ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୃତ ପରିଜନଙ୍କୁ ଦେଖା କରିପାରୁଛନ୍ତି ଚୀନ୍‌ର ଲୋକେ, ଟଙ୍କା ଦେଇ ଏଭଳି ହୁଅନ୍ତି କଥା

ନୂଆଦିଲ୍ଲୀ,୧୦।୨:  କ’ଣ କେହି ମରିଯାଇଥିବା ବ୍ୟକ୍ତି ବଞ୍ଚିପାରେ ? ଏଭଳି ଯଦି ସମ୍ଭବ ହୁଅନ୍ତା ତେବେ ଦୁନିଆରୁ ବିଦାୟ ନେଇସାରିଥିବା ଲୋକଙ୍କ ପରିବାରରେ ଦୁଃଖ ନଥାନ୍ତା। ତେବେ ଚୀନ୍‌ରେ ଆଜିକାଲି ଟଙ୍କା ଦେଇ ନିଜର ମୃତ ପରିବାର ଲୋକଙ୍କୁ ପୁଣିଥରେ ବଞ୍ଚାଇ ଦେଉଛନ୍ତି। ଏବେ ଆପଣ ଭାବିବେ ଏହା କିପରି ସମ୍ଭବ ? ତେବେ ଏହାର ଜବାବ ହେଉଛି, ଟେକ୍ନୋଲୋଜି।

ଚୀନ୍‌ରେ ଆଜିକାଲି ଅଲଗା କିଛି ଚଳନ ରହିଛି, ଯେଉଁଥିରେ ଲୋକମାନେ ଟଙ୍କା ଦେଇ ନିଜର ମୃତ ପରିଜନଙ୍କ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅବତାର ତିଆରି କରୁଛନ୍ତି। ‘ହାଙ୍ଗଜୋ ଡେଲି’ର ରିପୋର୍ଟ ଅନୁସାରେ, ମୃତକଙ୍କୁ ପୁଣିଥରେ ବଞ୍ଚାଇ ରଖିବା ପାଇଁ ଏଆଇ ସେବା ଭଲ ରହିଛି। ଲୋକ ସେହି ସେବା ଉପରେ ୫୦୦୦ ରୁ ୧୦୦୦୦ ୟୁଆନ (୭୦୦ ଆମେରିକୀୟ ଡଲାର) ଖର୍ଚ୍ଚ କରନ୍ତି। 

ଏହାକୁ ‘ଘୋଷ୍ଟ ବଟ୍‌’ ଭାବରେ ଜଣାଯାଏ। ଏଆଇ ଫାର୍ମ, ସୁପର ବ୍ରେନର ସଂସ୍ଥାପକ, ଝାଙ୍ଗ ଜେଭେଇ କହିଛନ୍ତି ଟେକ୍ନୋଲୋଜି ମୌଳିକ ଅବତାର ତିଆରି କରିବାରେ ସକ୍ଷମ, ଯାହାକି  ମୃତକଙ୍କ ଚିନ୍ତାଧାରା ଏବଂ କଥାବାର୍ତ୍ତାକୁ କପି କରିପାରିବ। ମାର୍ଚ୍ଚ ୨୦୨୩ ରେ ପୂର୍ବ ଚୀନ୍‌ର ଜିୟାଙ୍ଗସୁ ପ୍ରଦେଶରେ କମ୍ପାନୀ ସ୍ଥାପିତ କରିବା ପରେ ତାଙ୍କ ଟିମ୍ ୩୦ ସେକେଣ୍ଡର ଅଡିଓ ଭିଜୁଆଲ କଣ୍ଟେଣ୍ଟରୁ ହଜାର ହଜାର ପରିବାର ପାଇଁ ତାଙ୍କ ମୃତ ପରିଜନକୁ ଡିଜିଟାଲ ରୂପରେ ପୁନଃଜୀବିତ କରିବାରେ ସାହାଯ୍ୟ କରିଛି। ଅଧାରୁ ଅଧିକ କ୍ଲାଏଣ୍ଟ ରହିଛନ୍ତି ବୟସ୍କ ବାପା-ମା, ଯେଉଁମାନେ ତାଙ୍କର ସନ୍ତାନଙ୍କୁ ହରାଇ ସାରିଛନ୍ତି। 

ଏଆଇ ହିଲିଂ ଏକ ଚାଟବକ୍ସ ତିଆରି କରିବା ପାଇଁ ଭଏସ୍‌କୁ କ୍ଲୋନ କରିଥାଏ । ଏହା ସହିତ ଥ୍ରୀ-ଡି ଡିଜିଟାଲ ମାନବ ମଣ୍ଡଳକୁ ସପୋର୍ଟ କରିବା ପାଇଁ ପ୍ରୋଫାଇଲ ଇମେଜ୍ ଦେଇଛି। ଝାଙ୍ଗଙ୍କ ଟିମ୍ ୬୦୦ ରୁ ଅଧିକ ପରିବାରକୁ ଏଆଇ ହିଲିଂ ସେବା ସଫଳତାର ସହ ପ୍ରଦାନ କରିଛି। ତାଙ୍କ ଫି’ ୫୦୦୦ ରୁ ୧୦୦୦୦ ୟୁଆନ୍(୬୦ ହଜାର ଟଙ୍କାରୁ ୧.୧୬ ଲକ୍ଷ ଟଙ୍କା) ରହିଛି। ସେ କହିଛନ୍ତି, କ୍ଲାଏଣ୍ଟଙ୍କୁ ମୃତକଙ୍କ ଫଟୋ, ଭିଡିଓ ଓ ଅଡିଓ ରେକର୍ଡିଂ ‌ସେୟାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.