ କଲେକ୍ସନ ବନ୍ଦ ହେବ । ଏହି ସବୁ କାର୍ଡ ମଧ୍ୟରେ ଏସବିଆଇ କାର୍ଡ ଏଲିଟ୍‌, ଏସବିଆଇ କାର୍ଡ ଏଲିଟ୍‌ ଆଡଭାଣ୍ଟେଜ୍‌, ଏସବିଆଇ କାର୍ଡ ପ୍ଲସ୍‌ ଏବଂ ସିମ୍ପଲି କ୍ଲିକ୍‌ ଏସବିଆଇ କାର୍ଡ ସାମିଲ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.