ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ଦୋଷମୁକ୍ତ, ସିବିଆଇ କୋର୍ଟଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୫:  ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ବଡ଼ ଧରଣର ଆଶ୍ୱସ୍ତି। ଏକ ହତ୍ୟା ମାମଲାରେ ଦୋଷ ମୁକ୍ତ ହୋଇଛନ୍ତି ରାମ ରହିମ। ମଙ୍ଗଳବାର ପଞ୍ଜାବ ଓ ହରିଆଣା ହାଇକୋର୍ଟ ଡେରା ମୁଖ୍ୟଙ୍କ ସହ ଅନ୍ୟ ଚାରି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଡେରା ମ୍ୟାନେଜର ରଞ୍ଜିତ ସିଂହ ହତ୍ୟା ମାମଲାରେ ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସିବିଆଇର ସ୍ୱତନ୍ତ୍ର କୋର୍ଟ ଦେଇଥିବା ରାୟକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ରଦ୍ଦ କରିବା ସହ ଏହି ନିଷ୍ପତ୍ତି ଶୁଣାଇଛନ୍ତି। 

ଉଲ୍ଲେଖନୀୟ ଯେ, ରାମ ରହିମ ସିବିଆଇ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ। ୨୦୨୧ ମସିହାରେ ସିବିଆଇ କୋର୍ଟ ରଞ୍ଜିତ ସିଂହ ହତ୍ୟା ମାମଲାରେ ଡେରା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ସମେତ ପାଞ୍ଚ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଗୁରମିତଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ଅବତାର ସିଂହ, କୃଷ୍ଣଲାଲ, ଜସବୀର ସିଂହ ଓ ସବ୍‌ଦିଲ୍‌ ସିଂହ ଅଛନ୍ତି। ଟ୍ରାଏଲ ବେଳେ ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି। ୨୨ ବର୍ଷ ପୂର୍ବେ ୧୦ ଜୁଲାଇ  ୨୦୦୨  ରେ ସିରସା ଡେରାର ମ୍ୟାନେଜର ରଣଜିତ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 

ଏହି ହାଇଫ୍ରୋଫାଇଲ ମାମଲାର ଯାଞ୍ଚ ୨୦୦୩ ରେ ସିବିଆଇକୁ ଦିଆଯାଇଥିଲା। ସିବିଆଇ ନିଜ ଯାଞ୍ଚରେ କହିଥିଲା ଯେ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ସହିତ ୫ ଜଣ ଏହି ମାମଲାରେ ସମ୍ପୃକ୍ତ ଥିଲେ। ଏହାପରେ ସିବିଆଇ କୋର୍ଟ ରାମ ରହିମଙ୍କ ସହିତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଓ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ରାମ ରହିମ ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ହାଇକୋର୍ଟଙ୍କ ଦୁଇ ସଦସ୍ୟ ବିଶିଷ୍ଟ ବିଚାରପତି ସୁରେଶ୍ବର ଠାକୁର ଓ ନ୍ୟାୟମୂର୍ତ୍ତି ଲଳିତ ବାତ୍ରାଙ୍କ ଖଣ୍ଡପୀଠ ଆବେଦନକୁ ସ୍ବୀକାର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି ବେଳେ ରାମ ରହିମଙ୍କ ସହିତ ସମସ୍ତ ୫ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରୁ ମୁକ୍ତ କରିଛନ୍ତି।

ଗୁରମିତ ରାମ ରହିମ ନିଜର ଦୁଇ ଜଣ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଦୁଷ୍କର୍ମ ଓ ସାମ୍ବାଦିକଙ୍କ ହତ୍ୟା ମାମଲାରେ ରାମ ରହିମଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ଏବେ ରାମ ରହିମ ରୋହତକର ସୁନାରିଆ ଜେଲରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.