ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝରକା ତାଡ଼ି ଘରେ ପଶିଲେ, ପରିବାର ଲୋକଙ୍କ ଉପରେ କେମିକାଲ ସ୍ପ୍ରେ କରି ଲୁଟିଲେ ସୁନା ଅଳଙ୍କାର

ଭୁବନେଶ୍ବର, ୨୭।୨ : ରାଜଧାନୀରେ ସଶସ୍ତ୍ର ଡକାୟତି। ବ୍ୟାଙ୍କ୍ କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା। ଝରକା ତାଡ଼ି ଘରେ ପଶିଲେ ଆଉ କେମିକାଲ ସ୍ପ୍ରେ କରି ଘର ଲୋକଙ୍କୁ ବେହୋସ କଲେ। ଆଉ ଘରୁ ଲୁଟିଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ସହିଦ ନଗର ଥାନା ଭିଏସଏସ ନଗରରେ ଡକାୟତି ହୋଇଛି। ଘଟଣା ସ୍ଥଳେ ସହିଦ ନଗର ଥାନା ପୁଲିସ୍, ଜୋନ-୫ ଏସିପି ସମେତ ସାଇଣ୍ଟିଫିକ୍ ଟିମ୍ କରିଛି ଯାଞ୍ଚ୍। 

ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗର ସ୍ଥିତ ମଞ୍ଜୁ ନିବାସରେ ରହୁଥିବା ବ୍ୟାଙ୍କ୍ କର୍ମଚାରୀ ମନୋଜ ବେହେରାଙ୍କ ଘରେ ହୋଇ ହୋଇଛି ସଶସ୍ତ୍ର ଡକାୟତି। ପୁରା ପରିବାର ଶୋଇଥିବା ବେଳେ ମାରଣାସ୍ତ୍ରରେ ଘର ପଛପଟ ଝରକା ଭାଙ୍ଗି ପରିବାର ଲୋକଙ୍କ ଉପରେ କେମିକାଲ ସ୍ପ୍ରେ କରି ଚାରିଆଡ଼େ ତଲାସି କରିଥିଲେ।ଲୁଟେରା ମାନେ ଦୀର୍ଘ ସମୟ ଖୋଜା ଖୋଜି ପରେ ଭ୍ୟାନିଟ୍ ମଧ୍ୟରୁ ଚାବି ନେଇ ଘରେ ଥିବା ସବୁ ଗଦରେଜ ଏବଂ ଆଲମାରୀ ଓ ଲକରରୁ ନେଇ ଯାଇଥିଲେ ସୁନା ଅଳଙ୍କାର। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମନୋଜ। 

ଖବର ପାଇ ଘଟଣା ସ୍ଥଳେ ସହିଦ ନଗର ଥାନା ଅଧିକାରୀ, ଜୋନ୫ ଏସିପି ସମେତ ସାଇଣ୍ଟିଫିକ୍ ଟିମ୍ ଓ ସ୍ପେଶଲ୍ ସ୍କ୍ୱାର୍ଡ ପହଞ୍ଚି ଛାନ୍ ଭିନ୍ କରିଛନ୍ତି। ପୁଲିସ ର ସ୍ପେସଲ ଟିମ୍ ଘର ଚାରିପାଖ ବୁଲି ଲୁଟ୍ ପୂର୍ବର ସମସ୍ତ ଗତିବିଧି  ଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଚେକ୍ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘର ଭିତରୁ ବିଭିନ୍ନ ସୁରାକ ସଂଗ୍ରହ କରିଛନ୍ତି। ରାଜଧାନୀରେ ଆପର୍ଟମେଣ୍ଟ ରୁ ସିରିଜ୍ ଲୁଟ୍ ହୋଇଥିବା ବେଳେ ଆଜି ପୁଣି ଥରେ କଲୋନୀ ଭିତରୁ ଡ଼କାୟତି। ସେପଟେ ଘଟଣା ସ୍ଥଳରୁ ଲୁଟରୋଙ୍କର ଅନେକ କିଛି ସୁରାକ ମିଳିଥିବାରୁ ଖୁବ୍ ଶୀଘ୍ର ପୁଲିସ୍ ଏହାର ପର୍ଦାଫାସ କରିବ ବୋଲି କହିଛନ୍ତି ଜୋନ-୫ ଏସିପି ଗୌତମ କିଶନ।

ଆହୁରି ପଢନ୍ତୁ : ଯୁବକଙ୍କୁ ଲିଫ୍ଟ ମାଗି ବାଇକରେ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.