ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅପ୍ରେଲରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ମେ’ରେ କିଭଳି ରହିବ ଗରମ ? ଆଇଏମ୍‌ଡି କହିଲା...

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ଅପ୍ରେଲ ମାସରେ ସବୁ ଗରମ ରେକର୍ଡ ଭାଙ୍ଗି ଦେଇଛି। ଦେଶର ବିଭିନ୍ନ ଭାଗରେ ରବିବାର ପ୍ରବଳ ଗରମ ଥିଲା। ୧୯୨୧ ପରେ ଅପ୍ରେଲ ମାସରେ ଏତେ ଗରମ ଅନୁଭୂତ ହୋଇଛି। ପ୍ରବଳ ଗରମ ଓ ଖରା ଯୋଗୁଁ ଲୁ’ ପ୍ରଭାବିତ କରିଛି। ଲାଗୁଛି ଏହା ଅପ୍ରେଲ ନୁହେଁ ଜୁନ୍ ମାସ ଚାଲିଛି। ଏତେ ଗରମ ଯେ, କେରଳ, ଉଟି, ମାଥେରାନ ଓ ବେଙ୍ଗାଲୁର ଭଳି ଅଧିକାଂଶ ସ୍ଥାନରେ ପାଣିର ଅଭାବ ଦେଖିବାକୁ ମିଳିଛି। ସାଧାରଣତଃ ଯେଉଁଠି ବର୍ଷସାରା ପାଗ ଖୁବ୍ ଭଲ ଥାଏ, ସେଠାରେ ପାଗ ମଧ୍ୟ ଭଲ ଥାଏ। ବହୁ ସ୍ଥାନରେ ପାରା ୪୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଇଛି। ପାଣିପାଗ ବିଭାଗ ଏବେ ମଇ ମାସକୁ ନେଇ ଭବିଷ୍ୟବାଣୀ କରିଛି।

ଅପ୍ରେଲ ମାସରେ ପଡିଥିବା ଗରମ ଦେଶର ବହୁ ସ୍ଥାନରେ ଐତିହାସିକ ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ୧୯୨୧-୨୦୨୪ ଭିତରେ ଅପ୍ରେଲ ମାସରେ ପଡିଥିବା ଗରମକୁ ନେଇ ଡାଟା ଜାରି କରିଛି। ଯାହା ଅନୁସାରେ,ରବିବାର ସନ୍ଧ୍ୟାରେ ଅତ୍ୟାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଇଏମ୍‌ଡିର କହିବା ଅନୁସାରେ, ଦେଶର ବହୁ ସ୍ଥାନ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ଗରମ ମାସ ହୋଇପାରେ।

ବିଶେଷଜ୍ଞଙ୍କ ମତରେ ଭୀଷଣ ଗରମ ଲୋକସଭା ନିର୍ବାଚନ ଉପରେ ଖୁବ୍ ପ୍ରଭାବ ପକାଇପାରେ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୬୦ ରୁ ୬୨ ପ୍ରତିଶତ ମତଦାନ ହୋଇଛି।  ଆଗାମୀ ପର୍ଯ୍ୟାୟ ମତଦାନ ପୂର୍ବରୁ ପାଣିପାଗ ବିଭାଗ ଭବିଷ୍ୟବାଣୀ କରିଛି, ଆଗାମୀ ୫ ଦିନ ଆହୁରି ଗରମ ପଡିବ। ସୋମବାର ଆଇଏମ୍‌ଡି ସୂଚନା ଦେଇଛି ଯେ, ପୂର୍ବ ଓ ଦକ୍ଷିଣ ପ୍ରାୟଦ୍ବୀପ ଭାରତରେ ଭୀଷଣ ଲୁ’ର ପ୍ରଭାବ ଦେଖିବାକୁ ମିଳୁଛି ଓ ଆଗାମୀ ୫ ଦିନ ଦିନ ଜାରି ରହିବ। ଚେତାବନୀ ଜାରି କରାଯାଇଛି ଯେ, ଭୀଷଣ ଗରମର ପ୍ରଭାବ ସେହ ସ୍ଥାନରେ ସର୍ବାଧିକ ରହିବ ଯେଉଁଠ ଆଗାମୀ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ।ପଶ୍ଚିମବଙ୍ଗ, ଓଡିଶା, ବିହାର ଓ ଝାଡଖଣ୍ଡ ଭଳି କିଛି ଭାଗରେ ଆଗାମୀ ୫ ଦିନ ହିଟ୍‌ଓ୍ବେଭ୍‌ର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.