ନୀଳଗିରି,୧୯/୩ : ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦଲଦଲି ଗ୍ରାମର ବିଜୁ ମୁଦୁଲି ଙ୍କ ୪ ବର୍ଷୀୟ ପୁଅ ଚନ୍ଦ୍ରକାନ୍ତ ଖେଳୁଥିବା ବେଳେ ପାଖରେ ଥିବା ଧାନ ଓଷା ଚୁଲିରେ ଗଳି ପଡିଥିଲା।ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ଗୁରୁତର ଅଵସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଶିଶୁପୁତ୍ରଟିର ଏକ ଆଖି ମଧ୍ୟ ପୋଡି ହୋଇ ନଷ୍ଟ ହୋଇଥିବା ଜଣାପଡିଛି।
ଏଭଳି ଖବର ପାଇ ନୀଳଗିରି ସ୍ୱର୍ଣ୍ଣଚୁଡ଼ ମହୋତ୍ସବ କମିଟି ସହାୟତାର ହାତ ବଢ଼ାଇଛି।କମିଟିର ଆବାହକ ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟ ମାନେ ପିଡୀତଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।ମହୋତ୍ସବ କମିଟିର ଏଭଳି ବଦାନ୍ୟତା କୁ ସାଧାରଣରେ ପ୍ରଶଂସା କରାଯାଇଛି।