ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

‘କଂଗ୍ରେସ ପାଇଁ କ୍ଷମତାକୁ ଆସିଥିଲା ବିଜେପି...’ ଗୁଲାମ ନବୀ କହିଲେ କେବେ ପର୍ଯ୍ୟନ୍ତ କରିବେ ଶାସନ ?

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରେଟିକ୍ ଆଜଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ କଂଗ୍ରେସକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆଉ ଥରେ ପୁଣି ବିଜେପି ସରକାର ଆସିଲେ କଂଗ୍ରେସ ଦାୟୀ ରହିବ । ଯଦି ଆଜି ବିଜେପି କ୍ଷମତାରେ ରହିଛି, ତାହା କେବଳ କଂଗ୍ରେସ ପାଇଁ, କଂଗ୍ରେସର ନେତୃତ୍ୱ ଯୋଗୁଁ । ଯେବେ ପର୍ଯ୍ୟନ୍ତ କଂଗ୍ରେସର ଏବେର ନେତୃତ୍ୱ ରହିଥିବେ ସେବେ ପର୍ଯ୍ୟନ୍ତ ବିଜେପି ଶାସନ କରିବ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୁଲାମ କହିଛନ୍ତି, ଏବେ ପୁଣି ସବୁକିଛି ମୂଳରୁ ଆରମ୍ଭ କରିବାକୁ ପଡ଼ିବ । ସେଥିପାଇଁ ଦେଖିବାକୁ ପଡ଼ିବ ସଂସଦ ଅଧିକ ଜରୁରୀ ନା ରାଜ୍ୟ ମୋ ପାଇଁ ଅଧିକ ଆବଶ୍ୟକତା । ଏବେ ୫ ଦିନ ପର୍ଯ୍ୟନ୍ତ ଚିନାବ ଭ୍ୟାଲିରେ ବ୍ୟସ୍ତ ରହିବି । ତାକୁ ନେଇ ଭାବିବା ଲାଗି ଏବେ ସମୟ ନାହିଁ ।

ତେବେ ଗୁଲାମ ଚିନାବରୁ ନିର୍ବାଚନ ଲଢ଼ିବେ କି ପ୍ରଶ୍ନରେ କହିଛନ୍ତି, କଥା ହୃଦୟର ନୁହେଁ, ସେବାର । ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ ରାଜୌରି-ଅନନ୍ତନାଗ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଯେତେବେଳେ କି ଚିନାବ ଭ୍ୟାଲିରେ ଆଜାଦଙ୍କ ଦଳ ଜିଏ ସୁରୌରିଙ୍କୁ ଟିକେଟ୍ ଦେଇଛି । ଦଳ ଲାଗି ଗୁଲାମ ନବୀ ଆଜାଦ ନିୟମିତ ପ୍ରଚାର ଜାରି ରଖିଛନ୍ତି ।

ସେ କହିଛନ୍ତି, ବିକାଶକୁ ନେଇ ଆମ ଦଳ ଲୋକଙ୍କ ପାଖରେ ରହିଛି । ଯଦି ଆମ ଦଳ ବିଜୟୀ ହେବ ତ ଅଞ୍ଚଳର ବିକାଶ ନିଶ୍ଚିତ ହେବ । ଲୋକେ ଯଦି କାମ କରୁଥିବା ପ୍ରାର୍ଥୀ ଚାହୁଁଛନ୍ତି ତ ଆମ ପ୍ରାର୍ଥୀ ଏଥିରେ ଆଗୁଆ ରହିବେ । କେବଳ ନାରା ଦେବା ଲାଗି କାହାକୁ ସଂସଦକୁ ପଠାଇବାର ଅଛି ତ ତାହା ଜନତାଙ୍କ ହାତରେ ରହିଛି ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପୂର୍ବରୁ କଂଗ୍ରେସରେ ଥିଲେ । ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଧ୍ୟ ଥିଲେ । ୨୦୨୨ ମସିହା ଅଗଷ୍ଟ ୨୬ ତାରିଖରେ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଦାୟୀ କରି କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ଥିଲେ ଗୁଲାମ ନବୀ ଆଜାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.