ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଲେବର କାର୍ଡ ବାଣ୍ଟିଲେ ଶ୍ରମ ମନ୍ତ୍ରୀ, କହିଲେ ନିର୍ମାଣ ଶ୍ରମିକଙ୍କ ପାଖକୁ ଯିବେ ସରକାର

ଭୁବନେଶ୍ଵର, ୩୧/୦୮ : ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ କୁଚିଲାପୁଟରେ ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଏହି ଅବସରରେ ମନ୍ତ୍ରୀ ଯୋଜନା ବାବଦରେ ଅବଗତ କରିବାକୁ ଯାଇ କହିଛନ୍ତି ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଉପଲବ୍ଧ ଥିବା ସମସ୍ତ "ଜନ ସେବା କେନ୍ଦ୍ର" ଗୁଡିକର ଲାଭ ପାଇବା ପାଇଁ ଅନଲାଇନ ମାଧ୍ୟମରେ www.nirmanshramik.odisha.gov.in ପୋର୍ଟାଲରେ ସିଧାସଳଖ ଲଗ୍ ଇନ୍ କରି ଦରଖାସ୍ତ କରିପାରିବେ। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ଵାରା ପରିଚାଳିତ ଏହି ଯୋଜନାରେ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା, ବିବାହ ସହାୟତା ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯିବ।

ଏଥି ସହିତ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଅଣସଂଗଠିତ ଶ୍ରମିକଙ୍କ ସହାୟତା ପାଇଁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ଠାରୁ ଆରମ୍ଭ କରି ଦୁର୍ଘଟଣା ଜନିତ ଅକ୍ଷମତା ପାଇଁ ସହାୟତା ଏବଂ ମୃତ୍ୟୁକାଳୀନ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡକୁ ବାର୍ଷିକ ଅଂଶଦାନକାରୀ କର୍ମଚାରୀଙ୍କର ପିଲାମାନେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ, ସେମାନଙ୍କୁ ମେଧାବୀ ଛାତ୍ରବୃତ୍ତି ବାବଦରେ ଏକ ଲକ୍ଷ ଟଙ୍କା ବୃତ୍ତି ପ୍ରଦାନର ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାର କରିଛନ୍ତି ବୋଲି ମାନନୀୟ ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ କହିଛନ୍ତି।

ଯେଉଁ ନିର୍ମାଣ ଶ୍ରମିକମାନେ ପଞ୍ଜିକରଣ କରିବେ ସେମାନଙ୍କୁ ୨ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ଯାଏ ଶିକ୍ଷାବୃତ୍ତି ସହାୟତା, ବିବାହ ପାଇଁ ୫୦ ହଜାର, ପ୍ରସୂତୀକାଳିନ ସହାୟତା ୧୦ ହଜାର ଓ ସ୍ଵାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ ଓ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ। ଏପରିକି ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ୫ ହଜାର ଟଙ୍କା ମିଳିବ। ସେହିଭଳି ଆଇଟିଆଇ ଓ ଡିପ୍ଲୋମା ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୁସୁମ ଯୋଜନାରେ ସାମିଲ ହେବେ। ନିର୍ମାଣ ଶ୍ରମିକମାନେ ପେନସନ ଯୋଜନା ଓ ଆଶ୍ରୟ ଯୋଜନାରେ ବି ସାମିଲ ହେବେ।

ଏହି କାର୍ଡ ମାଧ୍ୟମରେ ଶ୍ରମିକଙ୍କ ପରିଚୟ ହୋଇ ପାରିବ ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାରେ ସୁବିଧା ଯୋଗାଇ ଦିଆଯିବ। ଶ୍ରମ ସଂଶାଧନ ବିଭାଗ ପକ୍ଷରୁ ଏହି ଯୋଜନା ପରିଚାଳିତ ହେଉଛି। ସ୍କିଲ୍‌ ମିଶନ ଅଧୀନର ଏହି କାର୍ଡ ପାଇଁ ଆବେଦନ କରି ପାରିବେ ଶ୍ରମିକ। ଏହାଦ୍ୱାରା ସରକାରଙ୍କ ପାଖରେ ଶ୍ରମିକଙ୍କ ବାବଦର ସମସ୍ତ ତଥ୍ୟ ରହି ପାରିବ। କାର୍ଡ ପାଇବା ପରେ ଶ୍ରମିକଙ୍କୁ ଏକ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ। ଏହି ରେଜିଷ୍ଟ୍ରେସନ ନମ୍ବର ମାଧ୍ୟମରେ ସମସ୍ତ ଯୋଜନାର ଲାଭ ପାଇ ପାରିବେ ଶ୍ରମିକ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.