ନୂଆଦିଲ୍ଲୀ ୧୧/୯- ଏଥର ମୁମ୍ବାଇ ସମେତ ସାରା ଦେଶରେ ଗଣେଷ ପୂଜା ଧୁମଧାମରେ ପାଳନ ହେବାକୁ ଯାଉଛି । ଭକ୍ତ ନିଜ ଆରାଧ୍ୟଙ୍କ ଆରାଧନା ପାଇଁ ଜୋଶ୍ ସହିତ ଲାଗିପଡିଛନ୍ତି । ଗଣେଷ ପେଣ୍ଡାଲରେ ଭଗବାନଙ୍କ ବିଶାଳ ପ୍ରତିମା ସଜା ହେଉଛି । ପେଣ୍ଡାଲରେ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିବାକୁ ପ୍ରସ୍ତୁତ କରାଯାଉଛି ଏବଂ ସେଥିପାଇଁ ଖାସ୍ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ।
ମୁମ୍ବାଇର ଫେମସ କିଙ୍ଗ୍ ସର୍କଲ GSB ସେବା ମଣ୍ଡଳ ଏଥର ୩୬୦ କୋଟି ଟଙ୍କାର ଇନସ୍ୟୁରାନ୍ସ କଭର ନେଇଛି । ଏହି କଭରରେ ଭଗବାନଙ୍କ ସୁନା ରୂପାର ଆଭୁଷଣଠୁ ଆରମ୍ଭ କରି ପର୍ସନାଲ ଆକ୍ସିଡେଣ୍ଟ ପର୍ଯ୍ୟନ୍ତ କଭର ସାମିଲ । ଏହି କଭରରେ ମଣ୍ଡଳର ସ୍ୱୟଂସେବକ ପୂଜାରୀ ଏବଂ ରୋଷେୟା ଭଳି ଲୋକ ସାମିଲ । ସରକାରୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ ଦ୍ୱାରା ଇନ୍ସ୍ୟୁରାନ୍ସ ଦିଆଯାଇଛି ।
୧. ୩୮.୪୭ କୋଟି- ସମସ୍ତ ଆଶଙ୍କା ବୀମା ପଲିସି ବିଭିନ୍ନ ପ୍ରକାର ରିସ୍କକୁ କଭର କରିଥାଏ ଯେଉଁଥିରେ ସୁନା, ରୂପା ଏବଂ ଅଳଙ୍କାର ସାମିଲ ।
୨. ୨ କୋଟି- ଭୂମିକମ୍ପ, ନିଆଁ ଏବଂ ବିଶେଷ ଅଘଟଣ ପଲିସିରେ ଫର୍ଣ୍ଣିଚର, ଫିକ୍ସଚର ଏବଂ ଫିଟିଂ, କମ୍ପ୍ୟୁଟର, ସିସିଟିଭି କ୍ୟାମେରା, କ୍ୟୁଆର୍ ସ୍କାନର, ଆସନକୁସନ ଭଳି ସାମଗ୍ରୀ ସାମିଲ ।
୩. ୩୦ କୋଟି- ପବ୍ଲିକ୍ ଲାଇବିଲିଟି କଭର ଯେଉଁଥିରେ ପେଣ୍ଡାଲ, ଷ୍ଟାଡିୟମ୍, ଭକ୍ତ ଆଦି ସାମିଲ ।
୪. ୨୮୯.୫୦ କୋଟି- ସ୍ୱୟଂସେକ, ଆଚାର୍ଯ୍ୟ, ରୋଷେୟା, ଗାଡି, ଚପଲ ଷ୍ଟଲ୍ ଶ୍ରମିକ, ୱାଲେଟ୍ ପାର୍କିଂ ବ୍ୟକ୍ତି, ସୁରକ୍ଷା ଗାର୍ଡମାନଙ୍କ ପାଇଁ ବ୍ୟକ୍ତିଗତ ଦୁର୍ଘଟଣା ବୀମା କଭର ।
୫. ୪୩ ଲକ୍ଷ- ଆୟୋଜନ ସ୍ଥଳରେ Standard Fire & Special Peril Policy.
ସେହିଭଳି ଅନ୍ୟ ପଟେ ମୁମ୍ବାଇର ଫେମସ ଲାଲବାଗର ରାଜା ଗଣପତି ମଣ୍ଡଳ ଏଥର ନିଜ ଗଣପତି ଏବଂ ତାଙ୍କ ଭକ୍ତଙ୍କ ପାଇଁ ଚଳିତ ବର୍ଷ ୨୬.୫୪ କୋଟିର ଇନ୍ସ୍ୟୁରାନ୍ସ କଭର ନେଇଛି ।