ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିୱାଲଙ୍କୁ ମୁକ୍ତ କରିବା ଆବେଦନରେ ତୁରନ୍ତ ଶୁଣାଣି ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ମୁସ୍କିଲ ଲଗାତାର ବଢିବାରେ ଲାଗିଛି। କଥିତ ମଦ ଦୁର୍ନୀତି ମାମଲାରେ ଗିରଫଦାରୀ ପରେ ତାଙ୍କୁ ୨୮ ମାର୍ଚ୍ଚ ଯାଏ ଇଡି ହେପାଜତକୁ ପଠାଇ ଦିଆ ଯାଇଛି। ଏହି କ୍ରମରେ ଶନିବାର ସିଏମ୍‌ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆବେଦନରେ ଇଡିର ଗିରଫଦାରୀ ଓ ଇଡିର ରିମାଣ୍ଡ ଉଭୟକୁ ଅବୈଧ କହିଛନ୍ତି। ଏହା ଉପରେ ସେ ୨୪ ମାର୍ଚ୍ଚ ସୁଦ୍ଧା ତୁରନ୍ତ ଶୁଣାଣି ଦାବି କରିଥିଲେ। ହେଲେ ଏବେ ହାଇକୋର୍ଟଙ୍କ ଠାରୁ ତାଙ୍କୁ ବଡ଼ ଝଟକା ଲାଗିଛି। ହାଇକୋର୍ଟ ତାଙ୍କର ମୁକ୍ତି ନେଇ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। 

'ଗିରଫଦାରୀ ଓ ରିମାଣ୍ଡ ଉଭୟ ଅବୈଧ , ତୁରନ୍ତ ମୁକ୍ତ କର..' ; ହାଇକୋର୍ଟରେ ପହଞ୍ଚିଲେ ଇଡି ଲକ୍ଅପରେ ଥିବା କେଜ୍ରିୱାଲ

ଉଲ୍ଲେଖନୀୟ ଯେ, ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସବୁଠୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲ ନିଜ ଗିରଫଦାରୀ ଓ ଇଡି ହେପାଜତକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇ ଥିଲେ। କୋର୍ଟ ଏହି ମାମଲାରେ ସିଏମ୍‌ କେଜ୍ରିୱାଲଙ୍କ ପିଟିସନକୁ ତୁରନ୍ତ ସୂଚିବଦ୍ଧ କରିବାକୁ ମନା କରି ଦେଇଛନ୍ତି । ଏହି ମାମଲାକୁ ବୁଧବାର (ହୋଲି ଛୁଟି ପରେ) ପୁଣି ଥରେ ଖୋଲିବା ପାଇଁ ସୂଚୀବଦ୍ଧ କରାଯିବ। 

କହି ରଖୁଛି କି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫଦାରୀ ଓ ରିମାଣ୍ଡକୁ ଅବୈଧ ଦର୍ଶାଇ ତତ୍କାଳ ମୁକ୍ତି ପାଇଁ ଆବେଦନ କରି ଥିଲେ। ସେ ଆଜି ଶନିବାର ସନ୍ଧ୍ୟା ବା ଆସନ୍ତାକାଲି (୨୪ମାର୍ଚ୍ଚ ) ଯାଏ ଶୁଣାଣିର ଦାବି କରି ଥିଲେ। ଏଥିରେ ଏବେ ଏହି ମାମଲାରେ ୨୭ ମାର୍ଚ୍ଚରେ ଶୁଣାଣି ହୋଇ ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.