ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଆବେଦନର ଶୁଣାଣି କରିବାକୁ କଲେ ମନା; ଓଲଟା ପ୍ରଶ୍ନ ପଚାରିଲେ- ଏଠାକୁ କାହିଁକି ଆସିଛ ?

ନୂଆଦିଲ୍ଲୀ,୨।୨: ଇଡି ବିରୋଧରେ ସୁପ୍ରିମକୋର୍ଟ ପହଁଞ୍ଚିଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝଟକା। ହେମନ୍ତ ସୋରେନଙ୍କୁ ଓଲଟା କୋର୍ଟ ହିଁ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କ’ଣ ଆପଣ ହାଇକୋର୍ଟ ଯାଇ ନାହାନ୍ତି, ଏଠାକୁ କାହିଁକି ଆସିଛନ୍ତି ? ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଉଲ୍ଲେଖନୀୟ ଯେ, ହେମନ୍ତ ସୋରେନ୍‌ଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତାଙ୍କ ଓକିଲ କପିଲ ସିବଲ ହାଜର ହୋଇଥିଲେ। 

ଜଷ୍ଟିସ୍‌ ସଞ୍ଜିବ ଖାନ୍ନା ଓ ଜଷ୍ଟିସ୍‌ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ହେମନ୍ତ ସୋରେନ୍ ଆବେଦନ ଉପରେ କହିଛନ୍ତି ତାଙ୍କୁ ସିଧା ସୁପ୍ରିମକୋର୍ଟ ଆସିବା ପୂର୍ବରୁ ହାଇକୋର୍ଟ ଯିବା ଦରକାର। ଜଷ୍ଟିସ୍‌ ଖାନ୍ନା କହିଛନ୍ତି, କୋର୍ଟ ତ ସମସ୍ତଙ୍କ ପାଇଁ ଖୋଲା ରହିଛି। ଯଦି ଆମେ ଜଣେ ବ୍ୟକ୍ତିକୁ ଏଭଳି ସିଧା ଆସିବାକୁ ଅନୁମତି ଦେଉଛୁ, ତେବେ ସମସ୍ତଙ୍କୁ ଦେବାକୁ ପଡିବ।

କୋର୍ଟ ସ୍ପଷ୍ଟ କରିଛନ୍ତି, ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବେନି। ଜଷ୍ଟିସ୍ ଖାନ୍ନା କହିଛନ୍ତି, ଆପଣ ହାଇକୋର୍ଟ ଯାଆନ୍ତୁ,ଆମେ ଏହି ମାମଲାକୁ ଶୁଣିବୁନି। ଉଲ୍ଲେଖନୀୟ ଯେ, ସୋରେନ୍ ପୂର୍ବରୁ ହାଇକୋର୍ଟ ଆବେଦନ ଫାଇଲ କରିଥିଲେ, କିନ୍ତୁ ପରେ ଏହାକୁ ଫେରାଇ ନେଇଥିଲେ ଓ ସୁପ୍ରିମକୋର୍ଟ ଯାଇଥିଲେ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.