ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଏବେ ଆଉ କନ୍ଦାଇବନି ପିଆଜ ଦର ! କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି କରିବାକୁ ସରକାରଙ୍କ ନିଷ୍ପତ୍ତି...

ନୂଆଦିଲ୍ଲୀ: ସାରା ଦେଶର ଲୋକଙ୍କୁ ଏବେ କନ୍ଦାଉଚି ପିଆଜ ଦର । ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । କେତେକ ସହରରେ ସରକାରୀ ଏଜେନ୍ସି ଗୁଡିକ ଲୋକମାନଙ୍କୁ ଶସ୍ତା ଦରରେ ପିଆଜ ଯୋଗାଉଛନ୍ତି । ଏହି କ୍ରମରେ ଦିଲ୍ଲୀ-ଏନସିଆର ଲୋକଙ୍କ ପାଇଁ ଏବେ ପିଆଜ କିଲୋଗ୍ରାମ ପିଛା ମାତ୍ର ୨୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି । ମହଙ୍ଗା ଦରକୁ ନେଇ ଅସୁବିଧାରେ ପଡିଥିବା ଲୋକଙ୍କୁ ଏହା ବହୁତ ଆରାମ ପ୍ରଦାନ କରିବ । 

ଗତ ଏକ-ଦୁଇ ମାସ ମଧ୍ୟରେ ସାରା ଦେଶରେ ପିଆଜ ଦର ହୁ ହୁ ହୋଇ ବଢିଚାଲିଛି ।  ଦେଶର ଅନେକ ସ୍ଥାନରେ ପିଆଜର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପାଖାପାଖି ୧୦୦ ଟଙ୍କାରେ ପହଞ୍ଚିଛି । ଯେତେବେଳେ ପୂରା ଦେଶରେ ଉତ୍ସବର ରୁତୁ ଚାଲୁଛି, ସେତେବେଳେ ପିଆଜ ମୂଲ୍ୟରେ ଏହି ବୃଦ୍ଧି ପାଇଛି । ବର୍ତ୍ତମାନ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ହସ୍ତକ୍ଷେପ କରୁଛନ୍ତି । 

ରିପୋର୍ଟ ଅନୁଯାୟୀ, ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହି ସପ୍ତାହ ଶେଷରେ ଦିଲ୍ଲୀ ଏନସିଆରର କେତେକ ସ୍ଥାନରେ ପିଆଜ ବିକ୍ରି ଆରମ୍ଭ ହେବ । ଖରିଫ ଫସଲର ଆଗମନ ବିଳମ୍ବ ହେଉଛି, ଯେଉଁଥିପାଇଁ ପିଆଜର ମୂଲ୍ୟ ବଢୁଛି ।  ଗ୍ରାହକଙ୍କୁ ଆରାମ ଯୋଗାଇବା ପାଇଁ ବଫର ଷ୍ଟକରୁ ପିଆଜର ଖୁଚୁରା ବିକ୍ରି ଆରମ୍ଭ ହୋଇଛି । 

 ମନ୍ତ୍ରଣାଳୟ ଅନୁଯାୟୀ ସରକାର ଚଳିତ ବର୍ଷ ପାଞ୍ଚ ଲକ୍ଷ ଟନ୍ ପିଆଜର ଏକ ବଫର୍ ଷ୍ଟକ୍ ବଜାୟ ରଖିଛନ୍ତି । ଅତିରିକ୍ତ ଦୁଇ ଲକ୍ଷ ଟନ୍ ବଫର୍ ତିଆରି କରିବାକୁ ସରକାର ଯୋଜନା କରିଛନ୍ତି । ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁଁ ପିଆଜର ହୋଲସେଲ ମୂଲ୍ୟରେ ହ୍ରାସ ଘଟିଛି । ଖୁଚୁରା ବଜାରରେ ଏହାର ପ୍ରଭାବ ଦେଖିବାକୁ ସମୟ ଲାଗୁଛି ବୋଲି ସରକାର କହିଛନ୍ତି । ଆସନ୍ତା ସପ୍ତାହରୁ ଖୁଚୁରା ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.