ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାରଠୁ ଖୋଲିବ ଗୋପାଳପୁର ବତୀଘର, ସନ୍ଧ୍ୟା ୪ଟାରୁ ୫ଟା ପର୍ଯ୍ୟନ୍ତ ବୁଲିପାରିବେ ପର୍ଯ୍ୟଟକ

ଗୋପାଳପୁର,୧୧/୦୫: ଆଜି ଗୋପାଳପୁର ବତୀଘର ପର୍ଯ୍ୟଟକ ନିମନ୍ତେ ଖୋଲିବ । କେନ୍ଦ୍ର ବନ୍ଦର ନୌପରିବହନ ଏବଂ  ଜଳମାର୍ଗ ମନ୍ତ୍ରାଳୟ ଅନ୍ତର୍ଗତ ବତିଘର ଏବଂ ବତିଜାହାଜ ନିର୍ଦ୍ଦେଶାଳୟ (କୋଲକତା)  କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ଚିଠି ଶୁକ୍ରବାର ଗୋପାଳପୁର ବତୀଘର କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଥିବା କହିଛନ୍ତି ଅଧିକାରୀ ଏସ୍‌. କେ.  ପାଢ଼ୀ । ବତିଘର ସନ୍ଧ୍ୟା ୪ଟାରୁ ୫ଟା ପର୍ଯ୍ୟନ୍ତ  ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । 

ସେମାନେ ବତିଘର ଶୀର୍ଷକୁ ଯାଇପାରିବେ । ବୟସ୍କଙ୍କ  ପାଇଁ ୧୦ ଟଙ୍କା ଟିକଟ, ୧୨ ବର୍ଷରୁ କମ୍‌  ପିଲାଙ୍କ ପାଇଁ ୩ ଟଙ୍କା ଓ ବିଦେଶୀ ପର୍ଯ୍ୟଟକଙ୍କ  ସକାଶେ ୨୫ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି  ଫଟୋଗ୍ରାଫି ସକାଶେ ୨୦ ଟଙ୍କା, ଭିଡିଓଗ୍ରାଫି  ନିମନ୍ତେ ୨୫ ଟଙ୍କା ପଇଠ କରିବାକୁ ହେବ ।  ବତିଘର ଶୀର୍ଷକୁ ଯିବା ପାଇଁ ବିଭିନ୍ନ  ନିୟମାବଳୀ ରହିଛି । ପର୍ଯ୍ୟଟକଙ୍କ ପାଇଁ  ବତିଘର ପରିସରରେ ସେଲ୍‌ଫି ପଏଣ୍ଟ, ପାର୍କ, ଶୌଚାଳୟ, ପାନୀୟ ଜଳ ଆଦି  ବ୍ୟବସ୍ଥା ରହିଛି । ସୂଚନା ପ୍ରକାରେ ୨୦୧୩  ମସିହା ଠାରୁ ସର୍ବସାଧାରଣଙ୍କ ପ୍ରବେଶ  ଉପରେ କଟକଣା ଲାଗି ରହିଥିଲା । ମୁମ୍ବାଇ  ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ  ସୁରକ୍ଷାକୁ ନଜରରେ ରଖି ସାମୁଦ୍ରିକ ପଥ  ଉପରେ କଡ଼ା ନଜର ରଖିବା ପାଇଁ କେନ୍ଦ୍ର  ସରକାରଙ୍କ ନିଷ୍ପତ୍ତି ପ୍ରକାରେ ସେତେବେଳେ  ଏହି ବତିଘର ଉପରେ ଏକ ରାଡାର୍‌  ଖଞ୍ଜାଯାଇଥିଲା । ତଟରକ୍ଷୀ ବାହିନୀର  ଏହି ରାଡାର୍‌ ସଂଯୋଗକୁ ଦୃଷ୍ଟିରେ ରଖି  ଉପରୋକ୍ତ କଟକଣା ଜାରି ହୋଇଥିଲା ।  ତେବେ ଶନିବାରରୁ ବତିଘର ଗୋପାଳପୁରକୁ  ଆସୁଥିବା ପର୍ଯ୍ୟଟକଙ୍କ ସକାଶେ ଅନ୍ୟତମ  ଆକର୍ଷଣ ହେବ ବୋଲି ଆଶା କରାଯାଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.