ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ମହାପ୍ରଭୁଙ୍କ ଦର୍ଶନ କଲେ ହକି ଇଣ୍ଡିଆ ଟିମ୍

ପୁରୀ ୨୩/୩ : ପ୍ୟାରିସରେ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଅଲମ୍ପିକ ଅନୁଷ୍ଠିତ ହେବ ବୋଲି ଭାରତୀୟ ହକି ଦଳ ପକ୍ଷରୁ ସୂଚନା ମିଳିଛି। ଭାରତୀୟ ଦଳ ସେଥିରେ ଅଂଶଗ୍ରହଣ ପୂର୍ବରୁ ଚଳିତ ମାସ ୨୯ ତାରିଖରୁ  ଦ୍ୱି ପାକ୍ଷିକ ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏହି ଗସ୍ତ ପୂର୍ବରୁ ଭାରତୀୟ ହକି ଦଳର ସଦସ୍ୟମାନେ ଆଜି ଅପରାହ୍ନ ରେ ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହକି ଟିମର କ୍ୟାମ୍ପ ଚାଲିଥିଲା, ତେଣୁ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।  ହକି ଟିମ ପୁରୀ ମାର୍କେଟ ଛକ ଠାରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।ପରେ ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ।ସେମାନେ ମଧ୍ୟ ମନ୍ଦିର ରେ ପ୍ରସ୍ତୁତ ମହାପ୍ରଭୁଙ୍କ ଖେଚୁଡ଼ି ଖାଇ ଆନନ୍ଦ ପ୍ରକାଶ କରିଥିଲେ।ପରେ ପରେ ସେମାନେ ବ୍ଲୁ ଫ୍ଲାଗ ବିଚ ପରିଦର୍ଶନ କରିଥିଲେ।

ହକି ଇଣ୍ଡିଆର ସଭାପତି ତଥା ଓଡିଶା ହକି ପ୍ରମୋଶନ କାଉନସିଲ ର ଅଧ୍ୟକ୍ଷ ଡଃ ଦିଲ୍ଲୀପ ତିର୍କୀ, ଭାରତୀୟ ପୁରୁଷ ସିନିୟର ହକି ଦଳର ମୁଖ୍ୟ କୋଚ କ୍ରେଗ ଫଲଟନ ଓ କ୍ୟାପଟେନ ହରମନପ୍ରିତ ସିଂ  ଙ୍କ ସହ ୩୫ ଜଣିଆ ଦଳ ଏହି ଗସ୍ତରେ ସାମିଲ ଥିଲେ।ମନ୍ଦିର ପରିଚାଳନା କମିଟିର ସଦସ୍ୟ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଅନ୍ୟାନ୍ୟ ସହଯୋଗୀ ମାନେ ହକି ଟିମ କୁ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.