ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବେପରୁଆ ଗାଡି ଚଳାଉଥିଲେ ସାବଧାନ! ଗଣିବାକୁ ପଡ଼ିବ ମୋଟା ଅଙ୍କର ବୀମା ପ୍ରିମିୟମ

ନୂଆଦିଲ୍ଲୀ,୨୬/୦୯:  ବେପରୁଆ ଗାଡି ଚଳାଉଥିଲେ ସାବଧାନ। ନଚେତ ଗଣିବାକୁ ପଡ଼ିବ ମୋଟା ଅଙ୍କର ବୀମା ପ୍ରିମିୟମ। ଭାରତ ସରକାର ଏପରି କିଛି ନିୟମ ଖୁବଶୀଘ୍ର ପ୍ରଣୟନ କରିପାରନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଇବା ଦିଗରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବେପରୁଆ ଗାଡ଼ି ଚାଳକଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିବା ପାଇଁ ବ୍ୟବସ୍ଥା ପ୍ରଣୟନ କରିବାକୁ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି।

ତେବେ  ଟ୍ରାଫିକ ନିୟମ ଉଲ୍ଲଂଘନକୁ ରୋକିବା ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଲ୍ଲଂଘନକାରୀଙ୍କ ଗାଡ଼ି ବୀମା ପ୍ରିମିୟମକୁ ଲିଙ୍କ କରି ଚାଲାଣ ପଠାଇବାକୁ ଅନୁରୋଧ କରିଛନ୍ତି। ଆମେରିକା ଓ ଅନେକ ୟୁରୋପୀୟ ଦେଶରେ ଏପରି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଏହା ଅନେକ ସକାରାତ୍ମକ ଫଳାଫଳ ଆଣିଥିବା ମଧ୍ୟ ସେ କହିଛନ୍ତି। ଏନେଇ ଉପରାଜ୍ୟପାଳ ଚିଠିରେ ଲେଖିଛନ୍ତି ଯେ "ନିର୍ମଳା ଜୀ, ମୁଁ ସଡ଼କ ସୁରକ୍ଷା ଓ ଗାଡ଼ି ବୀମା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହଁଛି। ମୁଁ ଆପଣଙ୍କ ବିଚାର ପାଇଁ ଗୋଟିଏ ପ୍ରସ୍ତାବ ଦେଉଛି ଯେ ଗୋଟିଏ ଗାଡ଼ି ନାଁରେ କଟୁଥିବା ଟ୍ରାଫିକ ଉଲ୍ଲଂଘନ ଚାଲାଣ ସଂଖ୍ୟା ସହିତ ବୀମା ପ୍ରିମିୟମକୁ ଲିଙ୍କ କରାଯାଉ। ଯେତେ ଥର ଗୋଟିଏ ଗାଡ଼ି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବ, ସେହି ଅନୁସାରେ ଗାଡ଼ିର ବୀମା ପ୍ରିମିୟମ ମଧ୍ୟ ବଢ଼ି ଚାଲିବ। ଏହା ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ଅନୁଶାସନ ଉପରେ ବେଶ ସକାରାତ୍ମକ ପ୍ରଭାବ ପକାଇବ।”

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୨ରେ ଭାରତରେ ୪.୩୭ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ରେକର୍ଡ ହୋଇଛି। ଏଥିଯୋଗୁ ପ୍ରାୟ ୧.୫୫ ଲକ୍ଷ ଲୋକ ମୃତାହତର ସମ୍ମୁଖୀନ ହୋଇଛି। ଏହା ମଧ୍ୟରୁ ପ୍ରାୟ ୭୦% ଦୁର୍ଘଟଣା ଦ୍ରୁତ ଗାଡ଼ି ଚାଳନା ଯୋଗୁ ହୋଇଛି। ସେହିପରି ରେଡ୍ ଲାଇଟ ଅତିକ୍ରମ ଯୋଗୁ ମଧ୍ୟ ଅନେକ ଦୁର୍ଘଟଣା ଘଟିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.